ଯାତ୍ରା ପୁସ୍ତକ 24:12 - ପବିତ୍ର ବାଇବଲ12 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ପର୍ବତ ଉପରେ ମୋ’ ପାଖକୁ ଆସ। ଏଠାରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦେବି, ବ୍ୟବସ୍ଥା ଓ ଆଜ୍ଞା, ଯାହା ମୁଁ ସେମାନଙ୍କୁ ଶିକ୍ଷା ଦେବାକୁ ଲେଖିଛି।” Gade chapit laପବିତ୍ର ବାଇବଲ (Re-edited) - (BSI)12 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ଵନ୍ଧୀୟ ଦୁଇ ଖଣ୍ତ ପ୍ରସ୍ତର-ଫଳକ ତୁମ୍ଭକୁ ଦେବା। Gade chapit laଓଡିଆ ବାଇବେଲ12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର-ଫଳକ ତୁମ୍ଭକୁ ଦେବା।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ; ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ, ତାହା, ଅର୍ଥାତ୍, ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ ଦୁଇ ଖଣ୍ଡ ପ୍ରସ୍ତର ଫଳକ ତୁମ୍ଭକୁ ଦେବା।” Gade chapit la |
ଏଠାରେ ସୁଗନ୍ଧିତ ଦ୍ରବ୍ୟ ପୋଡ଼ିବା ପାଇଁ ଗୋଟିଏ ସୁନାର ବେଦୀ ଥିଲା। ‘ପୁରାତନ ନିୟମ ଗୋଟିଏ ପବିତ୍ର ବାକ୍ସ ଭିତରେ ଥିଲା। ବାକ୍ସ ସୁନାରେ ତିଆରି ହୋଇଥିଲା। ସେହି ବାକ୍ସ ଭିତରେ ସୁନାରେ ତିଆରି ମାନ୍ନା ରଖା ହୋଇଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହୋଇ ପତ୍ର କଅଁଳି ଥିଲା। ସେହି ବାକ୍ସରେ ପୁରାତନ ନିୟମର ଦଶଆଜ୍ଞା ଲେଖାଥିବା ପ୍ରସ୍ତର ଫଳକମାନ ମଧ୍ୟ ଥିଲା।
“ଏଣୁ ଲୋକେ ପ୍ରତ୍ୟେକ ଆଦେଶ ମାନିବା ଉଚିତ୍, ଏପରିକି ମହତ୍ତ୍ୱପୂର୍ଣ୍ଣ ଦେଖା ଯାଉ ନ ଥିବା ଛୋଟ ଆଦେଶଟିଏ ମଧ୍ୟ ମାନିବା ଉଚିତ୍। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ୱର୍ଗରାଜ୍ୟରେ ଅତି ନ୍ୟୁନ ବୋଲି ଗଣିତ ହେବ କିନ୍ତୁ ଯେଉଁ ଲୋକ ସେ ବ୍ୟବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ୱର୍ଗରାଜ୍ୟରେ ମହାନ୍ ହେବ।
ତା'ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ।