ଯାତ୍ରା ପୁସ୍ତକ 28:36 - ପବିତ୍ର ବାଇବଲ36 “ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ ଛୋଟ ମୋହରରେ ଖୋଦିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। Gade chapit laପବିତ୍ର ବାଇବଲ (Re-edited) - (BSI)36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୁଦ୍ରା ନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଏହି କଥା ଖୋଳିବ। Gade chapit laଓଡିଆ ବାଇବେଲ36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଖୋଦନ କରିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT36 ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଖୋଦନ କରିବ। Gade chapit la |
ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।