Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 22:7 - ପବିତ୍ର ବାଇବଲ

7 “ଆଉ କେହି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ ତାହା ଯେବେ କେହି ସେହି ଲୋକର ଗୃହରୁ ଗ୍ଭେରି କରେ ଓ ସେହି ଗ୍ଭେର ଧରାପଡ଼େ, ତେବେ ସେ ତା'ର ଦୁଇଗୁଣ ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, କେହି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କଲେ, ତାହା ଯେବେ କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇଗୁଣ ଦେବ।

Gade chapit la Kopi

ଓଡିଆ ବାଇବେଲ

7 ଆଉ, କେହି ଯଦି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କରେ, ତାହା ଯଦି କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇ ଗୁଣ ଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, କେହି ଯଦି ଆପଣା ପ୍ରତିବାସୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ୟ ରଖିବା ପାଇଁ ସମର୍ପଣ କରେ, ତାହା ଯଦି କେହି ସେହି ମନୁଷ୍ୟର ଗୃହରୁ ଚୋରି କରେ ଓ ସେହି ଚୋର ଧରା ପଡ଼େ, ତେବେ ସେ ତହିଁର ଦୁଇଗୁଣ ଦେବ।

Gade chapit la Kopi




ଯାତ୍ରା ପୁସ୍ତକ 22:7
10 Referans Kwoze  

ଯଦି ଗ୍ଭେରି ହୋଇଥିବା ପଶୁଟି ସେହି ଲୋକ ପାଖରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମେଷ ହେଉ, ସେ ଗ୍ଭେରି କରିଥିବା ଜିନିଷର ଦୁଇଗୁଣ ଦେବ।


କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।


“ଗ୍ଭେର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେହିପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟ‌ଦ୍‌ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି।


“ଯଦି କୌଣସି ଲୋକ କଣ୍ଟକ ବନରେ ଅଗ୍ନି ସଂଯୋଗ କରେ ଓ ସେହି ଅଗ୍ନିରେ ଯଦି କାହାର କ୍ଷେତର ଫସଲ ବା ଶସ୍ୟଗଦା କିମ୍ବା କ୍ଷେତଟି ପୋଡ଼ି ନଷ୍ଟ ହୁଏ ତେବେ ସେହି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହେବ।


ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,


“କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଗଚ୍ଛିତ ବା ହସ୍ତରେ ସମର୍ପିତ, କିମ୍ବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ।


“ତୁମ୍ଭେମାନେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ତାଙ୍କଠାରୁ ଗ୍ଭେରି କରିବ ନାହିଁ। ପୁଣି ବେତନଜୀବିର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।


ସେ ଯେଉଁଥିପାଇଁ ଗୋଟିଏ ମିଥ୍ୟା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସମ୍ପୂର୍ଣ୍ଣ ଫେରାଇ ଦେବା ଉଚିତ୍। ଏସବୁ ସେ କରିବ ଯେଉଁ ଦିନ ସେ ଦୋଷୀ ବୋଲି ସାବ୍ୟସ୍ତ ହେବ ଓ ସେହି ଦିନ ସେ ଗ୍ରହିତାକୁ ଦ୍ରବ୍ୟ ଦେବ।


Swiv nou:

Piblisite


Piblisite