Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 21:20 - ପବିତ୍ର ବାଇବଲ

20 “ବେଳେ ବେଳେ ମୁନିବ ତା'ର ଦାସୀକୁ କିମ୍ବା ଦାସକୁ ମାଡ଼ ମାରେ, ଯଦି ଆଘାତପ୍ରାପ୍ତ ହୋଇ ଦାସଟି ମରିଯାଏ, ତେବେ ତା'ର ମୁନିବକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଆଉ କେହି ଆପଣା ଦାସ ବା ଦାସୀକି ଯଷ୍ଟି ଦ୍ଵାରା ପ୍ରହାର କଲେ, ସେ ଯେବେ ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ତନୀୟ ହେବ।

Gade chapit la Kopi

ଓଡିଆ ବାଇବେଲ

20 ଆଉ ଯଦି କେହି ଆପଣା ଦାସ ବା ଦାସୀକୁ ଯଷ୍ଟି ଦ୍ୱାରା ପ୍ରହାର କଲେ, ସେ ଯଦି ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ଡନୀୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଆଉ ଯଦି କେହି ଆପଣା ଦାସ ବା ଦାସୀକୁ ଯଷ୍ଟି ଦ୍ୱାରା ପ୍ରହାର କଲେ, ସେ ଯଦି ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ଡନୀୟ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 21:20
12 Referans Kwoze  

ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରୟୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ।


ମାତ୍ର କଥାରେ ସେବକକୁ ସଂଶୋଧିତ କରାଯାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିୟା କରେ ନାହିଁ।


“ସେହି ଲୋକମାନଙ୍କୁ ଦଣ୍ତଦେବା ସମୟରେ ତୁମ୍ଭେମାନେ ଦୁଃଖ କରିବା ଉଚିତ୍ ନୁହଁ। ଯଦି କେହି ଜଣେ ଅନ୍ୟ ଜୀବନ ନେଇ ଥାଏ ତେବେ ତାକୁ ତାହାର ଜୀବନ ଦେବା ଉଚିତ୍। ନିୟମ ଏପରି ହେବ, ଆଖି ପାଇଁ ଆଖି ଦେବାକୁ ପଡ଼ିବ, ଦାନ୍ତ ପାଇଁ ଦାନ୍ତ ଦେବାକୁ ପଡ଼ିବ, ହାତ ବଦଳରେ ହାତ ଓ ଗୋଡ଼ ବଦଳରେ ଗୋଡ଼ ଦେବାକୁ ପଡ଼ିବ।


ଜଣେ ମୃତ ପରିବାରର ଲୋକ, ହତ୍ୟାକାରୀକୁ ହତ୍ୟା କରି ପାରିବ। ସେ ତାକୁ ଦେଖିଲା ମାତ୍ରକେ ହତ୍ୟା କରି ପାରିବ।


“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।


ଯେବେ କୟିନର ହତ୍ୟାର ପ୍ରତିଶୋଧ ବହୁତ ହେବ। ତେବେ ମୋତେ ହତ୍ୟା କରିବାର ଦଣ୍ଡ ତା'ଠାରୁ ଅନେକ ଗୁଣରେ କଠୋର ହେବ।”


ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ମୁଁ ଏପରି ଘଟିବାକୁ ଦେବି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ୟା କରେ, ତେବେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି।” ଏହା ପରେ ସଦାପ୍ରଭୁ ପରମେଶ୍ୱର କୟିନକୁ ଏକ ଚିହ୍ନ ଦେଲେ। ଚିହ୍ନଟି ଦର୍ଶାଇଲା ଯେ, କେହି ତାକୁ ମାରିବା ଉଚିତ୍ ନୁହେଁ।


ଆଘାତପ୍ରାପ୍ତ ଲୋକ ଯଦି ଶଯ୍ୟାଶାୟୀ ହୁଏ ଏବଂ ବିଛଣାରୁ ଉଠିପାରେ ଏବଂ ସେ ଆଶାବାଡ଼ି ଧରି ଗ୍ଭଲିପାରେ। ତେବେ ଆଘାତ ଦେଇଥିବା ଲୋକ ତା'ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ତା'ର ସହାୟତା କରିବ।


ଯଦି ସେହି ଦାସ ମାଡ଼ ହେବା ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତେବେ ତାକୁ ଆଉ ଦଣ୍ଡ ଦିଆଯିବ ନାହିଁ। କାରଣ, ମୁନିବ ତାକୁ ପଇସା ବିନିମୟରେ କ୍ରୟ କରିଥାଏ ଏବଂ ଦାସଟି ତା'ର ସମ୍ପୁର୍ଣ୍ଣ ନିଜର ହୋଇଥାଏ।


Swiv nou:

Piblisite


Piblisite