Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 21:12 - ପବିତ୍ର ବାଇବଲ

12 “ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଆଘାତ କରେ ଓ ହତ୍ୟାକରେ, ତେବେ ଆଘାତ କରିଥିବା ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କେହି ଯେବେ କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

12 କେହି ଯଦି କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ଡ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କେହି ଯଦି କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ଡ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 21:12
11 Referans Kwoze  

“ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି। ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।


ଯୀଶୁ ସେହି ଲୋକକୁ କହିଲେ, “ତୁମ୍ଭ ଖଣ୍ଡାକୁ ଖୋଳ ଭିତରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ୟବହାର କରନ୍ତି। ସେମାନଙ୍କୁ ଖଣ୍ଡା ଦ୍ୱାରା ହତ୍ୟା କରା ଯାଇଥାଏ।


“ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ୟା କରେ ସେ ନିଶ୍ଚୟ ହତ ହେବ।


ଦାଉଦ ନାଥନକୁ କହିଲେ, “ମୁଁ ସଦାପ୍ରଭୁଙ୍କ ବିରୁଦ୍ଧରେ ଅପରାଧ କରିଅଛି।” ନାଥନ ଦାଉଦଙ୍କୁ କହିଲେ, “ଏଥିରେ ସଦାପ୍ରଭୁ ତୁମ୍ଭର ଅପରାଧ କ୍ଷମା କରିଅଛନ୍ତି, ତୁମ୍ଭେ ମରିବ ନାହିଁ।


“ତୁମ୍ଭେ ନରହତ୍ୟା କରିବ ନାହିଁ।


ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।


ସେହି ଲୋକ ଏହିସବୁ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ଯଦି ଏଥିରେ ସେ ତୃଟି କରେ ତେବେ ସେହି ସ୍ତ୍ରୀ ଜଣକ ନିଜେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।


“ଲେବୀୟମାନେ କହିବେ, ‘ଯେଉଁ ଲୋକ ଆପଣା ପଡ଼ୋଶୀକୁ ଗୋପନରେ ହତ୍ୟା କରେ ସେ ଅଭିଶପ୍ତ ହେଉ।’ “ଏଥିରେ ସମସ୍ତେ କହିବେ, ‘ଆମେନ୍।’


Swiv nou:

Piblisite


Piblisite