Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 28:1 - ପବିତ୍ର ବାଇବଲ

1 ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀହୂ, ଇଲିୟାଜର ଓ ଈଥାମରକୁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରୁ ଆଣ। ସେମାନେ ମୋର ଯାଜକଗଣ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ, ତାହା ସଙ୍ଗେ ତାହାର ପୁତ୍ରଗଣକୁ, ଅର୍ଥାତ୍, ହାରୋଣ, ନାଦବ୍ ଓ ଅବୀହୂ, ଇଲୀୟାଜରଓ ଈଥାମରକୁ ଆପଣା ନିକଟକୁ ଆଣିବ।

Gade chapit la Kopi

ଓଡିଆ ବାଇବେଲ

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍‍, ହାରୋଣ, ନାଦବ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରୋଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣଙ୍କୁ, ଅର୍ଥାତ୍‍, ହାରୋଣ, ନାଦବ୍‍ ଓ ଅବୀହୂ, ଇଲୀୟାସର ଓ ଈଥାମରକୁ ଆପଣା ନିକଟକୁ ଆଣିବ।

Gade chapit la Kopi




ଯାତ୍ରା ପୁସ୍ତକ 28:1
33 Referans Kwoze  

କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”


ଯୋହାନନ୍ ଅସରିୟଙ୍କ ପିତା ଥିଲେ (ଶଲୋମନ୍ ଯିରୁଶାଲମରେ ଯେଉଁ ମନ୍ଦିର ନିର୍ମାଣ କରିଥିଲେ ସେଠାରେ ଏହି ଅସରିୟ ଯାଜକ ଭାବେ କାର୍ଯ୍ୟ କରୁଥିଲେ)।


ଏହା ପରେ ଇସ୍ରାଏଲ ସନ୍ତାନଗଣ ବେରୋତ୍-ବନେୟାକନଠାରୁ ମୋଷେରତକୁ ଯାତ୍ରା କଲେ, ସେ ସ୍ଥାନରେ ହାରୋଣ ମଲେ ଓ ସେହି ସ୍ଥାନରେ ସେ କବର ପାଇଲେ। ପୁଣି ତାଙ୍କର ପୁତ୍ର ଇଲିୟାସର ତାଙ୍କ ପଦରେ ଯାଜକ କର୍ମ କଲା।


କିନ୍ତୁ ନାଦବ୍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ମୃତ୍ୟୁବରଣ କଲେ, ଯେତେବେଳେ ସେମାନେ ଅଗ୍ନି ଅର୍ପଣ କଲେ ଓ ତାହା ଗୃହିତ ହୋଇ ନାହିଁ।


ତାଙ୍କର ସୈନ୍ୟ ସଂଖ୍ୟା 74,600


ଏହା ପରେ ମୋଶା ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ଯଜ୍ଞବେଦି ନିକଟରେ ବିନା ତାଡ଼ିରେ ଭୋଜନ କର, ତାହା ମହାପବିତ୍ର।


ଏହା ପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରତ୍ୟେକ ନିଜ ନିଜ ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସେମାନେ ପରମେଶ୍ୱରଙ୍କ ସମ୍ମୁଖରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ।


“ତୁମ୍ଭେ ହାରୋଣଙ୍କୁ ଓ ତାଙ୍କ ସହିତ ତାଙ୍କର ପୁତ୍ରଗଣଙ୍କୁ, ସକଳ ବସ୍ତ୍ର, ଅଭିଷେକାର୍ଥକ ତୈଳ, ପାପାର୍ଥକ ବଳି ନିମନ୍ତେ ଷଣ୍ଢ, ଦୁଇଟି ମେଷଛୁଆ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ଏକତ୍ରିତ କର।


ପବିତ୍ର ସ୍ଥାନର ସେବା ନିମନ୍ତେ ସୁଶୋଭିତ ବୁଣା ବସ୍ତ୍ର, ଏହିସବୁ ବିଶେଷ ବସ୍ତ୍ରଗୁଡ଼ିକ ଯାଜକ ହାରୋଣଙ୍କ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତେବେଳେ ସେମାନେ ଯାଜକ ରୂପେ ସେବା କରନ୍ତି।”


ଯାଜକ ହାରୋଣ ନିମନ୍ତେ ବିଶେଷ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାଯାଇଛି, ହାରୋଣର ପୁତ୍ରମାନଙ୍କ ପାଇଁ ବିଶେଷ ବସ୍ତ୍ରମାନ ଯେତେବେଳେ ସେମାନେ ଯାଜକ କର୍ମ କରିବେ ସେତେବେଳେ ସେମାନେ ସେଗୁଡ଼ିକ ପରିଧାନ କରିବେ।


“ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥିରେ ସେମାନେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷେକ କରି ପବିତ୍ର କରିବେ।


“ମୁଁ ସମାଗମ-ତମ୍ବୁ ଓ ଯଜ୍ଞବେଦି ପବିତ୍ର କରିବି ଏବଂ ହାରୋଣ ଓ ତା'ର ପୁତ୍ରଗଣକୁ ଯାଜକ ରୂପେ ମୋର ସେବା କରିବା ପାଇଁ ଉତ୍ସର୍ଗ କରିବି।


ହାରୋଣର ଓ ତା'ର ପୁତ୍ରମାନଙ୍କର କଟିରେ କଟିବନ୍ଧନ ବାନ୍ଧିଦିଅ ଓ ସେମାନଙ୍କ ମସ୍ତକରେ ପଗଡ଼ି ବାନ୍ଧ। ତହିଁରେ ସେମାନେ ବିଶେଷ ବ୍ୟବସ୍ଥା ଅନୁସାରେ ସର୍ବଦା ଯାଜକ ହେବେ।


“ବର୍ତ୍ତମାନ ମୁଁ ତୁମ୍ଭକୁ କହିବି, ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କିପରି ଯାଜକ ଭାବେ ନିଯୁକ୍ତି କରିବା ପାଇଁ ହେବ। ଏକ ନିଖୁଣ ବାଛୁରି ଓ ଦୁଇଟି ନିଖୁଣ ଅଣ୍ଡିରା ମେଷ ନିଅ।


ପୁଣି ତୁମ୍ଭର ଭ୍ରାତା ହାରୋଣକୁ ଓ ତା'ର ପୁତ୍ରଗଣକୁ ସେହିସବୁ ବସ୍ତ୍ର ପରିଧାନ କରାଅ। ତା'ପରେ ସେମାନଙ୍କୁ ଅଭିଷିକ୍ତ କର ଓ ଧର୍ମ ସମ୍ପ୍ରଦାୟଭୁକ୍ତ କର, ତା'ପରେ ସେମାନଙ୍କୁ ଯାଜକ ରୂପେ ମୋର ସେବା କରିବା ପାଇଁ ଛାଡ଼ିଦିଅ।


ମୋଶା, ହାରୋଣ, ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ପର୍ବତ ଆରୋହଣ କଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ହାରୋଣ ସହିତ ନାଦବ୍, ଅବୀହୂ ଏବଂ ଇସ୍ରାଏଲର ସତୁରି ଜଣ ପ୍ରାଚୀନବର୍ଗ ସଦାପ୍ରଭୁଙ୍କୁ ଉପାସନା କରିବାକୁ ପର୍ବତ ଆରୋହଣ କରିବ। ତୁମ୍ଭେମାନେ ଦୂରରୁ ମୋତେ ଉପାସନା କରିବ।


ହାରୋଣ ଇଲୀଶେବାକୁ ବିବାହ କଲେ। ଇଲୀଶେବା ଥିଲେ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିୟାସର ଓ ଈଥାମରକୁ ପ୍ରସବ କଲା।


ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା।


ଲେବୀୟମାନେ ସେମାନଙ୍କର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ୟାଗ କଲେ ଏବଂ ଯିହୁଦା ଓ ଯିରୁଶାଲମକୁ ଗ୍ଭଲି ଆସିଲେ। ରିହବିୟାମ୍ ଓ ତାଙ୍କର ପୁତ୍ରମାନେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସେବାକାର୍ଯ୍ୟ କରିବାକୁ ବାରଣ କରିବାରୁ ସେମାନେ ଏହିପରି କଲେ।


ଇସ୍ରାଏଲର ଗୋଷ୍ଠୀମାନଙ୍କ ମଧ୍ୟରୁ ତୁମ୍ଭର ପରିବାରବର୍ଗକୁ ମୋର ଯାଜକ ହୋଇ ସେବା କରିବାକୁ, ଏଫୋଦ ପରିଧାନ କରିବାକୁ ଓ ଯଜ୍ଞବେଦିରେ ଧୂପ ଜଳାଇବାକୁ ମୁଁ ମନୋନୀତ କରିଅଛି। ଆହୁରି ମଧ୍ୟ ମୁଁ ତୁମ୍ଭକୁ ଏକ ନିୟମ ଦେଲି ଯେ, ମୋ’ ପାଇଁ ଇସ୍ରାଏଲର ଲୋକମାନେ ଉତ୍ସର୍ଗ କରୁଥିବା ମାଂସ ଓ ଅନ୍ୟ ସାମଗ୍ରୀ ତୁମ୍ଭ ପରିବାରବର୍ଗକୁ ଦିଆଯିବ।


ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମୋଶା। ହାରୋଣ ବିଶେଷ ରୂପେ ମନୋନୀତ କରାଯାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶେଷ ରୂପେ ମନୋନୀତ ହୋଇଥିଲେ। ସଦାପ୍ରଭୁଙ୍କ ସେବାକାର୍ଯ୍ୟ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ମନୋନୀତ କରାଯାଇଥିଲା। ସଦାପ୍ରଭୁ ସମ୍ମୁଖରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହୋଇଥିଲେ। ସେମାନେ ଯାଜକରୂପେ ସଦାପ୍ରଭୁଙ୍କର ସେବାକାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ୟବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେମାନେ ମନୋନୀତ ହୋଇଥିଲେ।


ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ। ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।


ସେମାନେ ସଦାପ୍ରଭୁଙ୍କର ଯାଜକରୂପେ ସେବା କରିବାକୁ ଉପସ୍ଥିତ ହେଲା ପରେ, ସଦାପ୍ରଭୁଙ୍କ ଉପହାରରୁ ଏହି ଅଂଶ ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଦିଆଗଲା।


ସଦାପ୍ରଭୁ ମୋଶାଙ୍କୁ କହିଲେ,


କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶଧର ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି।


ଶାମୁୟେଲ ଇ‌ଲ୍‌କାନାଙ୍କ ପୁତ୍ର ଥିଲେ। ଇ‌ଲ୍‌କାନା ଯିରୋହ‌ମ୍‌ଙ୍କ ପୁତ୍ର ଥିଲେ। ଯିରୋହମ୍ ଇଲୀୟେ‌ଲ୍‌ଙ୍କ ପୁତ୍ର ଥିଲେ। ଇଲୀୟେଲ୍ ତୋହଙ୍କ ପୁତ୍ର ଥିଲେ।


ହେ ହାରୋଣ ପରିବାର, ସଦାପ୍ରଭୁଙ୍କଠାରେ ବିଶ୍ୱାସ କର। ସଦାପ୍ରଭୁ ହେଉଛନ୍ତି ସେମାନଙ୍କର ଶକ୍ତି ଓ ଢାଲ।


Swiv nou:

Piblisite


Piblisite