Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 21:30 - ପବିତ୍ର ବାଇବଲ

30 ଯଦି ବିଗ୍ଭରକର୍ତ୍ତାଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କେହି ଆତ୍ମୀୟ ସେହି ଅର୍ଥକୁ ଗ୍ରହଣ କରେ ତେବେ ଆଉ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ।

Gade chapit la Kopi

ଓଡିଆ ବାଇବେଲ

30 ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ।

Gade chapit la Kopi




ଯାତ୍ରା ପୁସ୍ତକ 21:30
6 Referans Kwoze  

“ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯେବେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେଉଁରୂପେ ଦାବି କରିବ ସେହି ଅନୁସାରେ ତାକୁ ଅବଶ୍ୟ ଅର୍ଥଦଣ୍ଡ ହେବ। ପୁଣି ସେ ବିଗ୍ଭରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦେବ।


“ତୁମ୍ଭେ ଗଣିତ ହୋଇଥିବା ଲୋକମାନଙ୍କର ସଂଖ୍ୟା ଅନୁସାରେ ଇସ୍ରାଏଲ ସନ୍ତାନମାନଙ୍କୁ ଗଣନା କରିବ। ସେତେବେଳେ ସେମାନଙ୍କର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାୟଶ୍ଚିତ କରିବେ। ତହିଁରେ ସେମାନଙ୍କ ମଧ୍ୟରେ ଗଣନା ସମୟରେ ଆଘାତ ହେବ ନାହିଁ।


ମନୁଷ୍ୟର ଧନ ତାହାର ପ୍ରାଣର ପ୍ରାୟଶ୍ଚିତ ସ୍ୱରୂପ, ମାତ୍ର ଦରିଦ୍ରଲୋକ ଧମକ ଶୁଣେ ନାହିଁ।


ଯଦି ଆଗରୁ ପ୍ରମାଣ ଥାଏ ଯେ ସେହି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବାନ୍ଧି ରଖି ନାହିଁ, ଯଦି ସେ କାହାରିକୁ ହତ୍ୟା କରେ ତେବେ ତା'ର ମୁନିବକୁ ମଧ୍ୟ ହତ୍ୟା କରାଯିବ।


“ଏହି ନିୟମ ମଧ୍ୟ ବଳଦ ମାରି ଦେଇଥିବା ପୁତ୍ର, କନ୍ୟା ଏବଂ ଲୋକଙ୍କ କ୍ଷେତ୍ରରେ ପ୍ରଜୁଯ୍ୟ ହେବ।


Swiv nou:

Piblisite


Piblisite