Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 29:10 - ପବିତ୍ର ବାଇବଲ

10 “ତା'ପରେ ସେହି ବାଛୁରିକୁ ସମାଗମ-ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସେହି ଗୋବତ୍ସ ମସ୍ତକରେ ହାତ ରଖିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଅନନ୍ତର ତୁମ୍ଭେ ସମାଗମ-ତମ୍ଵୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ।

Gade chapit la Kopi

ଓଡିଆ ବାଇବେଲ

10 ଏଥିଉତ୍ତାରେ ତୁମ୍ଭେ ସମାଗମ-ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିଉତ୍ତାରେ ତୁମ୍ଭେ ସମାଗମ-ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।

Gade chapit la Kopi




ଯାତ୍ରା ପୁସ୍ତକ 29:10
13 Referans Kwoze  

ତା'ପରେ ମୋଶା ପାପାର୍ଥକ ବଳିର ଗୋବତ୍ସ ଆଣିଲେ। ତା'ପରେ ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ ମସ୍ତକ ଉପରେ ହସ୍ତ ରଖିଲେ।


ପୁଣି ସେ ହୋମବଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସେହି ବଳି ତାହାର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ।


“ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମେଷ ମୁଣ୍ଡ ଉପରେ ହାତ ରଖିବାକୁ କୁହ।


“ଏହା ପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସେମାନେ ତାଙ୍କର ହସ୍ତ ଏକ ଅଣ୍ଡିରା ମେଷର ମସ୍ତକ ଉପରେ ରଖିବେ।


ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗନ୍ୟ କଲେ, ଯେପରି ତାହାଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କଠାରେ ଧାର୍ମିକ ଗଣିତ ହୋଇପାରିବା।


ମାତ୍ର ଆମ୍ଭେମାନେ ସମସ୍ତେ ମେଷପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପଥରେ ଯାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡରେ ନେଇ ଯାଇଛନ୍ତି।


ପୁଣି ହାରୋଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତରେ ତାହାକୁ ମରୁଭୂମିକୁ ପଠାଇ ଦେବ।


ତା'ପରେ ସେ ହୋମବଳି ପାଇଁ ମେଷ ଆଣିଲେ। ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତ ରଖିଲେ।


ପୁଣି ସେ ସମାଗମ-ତମ୍ବୁର ଦ୍ୱାର ଦେଶରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ଯଜ୍ଞବେଦି ଉପରେ ଗ୍ଭରିଆଡ଼େ ସିଞ୍ଚନ କରିବେ।


ଏହା ପରେ ସେହି ବାଛୁରିକୁ ସେହିଠାରେ ଅର୍ଥାତ୍ ସେହି ପ୍ରବେଶ ଦ୍ୱାର ନିକଟରେ ହତ୍ୟା କର। ଏହା ସଦାପ୍ରଭୁଙ୍କ ସମ୍ମୁଖରେ ହେବ।


“ଲେବୀୟମାନଙ୍କୁ କୁହ ଏହି ଦୁଇ ଷଣ୍ଢର ମସ୍ତକରେ ସେମାନଙ୍କର ହସ୍ତ ରଖିବେ। ତହୁଁ ତୁମ୍ଭେ ଲେବୀୟମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳିରୂପେ ଉତ୍ସର୍ଗ କରିବା ଉଚିତ୍।


ତୁମ୍ଭେ ଏହି ଶୁଚିକାର୍ଯ୍ୟ ସମାପ୍ତ କରିବା ପରେ ଗୋଟିଏ ନିଖୁଣ ଯୁବା ଷଣ୍ଢ ଓ ପଲରୁ ଏକ ନିଖୁଣ ଅଣ୍ଡିରା ମେଷ ଉତ୍ସର୍ଗ କରିବ।


ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ବଧ କରିବ।


Swiv nou:

Piblisite


Piblisite