Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 22:19 - ପବିତ୍ର ବାଇବଲ

19 “କୌଣସି ଲୋକକୁ ପଶୁ ସହିତ ଯୌନ ସମ୍ପର୍କ ରଖିବାକୁ ଦେବ ନାହିଁ। ଯଦି ଏପରି କେହି କରେ, ତେବେ ତାକୁ ମୃତ୍ୟୁ ଦଣ୍ଡ ଦେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଯେ କେହି ପଶୁ ସହିତ ଶୃଙ୍ଗାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

19 ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଯେକେହି ପଶୁ ସହିତ ଯୌନ ସମ୍ପର୍କ ରଖେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 22:19
14 Referans Kwoze  

“ଲେବୀୟମାନେ କହିବେ, ‘ଯେଉଁ ଲୋକର କୌଣସି ପଶୁ ସହିତ ଯୌନ ସମ୍ପର୍କ ଥାଏ, ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’


“ତୁମ୍ଭେ କୌଣସି ପଶୁ ସହିତ ଯୌନ ସମ୍ପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଏହା ପ୍ରକୃତି ବିରୋଧ।


ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉ‌ଦ୍‌ଗାର କରୁଅଛି।


“ତୁମ୍ଭେମାନେ ମୋ’ ବ୍ୟତୀତ ଆଉ କୌଣସି ଦେବତାଗଣଙ୍କୁ ଉପାସନା କରିବ ନାହିଁ।


“ସାବଧାନ, ତୁମ୍ଭେ ଯେଉଁ ଦେଶରେ ବାସ କରିବ ସେମାନଙ୍କ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ସେମାନଙ୍କ ଦେବଗଣମାନଙ୍କର ଅନୁଚର ହେବ। କିମ୍ବା ସେମାନେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସେମାନଙ୍କ ସହିତ ଯୋଗ ଦେବ। ତୁମ୍ଭେ ସେମାନଙ୍କର ବଳିଦାନ ଭକ୍ଷ୍ୟଣ କରିବ।


ତହିଁରେ ସେମାନେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ୟଭିଗ୍ଭର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।


ଅନନ୍ତର ଇସ୍ରାଏଲର ଲୋକମାନେ ଶିଟୀମରେ ବାସ କଲେ। ସେତେବେଳେ ସେମାନେ ମୋୟାବର କନ୍ୟାମାନଙ୍କ ପ୍ରତି ବ୍ୟଭିଗ୍ଭର ପାପରେ ମାତି ରହିଲେ।


ଆଉ ସେହି ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ଯଦି ସଫଳ ହୁଏ, ତୁମ୍ଭେ ସେମାନଙ୍କୁ ଜାଣି ନାହିଁ, ଏପରି ଅନ୍ୟ ଦେବଗଣଙ୍କ ବିଷୟରେ କହେ, ‘ଆସ ଆମ୍ଭେମାନେ ସେମାନଙ୍କର ପଶ୍ଚା‌ଦ୍‌ଗାମୀ ହେବା ଓ ସେମାନଙ୍କ ସେବା କରିବା।’


ଆଉ ତୁମ୍ଭେମାନେ ତହିଁର ଲୁଟିତ ଦ୍ରବ୍ୟ ସବୁ ନଗର ମଧ୍ୟରେ ସଂଗ୍ରହ କର ଓ ନେଇଯାଅ, ସେହି ନଗରକୁ ସେଥି ମଧ୍ୟରେ ଥିବା ସମସ୍ତ ସାମଗ୍ରୀକୁ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଦ‌‌ଗ୍‌‌ଧ କର। ସେହି ସହର ସବୁଦିନ ପାଇଁ ଧ୍ୱଂସ ହେବା ଉଚିତ୍। ଆଉ ଏହା ପୂନଃନିର୍ମିତ ହେବା ଉଚିତ୍ ନୁହେଁ।


“ଯଦି କେତେକ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିୟମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମୋ’ ଆଦେଶ ବିରୁଦ୍ଧରେ ଯାଆନ୍ତି, ଯେକୌଣସି ନଗର ମଧ୍ୟରେ ଯେଉଁଗୁଡ଼ିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି ଏବଂ ତାଙ୍କର ନିୟମ ଭଙ୍ଗ କରନ୍ତି।


ତେବେ ଏପରି ଅପକର୍ମ କରିଥିବା ସେହି ଲୋକଙ୍କୁ ଦଣ୍ତିତ କରିବ। ତୁମ୍ଭେ ସେହି ଲୋକଟିକୁ ନଗରଦ୍ୱାର ବାହାରକୁ ଆଣି ପଥର ଫିଙ୍ଗି ତାକୁ ସମସ୍ତଙ୍କ ଆଗରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହୋଇଥାଉ


ଯୋଶିୟ ଶମରିୟାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ଯଜ୍ଞବେଦିରେ ବଧ କଲେ ଓ ସେ ଉପରେ ମନୁଷ୍ୟମାନଙ୍କ ଅସ୍ଥି ଯଜ୍ଞବେଦି ଉପରେ ଦ‌ଗ୍‌ଧ କଲେ। ଏହିରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ଯିରୁଶାଲମକୁ ଫେରିଗଲେ।


ଯେଉଁ ବ୍ୟକ୍ତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ୟୁଦଣ୍ଡ ଭୋଗ କରୁଥିଲା। ସେହି ବ୍ୟକ୍ତି ଜଣେ ବିଖ୍ୟାତ ବ୍ୟକ୍ତି ହେଉ କି ନ ହେଉ, କିଅବା ସେହି ବ୍ୟକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥିରେ କିଛି ଫରକ ପଡ଼ୁ ନ ଥିଲା।


Swiv nou:

Piblisite


Piblisite