Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 22:27 - ପବିତ୍ର ବାଇବଲ

27 ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନ ଥାଏ, ତେବେ ସେ କେଉଁଥିରେ ଶୋଇବ? ଏବଂ ସେ ଯଦି ମୋତେ ଦୁଃଖରେ ଡାକେ, ତେବେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ? ପୁଣି ସେ ଯେବେ ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ।

Gade chapit la Kopi

ଓଡିଆ ବାଇବେଲ

27 କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 କାରଣ ତାହା ତାହାର ଏକମାତ୍ର ଆଚ୍ଛାଦନ ଓ ଚର୍ମ ଆଚ୍ଛାଦକ ବସ୍ତ୍ର; ସେ କାହିଁରେ ଶୟନ କରିବ? ପୁଣି, ସେ ଯଦି ଆମ୍ଭ ନିକଟରେ ଡାକ ପକାଇବ, ତେବେ ଆମ୍ଭେ ତାହା ଶୁଣିବା, କାରଣ ଆମ୍ଭେ କୃପାବାନ ଅଟୁ।

Gade chapit la Kopi




ଯାତ୍ରା ପୁସ୍ତକ 22:27
14 Referans Kwoze  

ସଦାପ୍ରଭୁ ମୋଶାଙ୍କ ସମ୍ମୁଖକୁ ଆସି ଏହା ଘୋଷଣା କଲେ। “ଯିହୋବାଃ, ଯିହୋବାଃ ଦୟାଶୀଳ ପରମେଶ୍ୱର, ସେ କ୍ରୋଧରେ ଧିର। ସେ ଦୟାଳୁ ଓ ସତ୍ୟତାରେ ପରିପୂର୍ଣ୍ଣ।


ଯଦି ତୁମ୍ଭେମାନେ ଫେରି ଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତେବେ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସେମାନଙ୍କୁ ବନ୍ଦୀ କରି ନେଇଯାଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫେରି ଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭେମାନେ ତାହାଙ୍କ ନିକଟକୁ ଫେରି ଆସିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିଯିବେ ନାହିଁ।”


ହେ ମୋର ପ୍ରଭୁ, ତୁମ୍ଭେ ସ୍ନେହଶୀଳ ଓ କରୁଣାମୟ ପରମେଶ୍ୱର। ତୁମ୍ଭେ ଧୈର୍ଯ୍ୟଶୀଳ, ପ୍ରେମ ଓ ସତ୍ୟତାରେ ପରିପୂର୍ଣ୍ଣ ଅଟ।


ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି, ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।


ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା ଓ ସଦାପ୍ରଭୁ ତାହା ଶୁଣିଲେ ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।


ଯଦି ତୁମ୍ଭେ କେହି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତେବେ ମୁଁ ତାଙ୍କର ଦୁଃଖ ଶୁଣିବି।


ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା'ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।


“ତୁମ୍ଭେ ଆପଣା ପ୍ରତିବାସୀକି କୌଣସି ପ୍ରକାରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ୟ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକୁ ଯିବ ନାହିଁ।


ଦାଉଦ ବହୁରୀମକୁ ଗଲେ, ସେଠାରେ ଦେଖିଲେ ଶାଉଲ ବଂଶର ଏକ ବ୍ୟକ୍ତି ସେଠାରୁ ବାହାରି ଆସିଲା, ତା'ର ନାମ ଥିଲା ଶିମିୟି। ସେ ଥିଲା ଗେରାର ପୁତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କୁ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷୟରେ ଗାଳି କରି କରି ବାହାରୁ ଥିଲା।


“ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି।


ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।”


ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ୟ ଦିଅ ନାହିଁ। ଆଉ ଧନୀକୁ ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ। କାରଣ ଏକ ଛୋଟ ପକ୍ଷୀ ସେହି ବାର୍ତ୍ତା ନେଇଯିବ ଓ ସେ କଥା ଉତ୍ତର ଦେବ।


Swiv nou:

Piblisite


Piblisite