ଯାତ୍ରା ପୁସ୍ତକ 20:4 - ପବିତ୍ର ବାଇବଲ4 “ତୁମ୍ଭେମାନେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ୱର୍ଗରେ କିମ୍ବା ପୃଥିବୀରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ। Gade chapit laପବିତ୍ର ବାଇବଲ (Re-edited) - (BSI)4 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ଵର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। Gade chapit laଓଡିଆ ବାଇବେଲ4 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ; କି ଉପରିସ୍ଥ ସ୍ୱର୍ଗରେ, କି ନୀଚସ୍ଥ ପୃଥିବୀରେ, କି ପୃଥିବୀର ନୀଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। Gade chapit la |
ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ।
ମନଃଶି ଆହୁରି ମଧ୍ୟ ଏକ ଦେବତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ୱରଙ୍କ ମନ୍ଦିର ମଧ୍ୟରେ ରଖିଲେ; ସେହି ମନ୍ଦିର, ଯାହା ବିଷୟରେ ପରମେଶ୍ୱର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ୱର କହିଥିଲେ, “ମୁଁ ଏହି ଗୃହରେ ଓ ଯିରୁଶାଲମରେ ମୋର ନାମ ସ୍ଥାପନ କରିବି, ଯାହା ମୁଁ ଇସ୍ରାଏଲର ସମସ୍ତ ପରିବାରବର୍ଗଙ୍କ ମଧ୍ୟରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସେଠାରେ ଚିରକାଳ ନିମନ୍ତେ ରହିବ।
ତା'ପରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମୋର କେଶ ଧରିଲେ। ତା'ପରେ ପବନ ମୋତେ ଉଠାଇ ନେଲା, ପୃଥିବୀ ଓ ଆକାଶର ମଧ୍ୟବର୍ତ୍ତୀ ସ୍ଥାନରେ ରଖି ଦେଲା। ଏବଂ ପରମେଶ୍ୱରଙ୍କର ଦର୍ଶନକ୍ରମେ ଯିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ୱାର ନିକଟକୁ ମୋତେ ଆଣିଲେ। ସେଠାରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ୱରଙ୍କର କ୍ରୋଧର କାରଣ ହେଲା।