Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 25:9 - ପବିତ୍ର ବାଇବଲ

9 ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା ସେହି ଅନୁସାରେ ତୁମ୍ଭେମାନେ ସବୁ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସବୁ କରିବ।

Gade chapit la Kopi

ଓଡିଆ ବାଇବେଲ

9 ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସମସ୍ତ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସମସ୍ତ କରିବ।

Gade chapit la Kopi




ଯାତ୍ରା ପୁସ୍ତକ 25:9
13 Referans Kwoze  

ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।”


ଏହି ଯାଜକମାନେ ଯେଉଁ କାମ କରନ୍ତି, ତାହା ପ୍ରକୃତରେ ସ୍ୱର୍ଗରେ ଥିବା କାମଗୁଡ଼ିକର ଛାୟା ଓ ନମୁନା ମାତ୍ର। ସେଥିପାଇଁ ମୋଶା ତମ୍ବୁ ନିର୍ମାଣ କରିବାକୁ ଗଲାବେଳେ ପରମେଶ୍ୱର ତାହାଙ୍କୁ ଚେତାବନୀ ଦେଇ କହିଥିଲେ: “ପର୍ବତ ଉପରେ ମୁଁ ତୁମ୍ଭକୁ ଯେଉଁ ନମୁନା ଦେଖାଇ ଥିଲି, ତଦନୁସାରେ ସମସ୍ତ ନିର୍ମାଣ କର।”


“ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ୟ ପ୍ରାନ୍ତରରେ ଥିଲା। ପରମେଶ୍ୱର ମୋଶାଙ୍କୁ ଗୋଟିଏ ନ‌କ୍‌ସା ଦେଖାଇଲେ ଏବଂ ସେ ଦେଖିଥିବା ନ‌କ୍‌ସା ଅନୁସାରେ ଗୋଟିଏ ସାକ୍ଷ୍ୟ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ।


ଏହା ଆଜି ଆମ୍ଭ ପାଇଁ ଉଦାହରଣ ସ୍ୱରୂପ। ଏହା ସୂଗ୍ଭଇ ଦିଏ ଯେ, ଯେଉଁ ଦାନ ଓ ବଳିଗୁଡ଼ିକ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଏ, ତଦ୍ଦ୍ୱାରା ଉପାସକ ପାପରୁ ସମ୍ପୂର୍ଣ୍ଣ ଧୌତ ହୋଇପାରେ ନାହିଁ। ଉକ୍ତ ବଳି ହେତୁ ସେ ସିଦ୍ଧିଲାଭ କରିପାରେ ନାହିଁ।


ଆମ୍ଭର ମହାଯାଜକ ମହାପବିତ୍ର ସ୍ଥାନରେ ସେବା କାର୍ଯ୍ୟ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନରେ ନୁହେଁ, ମାତ୍ର ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ ସେହି ଉପାସନା ସ୍ଥଳରେ ସେବା କରନ୍ତି।


ଏହି ସ୍ଥାନଟି ଗୋଟିଏ ତମ୍ବୁ ଭିତରେ ଥିଲା। ଏହି ତମ୍ବୁର ପ୍ରଥମ ଭାଗରେ ଦୀପ, ମେଜ ଓ ତହିଁ ଉପରେ ପରମେଶ୍ୱରଙ୍କୁ ଉତ୍ସର୍ଗୀକୃତ ରୋଟୀ ଥିଲା। ଏହି ସ୍ଥାନକୁ ‘ପବିତ୍ର ସ୍ଥାନ’ ବୋଲି କୁହା ଯାଇଥିଲା।


ମୁଁ ପର୍ବତ ଉପରେ ଦେଖାଇଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।


ସେହିସବୁ ଦୀପରୁଖା ଆଧାର ଓ ତା'ର ଉପରର ଫୁଲ ଗୁଡ଼ିକ ପିଟା ସୁବର୍ଣ୍ଣରେ ନିର୍ମିତ ହୋଇଥିଲା। ସଦାପ୍ରଭୁ ମୋଶାଙ୍କୁ ନିର୍ଦ୍ଦେଶ ମୁତାବକ ମୋଶା ଦୀପରୁଖା ନିର୍ମାଣ କଲେ।


ସମାଗମ-ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ଯ୍ୟ ଇସ୍ରାଏଲ ଲୋକମାନଙ୍କ ସମାପ୍ତ ହେଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ସମସ୍ତ କର୍ମ କଲେ।


ଇସ୍ରାଏଲର ଲୋକମାନେ ଏହିପରି କାର୍ଯ୍ୟମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ।


ମୋଶା ସେହି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷେପ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡ଼ିକ ଠିକ୍ ଭାବରେ ହୋଇଥିଲା। ତେଣୁ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।


“ତା'ପରେ ସେମାନେ ସେବାର୍ଥକ ସମସ୍ତ ପବିତ୍ର ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ଗୁଡ଼ାଇ ରଖିବେ। ସେମାନେ ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଏବଂ ତା'ପରେ ତାହାକୁ ଗୋଟିଏ ଖୁଣ୍ଟରେ ରଖିବେ।


Swiv nou:

Piblisite


Piblisite