Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 26:36 - ପବିତ୍ର ବାଇବଲ

36 “ପବିତ୍ର ତମ୍ବୁର ଦ୍ୱାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତାରେ ବୁଣାଯିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ପୁଣି ଆବାସର ଦ୍ଵାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ରନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନବସ୍ତ୍ର ପ୍ରସ୍ତୁତ କରିବ।

Gade chapit la Kopi

ଓଡିଆ ବାଇବେଲ

36 ପୁଣି, ଆବାସର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ପୁଣି, ଆବାସର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ଚିତ୍ରବିଚିତ୍ର ଏକ ଆଚ୍ଛାଦନ ବସ୍ତ୍ର ପ୍ରସ୍ତୁତ କରିବ।

Gade chapit la Kopi




ଯାତ୍ରା ପୁସ୍ତକ 26:36
19 Referans Kwoze  

ସେମାନେ ତମ୍ବୁ ପ୍ରବେଶ ଦ୍ୱାର ନିମନ୍ତେ ନୀଳ, ଧୂମ୍ର ସିନ୍ଦୁରବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ମୁଁ ସତ୍ୟ ଓ ଜୀବନ। ପରମପିତାଙ୍କ ପାଖକୁ ଯିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।


ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ’ (ଫାଟକ) ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା'ର ଯାହା ଦରକାର, ସେ ସବୁ ପାଇବ।


ପରମେଶ୍ୱର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ୟାଗ କଲେ। ସେହି ତମ୍ବୁରେ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ରହୁଥିଲେ।


ମୁଁ ଇସ୍ରାଏଲୀୟ ସନ୍ତାନଗଣକୁ ମିଶରରୁ ବାହାର କରି ଆଣିବାଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହିଁ। ମାତ୍ର ମୁଁ ଏକ ତମ୍ବୁ ମଧ୍ୟରେ ଯାତାୟାତ କଲି।


ଯେଉଁ ଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସେହି ଦିନ ମେଘ ନିୟମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ୟ ଦେଖାଗଲା।


ସମାଗମ-ତମ୍ବୁରେ ଗେର୍ଶୋନର ପରିବାରର କର୍ତ୍ତବ୍ୟ ଥିଲା, ପବିତ୍ର ତମ୍ବୁର ଛାତ ଏବଂ ସମାଗମ-ତମ୍ବୁର ଫାଟକର ଆଚ୍ଛାଦନ କନାର ଯତ୍ନ ନେବା।


ଏହା ପରେ ସେମାନେ ମୋଶାଙ୍କୁ ପବିତ୍ର ତମ୍ବୁ ଦେଖାଇଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ।


ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,


“ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ରରେ ଏକ ପରଦା ପ୍ରସ୍ତୁତ କରିବ। ସେଥିରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।


“ପ୍ରାଙ୍ଗଣର ପ୍ରବେଶ ପଥ ନିମନ୍ତେ ପରଦାଟି କୋଡ଼ିଏ ହାତ ଲମ୍ବ ହେବା ଉଚିତ୍। ସେହି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତାରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତାରେ ଶିଳ୍ପକର୍ମ ହୋଇଥିବ। ଏବଂ ଏହାର ଗ୍ଭରୋଟି ସ୍ତମ୍ଭ ଓ ଗ୍ଭରୋଟି ଆଧାର ହେବା ଉଚିତ୍।


“ତୁମ୍ଭେ ଜାମାକୁ ବୁଟାଦାର ଶୁଭ୍ର କ୍ଷୋମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷୋମ ସୂତ୍ରରେ ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚୀକର୍ମ ଦ୍ୱାରା ଚିତ୍ରବିଚିତ୍ର କରିବ।


ପ୍ରାଙ୍ଗଣ ଦ୍ୱାରରେ ଆଚ୍ଛାଦନ ବସ୍ତ୍ର ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ରରେ ଶିଳ୍ପ କର୍ମରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ଦୈର୍ଘ୍ୟ କୋଡ଼ିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା।


ସେମାନେ ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତ୍ରରେ ଝାଲେରି କାର୍ଯ୍ୟ ଦ୍ୱାରା ଏକ କଟିବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମୋଶାଙ୍କ ପ୍ରତି ଆଜ୍ଞାନୁସାରେ।


ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ରରେଶମ ବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ରରେ ବିଭୂଷିତା କଲି।


“ନିପୁଣ କାରିଗର ଦ୍ୱାରା ନିପୁଣ ଭାବରେ ବୁକୁପଟା ପ୍ରସ୍ତୁତ କର। ବୁକୁପଟା ଏଫୋଦ ପରି ସୂକ୍ଷ୍ମ ମ‌ଲ୍‌ମଲ୍ ଏବଂ ସୁବର୍ଣ୍ଣ, ନୀଳ, ବାଇଗଣି ଏବଂ ଲାଲ୍ ମ‌ଲ୍‌ମଲ୍ ନିପୁଣ କଳାକୃତିରେ ନିର୍ମାଣ ହେବା ଉଚିତ୍।


ଧୂପବେଦି, ତାରସାଙ୍ଗୀ, ଅଭିଷେକାର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ୱାରର ଆଚ୍ଛାଦନ ବସ୍ତ୍ର।


ନିୟମ-ସିନ୍ଦୁକ ସମ୍ମୁଖରେ ସୁବର୍ଣ୍ଣର ଧୂପବେଦି ରଖ। ପରଦାଟିକୁ ତମ୍ବୁର ପ୍ରବେଶ ପଥରେ ଟାଙ୍ଗ।


Swiv nou:

Piblisite


Piblisite