Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 28:4 - ପବିତ୍ର ବାଇବଲ

4 ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅର୍ଥାତ୍, ବୁକୁପଟା ଓ ଏଫୋଦ ଓ ଚୋଗା ଓ ବୁଟାଦାର ଜାମା ଓ ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।

Gade chapit la Kopi

ଓଡିଆ ବାଇବେଲ

4 ଅର୍ଥାତ୍‍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଅର୍ଥାତ୍‍, ବୁକୁପଟା, ଏଫୋଦ, ଚୋଗା, ବୁଟାଦାର ଜାମା, ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ; ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭ ଭ୍ରାତା ହାରୋଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ।

Gade chapit la Kopi




ଯାତ୍ରା ପୁସ୍ତକ 28:4
20 Referans Kwoze  

ମୋ’ ଦର୍ଶନରେ ମୁଁ ଅଶ୍ୱ ଓ ଅଶ୍ୱାରୋହୀମାନଙ୍କୁ ଦେଖିଲି। ସେମାନେ ନୀଳକାନ୍ତ ମଣି ତୁଲ୍ୟ ଲୋହିତ, ନୀଳକାନ୍ତ ମଣି ତୁଲ୍ୟ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତିରେ ପିନ୍ଧିଥିଲେ। ଅଶ୍ୱମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦେଖାଯାଉଥିଲା। ସେମାନଙ୍କ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା।


ଅତଏବ, ଅଣ୍ଟାରେ ସତ୍ୟର କଟିବନ୍ଧ ବାନ୍ଧି, ବକ୍ଷରେ ଧାର୍ମିକ ଜୀବନର ସୁରକ୍ଷାଯୁକ୍ତ ବୁକୁପଟା ପିନ୍ଧ।


କିନ୍ତୁ ଆମ୍ଭେ ଦିନର ହୋଇଥିବାରୁ ନିଜକୁ ସଂଯମ କରିବା ଆବଶ୍ୟକ। ବିଶ୍ୱାସ ଓ ପ୍ରେମର ସାଞ୍ଜୁ ପିନ୍ଧିବା ଓ ପରିତ୍ରାଣର ଭରସାକୁ ଶିରସ୍ତ୍ରାଣ ରୂପେ ପରିଧାନ କରିବା ଦରକାର।


ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ, ପରିତ୍ରାଣରୂପକ ଟୋପି ମସ୍ତକରେ, ପ୍ରତିଶୋଧରୂପକ ବସ୍ତ୍ର ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।


ଦାଉଦ ଏକ ଶୁକ୍ଳ ଏଫୋଦ ପିନ୍ଧିଥିଲେ। ସଦାପ୍ରଭୁଙ୍କ ସମ୍ମୁଖରେ ତାଙ୍କର ସମସ୍ତ ସାମର୍ଥ୍ୟ ସହ ନାଚୁଥିଲେ।


ଦାଉଦ ଅହୀମେଲକର ପୁତ୍ର ଅବିୟାଥର ଯାଜକକୁ କହିଲେ, ମୋ’ ପାଖକୁ “ଏଫୋଦ ଆଣ।”


ଯେତେବେଳେ ଅହୀମେଲକର ପୁତ୍ର ଅବିୟାଥର କିୟୀଲାକୁ ଦାଉଦଙ୍କ ନିକଟକୁ ପଳାଇ ଆସିଲା, ସେତେବେଳେ ଏକ ଏଫୋଦ ହାତରେ ଆଣିଥିଲା।


ତେଣୁ ରାଜା ଦୋୟେଗକୁ ଆଦେଶ ଦେଲେ, “ତୁମ୍ଭେ ଯାଅ ଏବଂ ଯାଜକଗଣଙ୍କୁ ବଧକର।” ତେଣୁ ଇଦୋମୀୟ ଦୋୟେଗ ଗଲା ଏବଂ ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ ପରିଧାନ କରିଥିବା ପଞ୍ଚାଅଶୀ ଜଣଙ୍କୁ ହତ୍ୟା କଲା।


ସେ ସମୟରେ ବାଳକ ଶାମୁୟେଲ ଶୁକ୍ଳ ଏଫୋଦ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ।


ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡ଼ି ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ।


ଏଫୋଦ ଓ ବୁକୁପଟାରେ ଏହା ଲଗାଇବା ନିମନ୍ତେ ଗୋମେଦକମଣି ଓ ଅଳଙ୍କାରସବୁ ଗ୍ରହଣ କର।”


ତାହାର ମସ୍ତକରେ ପାଗ ବାନ୍ଧି ତା’ ଉପରେ ଏକ ପବିତ୍ର ମୁକୁଟ ଦେବ।


ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।


Swiv nou:

Piblisite


Piblisite