Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 25:10 - ପବିତ୍ର ବାଇବଲ

10 “ଶିଟୀମ୍ କାଠର ଏକ ସିନ୍ଦୁକ ତିଆରି କର। ସେହି ପବିତ୍ର ସିନ୍ଦୁକ ଅଢ଼େଇ ହାତ ଲମ୍ବ, ଦେଢ଼ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।

Gade chapit la Kopi

ଓଡିଆ ବାଇବେଲ

10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।

Gade chapit la Kopi




ଯାତ୍ରା ପୁସ୍ତକ 25:10
11 Referans Kwoze  

ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା। ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା।


ତା'ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା'ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।


ଶଲୋମନ ଦାଉଦଙ୍କ ନଗରରୁ ଫାରୋଙ୍କର କନ୍ୟାଙ୍କୁ ତାଙ୍କ ନିମନ୍ତେ ସେ ନିର୍ମିତ କରିଥିବା ଗୃହକୁ ଆଣିଲେ। ଶଲୋମନ କହିଲେ, “ମୋର ସ୍ତ୍ରୀ ଇସ୍ରାଏଲର ରାଜା ଦାଉଦଙ୍କ ଗୃହରେ ବାସ କରିବ ନାହିଁ, କାରଣ ଯେଉଁ ସ୍ଥାନରେ ସଦାପ୍ରଭୁ ପରମେଶ୍ୱରଙ୍କର ବିଶେଷ ସିନ୍ଦୁକ ଥିଲା, ତାହା ପବିତ୍ର ସ୍ଥାନ ଅଟେ।”


ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା,


ପବିତ୍ର ସିନ୍ଦୂକ, ମେଜ, ଦୀପରୁଖା, ଯଜ୍ଞବେଦି, ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳପାତ୍ର, ଏବଂ ପରଦା ସେମାନଙ୍କର ଦାୟିତ୍ୱରେ ରହିବ।


“ଯେତେବେଳେ ଛାଉଣି ସ୍ଥାନାନ୍ତର କରିବାର ସମୟ ହୁଏ, ତାଙ୍କର ପୁତ୍ରଗଣ ପରଦାରେ ପବିତ୍ର ନିୟମ ସିନ୍ଦୁକକୁ ଢାଙ୍କିବେ।


ସମାଗମ-ତମ୍ବୁ, ନିୟମ-ସିନ୍ଦୁକ, ସିନ୍ଦୁକର ଆଚ୍ଛାଦକ, ତା'ର ପାପାଛଦନ ସମାଗମ-ତମ୍ବୁର ସମସ୍ତ ଦ୍ରବ୍ୟ,


ସମାଗମ-ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ଯ୍ୟ ଇସ୍ରାଏଲ ଲୋକମାନଙ୍କ ସମାପ୍ତ ହେଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ସମସ୍ତ କର୍ମ କଲେ।


ସେମାନେ ପୁନର୍ବାର ତାହାକୁ ଶିଶୁକଚର୍ମର ଆଚ୍ଛାଦନ କରିବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତା'ପରେ ସେମାନେ ପବିତ୍ର ସିନ୍ଦୁକ ବହନ କରିବାର ସାଙ୍ଗୀ ଲଗାଇବେ।


Swiv nou:

Piblisite


Piblisite