Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 23:19 - ପବିତ୍ର ବାଇବଲ

19 “ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। “ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା'ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ଵରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗ ବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

19 ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗ ବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।

Gade chapit la Kopi




ଯାତ୍ରା ପୁସ୍ତକ 23:19
20 Referans Kwoze  

“ତୁମ୍ଭମାନଙ୍କର ପ୍ରଥମ ଶସ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସେହିସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ଗୃହକୁ ଆଣିବ। “କଦାପି ଗୋଟିଏ ମେଷକୁ ତା'ର ମା ଦୁ‌ଗ୍‌ଧରେ ପାକ କରିବ ନାହିଁ।


“ଆପେ ଆପେ ମରିଯାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷ୍ୟଣ କରିବ ନାହିଁ। ତୁମ୍ଭେମାନେ ଏହାକୁ ବିଦେଶୀମାନଙ୍କୁ ଭୋଜନ ପାଇଁ ଦେଇପାର, କିଅବା ବିଦେଶୀକୁ ତାହା ବିକ୍ରୟ କରିପାର। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ। “ତୁମ୍ଭେମାନେ କେବେ ବି ଛାଗବତ୍ସକୁ ତା'ର ମାତାର ଦୁ‌‌ଗ୍‌‌ଧରେ ରୋଷେଇ କରିବ ନାହିଁ।


ତେଣୁ, ହେ ସଦାପ୍ରଭୁ, ଦେଖ ତୁମ୍ଭେ ଆମ୍ଭକୁ ଯେଉଁ ଦେଶ ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।’ “ଏହା ପରେ ତୁମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ପ୍ରଣାମ କରିବ।


“ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏ କଥା ଗ୍ରହଣ କରିଥିଲୁ।


“ଶସ୍ୟଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ୟ ଏବଂ ପ୍ରଥମ ଫଳର ରସ ଦେବାରେ କୌଣସି ବିଳମ୍ବ କରିବ ନାହିଁ। ଏବଂ “ତୁମ୍ଭର ପ୍ରଥମଜାତ ସନ୍ତାନ ମୋତେ ଉତ୍ସର୍ଗ କରିବ।


ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ଆପଣା ସେହି ଦେଶରେ ଭୂମିରୁ ଫଳିଥିବା ସମସ୍ତ ଫଳ ଓ ପରିବାରୁ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗୁଡ଼ିରେ ତାହା ନେଇ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକୁ ତୁମ୍ଭେ ଯିବ।


ଏହି 144,000 ଜଣ ଲୋକମାନେ ସ୍ତ୍ରୀମାନଙ୍କ ସହିତ କୌଣସି ବ୍ୟଭିଗ୍ଭରପାପ କରି ନାହାନ୍ତି। ସେମାନେ ନିଜକୁ କୁମାରୀକନ୍ୟା ତୁଲ୍ୟ ପବିତ୍ର କରି ରଖିଛନ୍ତି। ମେଷଶାବକ ଯେଉଁ ଯେଉଁ ସ୍ଥାନକୁ ଯାଆନ୍ତି, ସେମାନେ ତାହାଙ୍କର ଅନୁସରଣ କରନ୍ତି। ଏହି 144,000 ଜଣ ମନୁଷ୍ୟଜାତି ମଧ୍ୟରୁ ମୁକ୍ତି ପାଇଛନ୍ତି। ସେମାନେ ପରମେଶ୍ୱର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଫଳ ସ୍ୱରୂପେ ଉତ୍ସର୍ଗୀକୃତ ହୋଇଛନ୍ତି।


କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉ‌ତ୍‌‌ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉ‌ତ୍‌‌ଥିତ ପ୍ରଥମ ଫଳ ସ୍ୱରୂପ।


ଅନ୍ୟ ଦେଶୀୟମାନଙ୍କର ସକଳ ବିଧି ବ୍ୟବସ୍ଥା ଅସାର କାରଣ ଅରଣ୍ୟରୁ ବୃକ୍ଷ ଚ୍ଛେଦନ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ୟହୀନ। ସେଗୁଡ଼ିକ ଦେବତା ନୁହନ୍ତି।


ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକାରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦୟ ଅଟନ୍ତି।


ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।


“ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।


ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ।


“ବ୍ୟବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ୟ ନିୟମ କରୁଥିଲୁ।


ତୁମ୍ଭମାନଙ୍କର ସମସ୍ତ ଶସ୍ୟଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ଆଉ ମଧ୍ୟ ତୁମ୍ଭେମାନେ ନିଜ ନିଜ ଗୃହରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦେବ।


“ସୀମା ସହିତ ଯାଜକମାନେ, ଲେବୀୟମାନେ 25,000 ହାତ ଦୈର୍ଘ୍ୟ, 10,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ପାଇବେ। ସମୁଦାୟ ଭୂମିର ଦୈର୍ଘ୍ୟ 25,000 ଓ ପ୍ରସ୍ଥ 10,000 ହାତ ହେବ।


ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ କି ତାହା ପରିବର୍ତ୍ତନ କରିବେ ନାହିଁ। ଏହା ଭୂମିର ସବୁଠୁ ଉତ୍ତମ ଅଂଶ, ଆଉ ତାହା ହାତେ ମଧ୍ୟ ପରିବର୍ତ୍ତିତ ହେବ ନାହିଁ। କାରଣ ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗିକୃତ ହୋଇଅଛି।


Swiv nou:

Piblisite


Piblisite