ଯାତ୍ରା ପୁସ୍ତକ 21:1 - ପବିତ୍ର ବାଇବଲ1 ଏହା ପରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଏଗୁଡ଼ିକ ହେଉଛି ଅନ୍ୟାନ୍ୟ ବ୍ୟବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ। Gade chapit laପବିତ୍ର ବାଇବଲ (Re-edited) - (BSI)1 ଆଉ ତୁମ୍ଭେ ଏହିସବୁ ଶାସନ ସେମାନଙ୍କର ଜ୍ଞାନଗୋଚର କରିବ। ଯଥା- Gade chapit laଓଡିଆ ବାଇବେଲ1 ଆଉ ତୁମ୍ଭେ ଏହିସବୁ ନିୟମ ସେମାନଙ୍କୁ ଜ୍ଞାତ କରାଇବ। ଯଥା- Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଆଉ ତୁମ୍ଭେ ଏହିସବୁ ନିୟମ ସେମାନଙ୍କୁ ଜ୍ଞାତ କରାଇବ। ଯଥା, Gade chapit la |
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ।
ତୁମ୍ଭମାନଙ୍କ ନିକଟକୁ ହତ୍ୟା, ଆଇନ୍ ଅମାନ୍ୟ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗରରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ୟରୁ ହିଁ ଆସିବ। ଏହିସବୁ ମାମଲାରେ ତୁମ୍ଭେମାନେ ଲୋକମାନଙ୍କୁ “ସଦାପ୍ରଭୁ”ଙ୍କ ବିରୁଦ୍ଧରେ ପାପ ନ କରିବା ନିମନ୍ତେ ସତର୍କ କରାଇଦେବ। ଯଦି ତୁମ୍ଭେମାନେ ବିଶ୍ୱସ୍ତ ଭାବେ ସେବା କରିବ ନାହିଁ, ତେବେ ତୁମ୍ଭ ବିରୁଦ୍ଧରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତେବେ ତୁମ୍ଭେମାନେ ଦୋଷୀ ହେବ ନାହିଁ।