Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 28:39 - ପବିତ୍ର ବାଇବଲ

39 “ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି କଟିବନ୍ଧନ ସୂଚିକର୍ମ ଦ୍ଵାରା ଚିତ୍ର ବିଚିତ୍ର କରିବ।

Gade chapit la Kopi

ଓଡିଆ ବାଇବେଲ

39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପଗଡି଼କୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି, କଟିବନ୍ଧନ ସୂଚିକର୍ମ ଦ୍ୱାରା ଚିତ୍ର ବିଚିତ୍ର କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

39 ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୌମବସ୍ତ୍ରରେ ଓ ପଗଡି଼କୁ ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ କରିବ; ପୁଣି, କଟିବନ୍ଧନ ସୂଚି କର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।

Gade chapit la Kopi




ଯାତ୍ରା ପୁସ୍ତକ 28:39
10 Referans Kwoze  

ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ, ତା'ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।


“ପବିତ୍ର ତମ୍ବୁର ଦ୍ୱାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତାରେ ବୁଣାଯିବା ଉଚିତ୍।


ବୁକୁପଟା, ଏଫୋଦ, ଗୋଟିଏ ଗ୍ଭେଗା, ଶୁକ୍ଳ ସୁତାରେ ବୁଣା ଯାଇଥିବା ଗ୍ଭେଗା, ପଗଡ଼ି ଓ କଟି ବନ୍ଧନ ସେମାନେ ପ୍ରସ୍ତୁତ କରିବା ଉଚିତ୍। ଏହି ଲୋକମାନେ ଏହିସବୁ ପବିତ୍ର ବସ୍ତ୍ର ତୁମ୍ଭର ଭାଇ ହାରୋଣ ଓ ତାହାର ପୁତ୍ରଗଣ ପାଇଁ ପ୍ରସ୍ତୁତ କରିବେ, ଯେଉଁଥିପାଇଁ ସେମାନେ ମୋର ଯାଜକ ରୂପେ ସେବା କରିବେ।


ହାରୋଣକୁ ସେହି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଅ। ଶୁକ୍ଳ ସୂତ୍ରରେ ବୁଣା ଯାଇଥିବା ଗ୍ଭେଗା ଏବଂ ଏଫୋଦର ଗ୍ଭେଗା ଓ ବୁକୁପଟା ସହିତ ପରିଧାନ କରାଇବ। ଆଉ ଚିତ୍ରିତ କଟିବନ୍ଧନ ତାହାର କଟିରେ ବାନ୍ଧ।


ତାହାର ମସ୍ତକରେ ପାଗ ବାନ୍ଧି ତା’ ଉପରେ ଏକ ପବିତ୍ର ମୁକୁଟ ଦେବ।


“ଏହା ପରେ ହାରୋଣର ପୁତ୍ରମାନଙ୍କୁ ସେହି ସ୍ଥାନକୁ ଆଣ। ସେମାନଙ୍କୁ ଧଳା ଜାମା ପରିଧାନ କରାଇବ।


ଏହା ପରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା ତିଆରି କଲେ।


ଯାଜକଗଣ ପୋଷାକ ଓ ଜଙ୍ଘିଆ ପରିଧାନ କରିବା ଉଚିତ୍, ଆଉ ସେ ହୋମବଳିର ଭସ୍ମ ସଂଗ୍ରହ କରିବା ଉଚିତ୍ ଓ ଯଜ୍ଞବେଦି ପାର୍ଶ୍ୱରେ ରଖିବା ଉଚିତ୍।


ହାରୋଣ ଜଳରେ ନିଜର ଶରୀରକୁ ଧୌତ କରି ପବିତ୍ର ଶୁଭ୍ର ଜାମା ପିନ୍ଧିବେ, ଦେହରେ ଶୁଭ୍ର ଜଙ୍ଘିଆ ଧାରଣ କରିବେ, ଶୁଭ୍ର କଟିବନ୍ଧନୀ କଟିରେ ବାନ୍ଧିବେ ଓ ଶୁଭ୍ର ପଗଡ଼ି ମୁଣ୍ଡରେ ପିନ୍ଧିବେ। ଏସବୁ ପବିତ୍ର ବସ୍ତ୍ର।


“ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍।


Swiv nou:

Piblisite


Piblisite