Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 21:2 - ପବିତ୍ର ବାଇବଲ

2 “ଯଦି ତୁମ୍ଭେ ଜଣେ ଏବ୍ରୀୟ କ୍ରୀତଦାସ ନିଅ, ତେବେ ସେ ଛଅ ବର୍ଷ ତୁମ୍ଭର ସେବା କରିବ। ସପ୍ତମ ବର୍ଷରେ ସେ ମୁକ୍ତ ହୋଇଯିବ। ତାକୁ ଆଉ କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।

Gade chapit la Kopi

ଓଡିଆ ବାଇବେଲ

2 ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି, ସପ୍ତମ ବର୍ଷରେ ସେ ବିନା ମୂଲ୍ୟରେ ମୁକ୍ତ ହୋଇଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି, ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।

Gade chapit la Kopi




ଯାତ୍ରା ପୁସ୍ତକ 21:2
18 Referans Kwoze  

“ତୁମ୍ଭେ ତାହାକୁ ମୁକ୍ତ କରି ବିଦାୟ କରିବା ବେଳେ ଏହା ତୁମ୍ଭ ଦୃଷ୍ଟିରେ କଠିନ ବୋଧ ନ ହେଉ। କାରଣ ସେ ଛଅ ବର୍ଷ ଭିତରେ ଏକ ବେତନଜୀବିର ଦ୍ୱିଗୁଣ ବେତନର ଦାସ୍ୟକର୍ମ କରିଅଛି। ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସକଳ କାର୍ଯ୍ୟରେ ତୁମ୍ଭକୁ ଆଶୀର୍ବାଦ କରିବେ।


କିନ୍ତୁ ପ୍ରତ୍ୟେକ ଲୋକର ଦାସ ଯିଏ କିଣା ହୋଇଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହୋଇଥାଏ।


ଏବଂ ମୁଁ ସେହି ଲୋକମାନଙ୍କୁ କହିଲି, “ଆମ୍ଭର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟ ଲୋକଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭେମାନେ ତୁମ୍ଭମାନଙ୍କର ଭାଇମାନଙ୍କୁ ପୁଣି ଥରେ ବିକ୍ରୀ କରୁଛ।” ଏଥିରେ ସେମାନେ ନୀରବ ରହିଲେ। ସେମାନେ କିଛି ଉତ୍ତର ଦେଇପାରିଲେ ନାହିଁ।


ଏହା ପରେ ମୋଶା ପ୍ରାଚୀନବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ ଛାଡ଼ ବର୍ଷର ନିରୂପିତ ସମୟରେ ପତ୍ରକୁଟୀର ପର୍ବରେ।


“ପ୍ରତି ସାତ ବର୍ଷର ଶେଷରେ, ତୁମ୍ଭେମାନେ ସମସ୍ତ ଋଣ ଛାଡ଼ କରିଦେବ।


ଯଦି ଏପରି ଦିନରେ ଘଟିଥାଏ ତେବେ ହତ୍ୟା କରିଥିବା ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବ। “ଯଦି ଜଣେ ଲୋକ ଗ୍ଭେରି କରୁଥିବା ସମୟରେ ଧରାପଡ଼େ, ସେ ନିଶ୍ଚୟ ଫେରାଇଦେବ, ଯାହା ଗ୍ଭେରି କରିଥିଲା। ଏବଂ ଯଦି ସେହି ଲୋକର ନିଜର କିଛି ନ ଥାଏ, ତେବେ ତାକୁ କ୍ରୀତଦାସ ରୂପେ ବିକ୍ରୀ କରାଯିବ।


କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ମୂଲ୍ୟ ଦେଇ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ୟମରେ ପରମେଶ୍ୱରଙ୍କୁ ଗୌରବ ଦିଅ।


ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା'ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।


ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।”


ଏଷୌ କହିଲେ, “ତା'ର ନାମ ହେଲା ଯାକୁବ ତାହା କ’ଣ ଯଥାର୍ଥ ନୁହେଁ। ସେ ମୋତେ ଦୁଇଥର ପ୍ରବଞ୍ଚନା କଲା। ସେ ମୋର ଜ୍ୟେଷ୍ଠ ଅଧିକାର ଛଡ଼ାଇ ନେଲା। ଏବଂ ମୋର ଆଶୀର୍ବାଦ ନେଇଗଲା।” ଏହା ପରେ ଏଷୌ କହିଲେ, “ମୋ’ ପାଇଁ କିଛି ଆଶୀର୍ବାଦ ରଖିଛ କି?”


ସଦାପ୍ରଭୁ ତୁମ୍ଭକୁ ଯଥେଷ୍ଟ ବର୍ଷା ଦିଅନ୍ତୁ। ତେଣୁ ତୁମ୍ଭେ ବହୁତ ଫସଲ ଓ ଦ୍ରାକ୍ଷାରସ ପାଇବ।


ଯଦି ସେହି ଲୋକ ଜଣକ ବିବାହିତ ନ ହୋଇଥାଏ, ତେବେ ସେ ଏକାକୀ ଯିବ ଓ ଯଦି ସେ ବିବାହିତ ହୋଇଥାଏ ତେବେ ସେ ମୁକ୍ତ ହେବା ସମୟରେ ତା'ର ସ୍ତ୍ରୀକୁ ସାଙ୍ଗରେ ନେଇଯିବ।


“ଜଣେ ଲୋକ ତା'ର କନ୍ୟାକୁ ଦାସୀଭାବେ ବିକ୍ରୟ କରି ପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହୋଇ ପାରିବ ନାହିଁ।


“ଯଦି ତାକୁ କେହି ମୁକ୍ତ ନ କରେ, ତେବେ ସେ ଆପଣା ସନ୍ତାନଗଣ ସହ ମହୋଲ୍ଲାସ-ଉତ୍ସବ ବର୍ଷରେ ମୁକ୍ତ ହୋଇ ବାହାରି ଯିବ।


Swiv nou:

Piblisite


Piblisite