Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 27:9 - ପବିତ୍ର ବାଇବଲ

9 “ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହେବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଅନନ୍ତର ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ଵର ଦୈର୍ଘ୍ୟ ଏକଶତ ହସ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

9 ଏଥିଉତ୍ତାରେ ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ୱର ଦୈର୍ଘ୍ୟ ଏକଶତ ହସ୍ତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏଥିଉତ୍ତାରେ ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ୱର ଦୈର୍ଘ୍ୟ ଏକ ଶହ ହସ୍ତ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 27:9
29 Referans Kwoze  

ଭିତର ପ୍ରାଙ୍ଗଣରେ କୋଡ଼ିଏ ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା।


ଭିତର ପ୍ରାଙ୍ଗଣରେ ଦୁଇଟି କୋଠରୀ ଥିଲା। ଉତ୍ତର ଦ୍ୱାର ନିକଟରେ ଥିବା କୋଠରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ୱାର ନିକଟରେ ଥିବା କୋଠରୀଟି ଉତ୍ତରାଭିମୁଖୀ ଥିଲା।


ଅନନ୍ତର ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ନେଇଗଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା।


ତା'ପରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣଦ୍ୱାର ମାପିଲେ।


ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବରେ ଥିବା ଫାଟକ ପରି। ଗୋଟିଏ ଦ୍ୱାରରୁ ଅନ୍ୟ ଗୋଟିଏ ଦ୍ୱାର ପର୍ଯ୍ୟନ୍ତ 100 ହାତ ଥିଲା।


ତେବେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ୱାରର ଦୈର୍ଘ୍ୟ ପ୍ରସ୍ଥ ମାପିଲେ।


ସେହି ମନୁଷ୍ୟଟି ଉପସ୍ତମ୍ଭର ଦୁଇ କାନ୍ଥ ସମେତ ଗ୍ଭରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମୋଟ ଷାଠିଏ ହାତ ଥିଲା।


ମୁଁ ତାଙ୍କର ଯିରୁଶାଲମରେ ଥିବା ମନ୍ଦିରକୁ ଯିବି। ସଦାପ୍ରଭୁଙ୍କର ପ୍ରଶଂସା କର!


ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ। ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।


ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡାଳଗଛ ସ୍ୱରୂପ।


ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।


ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ଯଜ୍ଞବେଦି ସବୁ ନିର୍ମାଣ କଲେ।


ଆଉ ମଧ୍ୟ ସେହି ଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସେଠାରେ ସେ ହୋମବଳି, ଶସ୍ୟ ନୈବେଦ୍ୟ ଓ ସହଭାଗିତାର ବଳିର ମେଦ ଉତ୍ସର୍ଗ କଲେ। ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦି ଅତି ଛୋଟ ଥିଲା।


ତା'ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରତ୍ୟେକ କାନ୍ଥ ତିନି ଧାଡ଼ି କଟା ପଥରରେ ଓ ଏକଧାଡ଼ି ଏରସ କାଠର କଡ଼ିରେ କରାଗଲା।


ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କର ଏବଂ ପ୍ରାଙ୍ଗଣର ପ୍ରବେଶ ପଥରେ ପରଦାଟି ଟାଙ୍ଗ।


ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ୱାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ-ତମ୍ବୁ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ଆସବାବ ପତ୍ର।


ଯୋଡ଼ା ସ୍ଥାନରେ ପ୍ରଥମ ଅନ୍ତ୍ୟ ଯବନିକାର ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ ଓ ଦ୍ୱିତୀୟ ଯବନିକାର ଯୋଡ଼ ସ୍ଥାନରେ ଧଡ଼ିରେ ପଗ୍ଭଶ୍ ଘୁଣ୍ଡିଘରା କଲେ।


ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ।


ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କଡ଼ା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା।


ଏହା ପରେ ମୋଶା ପବିତ୍ର ତମ୍ବୁର ଓ ଯଜ୍ଞବେଦିର ଚତୁର୍ଦ୍ଦିଗରେ ପ୍ରାଙ୍ଗଣ ପ୍ରସ୍ତୁତ କଲେ ଓ ତମ୍ବୁର ପ୍ରବେଶ ପଥରେ ପରଦା ଟାଙ୍ଗିଲେ। ମୋଶା ଏହିପରି କାର୍ଯ୍ୟମାନ ସମାପ୍ତ କଲେ।


ସେମାନେ ପବିତ୍ର ତମ୍ବୁର ପ୍ରାଙ୍ଗଣରେ ଓ ବେଦିରେ ଥିବା ପରଦାର, ପ୍ରାଙ୍ଗଣର ପ୍ରବେଶ ଫାଟକର ଏବଂ ସମସ୍ତ ରଜ୍ଜୁର ଯତ୍ନ ନେଲେ।


ଆଉ ପ୍ରାଙ୍ଗଣର ପରଦା ଯାହା ପବିତ୍ର ତମ୍ବୁକୁ ଆଚ୍ଛାଦନ କରେ ଏବଂ ଯଜ୍ଞବେଦି, ପ୍ରବେଶ ଫାଟକର ପରଦା ତହିଁର ରଜ୍ଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହନ କରିବେ ଓ ସେହିସବୁରେ ଯେଉଁ କାର୍ଯ୍ୟ କରିବାକୁ ହୁଏ ତାହା ସବୁ କରିବା ଉଚିତ୍।


ସେମାନେ ପ୍ରାଙ୍ଗଣର ବାଡର ଖମ୍ବକୁ, ସେଗୁଡ଼ିକର ଭିତ୍ତିକୁ, ସେଗୁଡ଼ିକର ଖିଲକୁ, ସେଗୁଡ଼ିକର ରଜ୍ଜକୁ, ତାହା ସହିତ ସଂଯୁକ୍ତ ସମସ୍ତ ବସ୍ତୁକୁ ବହନ କରିବା ଉଚିତ୍। ତୁମ୍ଭେ ପ୍ରତ୍ୟେକ ବ୍ୟକ୍ତିକୁ ନିର୍ଦ୍ଧିଷ୍ଟ କାର୍ଯ୍ୟଭାର ବହନ କରିବାକୁ ଦେବା ଉଚିତ୍।


ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ୱାର ନିର୍ମାଣ କଲେ ଏବଂ ସେଗୁଡ଼ିକୁ ପିତ୍ତଳରେ ଆଚ୍ଛାଦନ କଲେ।


ତା'ପରେ ସେ ମୋତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗରେ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ ତିରି‌‌ଶ୍‌‌ଟି କୋଠରୀ ଥିଲା।


Swiv nou:

Piblisite


Piblisite