Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 23:15 - ପବିତ୍ର ବାଇବଲ

15 ପ୍ରଥମ ଉତ୍ସବଟି ତାଡ଼ିଶୂନ୍ୟ ରୋଟୀର ଉତ୍ସବ। ଏହା ମୋର ଆଜ୍ଞାନୁସାରେ ପାଳନ କରିବ। ଏହିପରି ତୁମ୍ଭେମାନେ ସାତ ଦିନ ଯାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭେମାନେ ଆବୀବ୍ ମାସରେ ପାଳନ କରିବ। କାରଣ ଏହି ମାସରେ ତୁମ୍ଭେମାନେ ମିଶରରୁ ମୁକ୍ତ ହୋଇଥିଲ। ପ୍ରତ୍ୟେକ ଲୋକ ମୋତେ ନୈବେଦ୍ୟ ଉତ୍ସର୍ଗ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତାଡ଼ିଶୂନ୍ୟ ରୋଟୀର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ

Gade chapit la Kopi

ଓଡିଆ ବାଇବେଲ

15 ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍‍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି, କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତାଡ଼ିଶୂନ୍ୟ ରୁଟିର ଉତ୍ସବ ପାଳନ କରିବ; ଆମ୍ଭ ଆଜ୍ଞାନୁସାରେ ଆବୀବ୍‍ ମାସର ନିରୂପିତ ସମୟରେ ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରିବ, ଯେହେତୁ ତୁମ୍ଭେ ସେହି ସମୟରେ ମିସର ଦେଶରୁ ମୁକ୍ତି ପାଇଅଛ; ପୁଣି, କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ।

Gade chapit la Kopi




ଯାତ୍ରା ପୁସ୍ତକ 23:15
25 Referans Kwoze  

ଖମୀରହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି।


ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ଏକ ମେଷ ବଦଳରେ ତାହା କ୍ରୟ କରି ପାରିବ। କିନ୍ତୁ ଯଦି ତୁମ୍ଭେ ମେଷ ବଦଳରେ ତାହା କ୍ରୟ ନ କର, ତେବେ ତୁମ୍ଭେ ସେହି ଗଧର ବେକ ଭାଙ୍ଗିବ। ତୁମ୍ଭେମାନେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରି ପାରିବ। କୌଣସି ବ୍ୟକ୍ତି ବିନା ଉପହାରରେ ମୋ’ ପାଖକୁ ଆସିବ ନାହିଁ।


“ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ବର୍ଷକେ ତିନିଥର ତୁମ୍ଭର ପୁରୁଷ ସସସ୍ତେ ନିସ୍ତାରପର୍ବ ଓ ସପ୍ତାହ ସମୂହର ପର୍ବ ସମୟରେ ଓ କୁଟୀର ପର୍ବ ସମୟରେ ମାତ୍ର ସେମାନେ ତୁଚ୍ଛା ହାତରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ଉଚିତ୍ ନୁହଁ।


ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନରେ ଯିହୂଦୀମାନେ ‘ନିସ୍ତାରପର୍ବର ମେଣ୍ଢାଛୁଆଟି’କୁ ବଳି ଦିଅନ୍ତି। ସେହି ଦିନ ଯୀଶୁଙ୍କ ପାଖକୁ ତାହାଙ୍କ ଶିଷ୍ୟମାନେ ଆସି ପଗ୍ଭରିଲେ, “ନିସ୍ତାରପର୍ବର ଭୋଜିରେ ଆପଣଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବାକୁ ଆମ୍ଭେ କେଉଁଠାକୁ ଯିବୁ ବୋଲି ଆପଣ ଗ୍ଭହୁଁଛନ୍ତି?”


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବୁ ତୁମ୍ଭେମାନେ ସେ ଦେଶରେ ପ୍ରବେଶ କରିବ। ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ପ୍ରଥମ କଟା ଶସ୍ୟରୁ ଏକ ବିଡ଼ା ଯାଜକ ନିକଟକୁ ଆଣିବ।


“ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ।


ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ।


ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ।


ଯିହୂଦୀମାନଙ୍କୁ ଏ ଘଟଣାରେ ଖୁସୀ ହେବାର ଦେଖି ପିତରଙ୍କୁ ମଧ୍ୟ ବନ୍ଦୀ କରିବା ପାଇଁ ଆଗେଇଲେ। ଏହା ଯିହୂଦୀୟ ନିସ୍ତାରପର୍ବ ଦିନର ଘଟଣା।


“ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ।


“ଶସ୍ୟଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ୟ ଏବଂ ପ୍ରଥମ ଫଳର ରସ ଦେବାରେ କୌଣସି ବିଳମ୍ବ କରିବ ନାହିଁ। ଏବଂ “ତୁମ୍ଭର ପ୍ରଥମଜାତ ସନ୍ତାନ ମୋତେ ଉତ୍ସର୍ଗ କରିବ।


ତହିଁରେ ସେମାନେ କହିଲେ, “ଯଦି ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଦୁକ ଫେରାଇ ଦେବ, ତେବେ ତାହା ଖାଲି ପଠାଅ ନାହିଁ। କିନ୍ତୁ ତୁମ୍ଭର ପାପରୁ ଦୂରେଇ ଯିବା ପାଇଁ ଏହା ସହିତ ଉପହାର ଓ ନୈବେଦ୍ୟ ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ପବିତ୍ର ହେବ, ଏବଂ ତୁମ୍ଭେମାନେ କଳ୍ପନା କରିବ, କାହିଁକି ପରମେଶ୍ୱର ତୁମ୍ଭମାନଙ୍କୁ ଦଣ୍ତ ଦେବା ବନ୍ଦ କଲେ ନାହିଁ।”


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


ଆମ୍ଭେମାନେ କ’ଣ ଆଣି ସଦାପ୍ରଭୁଙ୍କୁ ଭେଟିବା? କ’ଣ କରି ଆମ୍ଭେ ଊର୍ଦ୍ଧ୍ୱସ୍ଥ ପରମେଶ୍ୱରଙ୍କୁ ପ୍ରଣାମ କରିବା? କ’ଣ ହୋମବଳି ଓ ଏକ ବର୍ଷୀୟ ଗୋବତ୍ସ ନେଇ ଆମ୍ଭେ ସଦାପ୍ରଭୁଙ୍କୁ ଭେଟି ଦେବା?


Swiv nou:

Piblisite


Piblisite