Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 20:11 - ପବିତ୍ର ବାଇବଲ

11 ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟିକୁ ଏକ ସ୍ୱତନ୍ତ୍ର ଦିନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯେହେତୁ ସଦାପ୍ରଭୁ ଆକାଶମଣ୍ତଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

11 ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।

Gade chapit la Kopi




ଯାତ୍ରା ପୁସ୍ତକ 20:11
17 Referans Kwoze  

ମୋର ଓ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଏହା ଏକ ଅନନ୍ତକାଳୀନ ଚିହ୍ନ ହେବା ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।”’


ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ।


ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।”


ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ।


“ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।


ଶାସ୍ତ୍ରର କୌଣସି ସ୍ଥାନରେ ପରମେଶ୍ୱର ସପ୍ତାହର ସପ୍ତମ ଦିନ ବିଷୟରେ କହିଛନ୍ତି: “ସପ୍ତମ ଦିନରେ ପରମେଶ୍ୱର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।”


ଯେ ନିତ୍ୟଜୀବିତ, ଯେ ଆକାଶ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ସକଳ ବିଷୟ ସୃଷ୍ଟି କରିଛନ୍ତି, ତାହାଙ୍କ ନାମରେ ସେହି ସ୍ୱର୍ଗଦୂତ ଶପଥକରି କହିଲେ, “ଆଉ ଅଧିକ ବିଳମ୍ବ ହେବ ନାହିଁ।


କିନ୍ତୁ ମୁଁ ଇସ୍ରାଏଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ୟବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହେବ। ଗୋଶନରେ କୌଣସି ମାଛି ହେବ ନାହିଁ, ଯେଉଁଠାରେ ମୋର ଲୋକମାନେ ବାସ କରୁଛନ୍ତି। ଏହି ପ୍ରକାରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ।


ମୋଶା ଫାରୋଙ୍କୁ କିହିଲେ, “ଯେତେବେଳେ ମୁଁ ଏ ନଗର ଛାଡ଼ିବି, ମୁଁ ସେତେବେଳେ ସଦାପ୍ରଭୁଙ୍କୁ ହାତଟେକି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହୋଇଯିବ। ସେତେବେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।


ଏକଥା ତୁମ୍ଭେ ଭୁଲିବ ନାହିଁ ଯେ ତୁମ୍ଭେମାନେ ମିଶରରେ, ଏକଦା ଦାସ ଥିଲ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପରାକ୍ରାନ୍ତ ହସ୍ତଦ୍ୱାରା ତୁମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେ ତୁମ୍ଭମାନଙ୍କୁ ମୁକ୍ତକଲେ। ଏହି ହେତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ବିଶ୍ରାମ ଦିନ ପାଳନାର୍ଥେ ତୁମ୍ଭମାନଙ୍କୁ ଆଜ୍ଞା ଦେଇଛନ୍ତି।


ହେ ଦ୍ୱୀପଗଣ ଓ ତନ୍ନିବାସୀଗଣ, ହେ ସମୁଦ୍ରଗାମୀମାନେ ଓ ସମୁଦ୍ରବାସୀମାନେ ଏବଂ ପୃଥିବୀସ୍ଥ ଦୂରଦେଶୀୟ ଲୋକମାନେ, ତୁମ୍ଭେମାନେ ସମସ୍ତେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର। ଏକ ନୂତନ ସଙ୍ଗୀତ ତାଙ୍କ ବିଷୟରେ ଗାନ କର।


ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି।


ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଓ ତା'ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।


Swiv nou:

Piblisite


Piblisite