Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 20:1 - ପବିତ୍ର ବାଇବଲ

1 ଏହା ପରେ ପରମେଶ୍ୱର କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ସଦାପ୍ରଭୁ ଏହିସବୁ କଥା କହିଲେ, ଯଥା-

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ପରମେଶ୍ୱର ଏହିସବୁ କଥା କହିଲେ, ଯଥା-

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ପରମେଶ୍ୱର ଏହିସବୁ କଥା କହିଲେ, ଯଥା,

Gade chapit la Kopi




ଯାତ୍ରା ପୁସ୍ତକ 20:1
11 Referans Kwoze  

ମୋଶା କହିଲେ, “ସଦାପ୍ରଭୁ ପର୍ବତରେ ଅଗ୍ନି ଓ ମେଘ ଓ ଘୋର ଅନ୍ଧାର ମଧ୍ୟରୁ ତୁମ୍ଭମାନଙ୍କର ସମସ୍ତ ସମାଜ ପ୍ରତି ଏହି ସମସ୍ତ ବାକ୍ୟ ଉଚ୍ଚସ୍ୱରରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦୁଇଖଣ୍ତ ପ୍ରସ୍ତର ପଟାରେ ଲେଖି ମୋତେ ଦେଲେ।


ସଦାପ୍ରଭୁ ପର୍ବତରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁହାଁମୁହିଁ କଥା କହିଲେ।


ସଦାପ୍ରଭୁ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା କଥା ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମ୍ଭେମାନେ ଅଗ୍ନି ମଧ୍ୟରୁ ତାଙ୍କ ବାକ୍ୟ ଶୁଣି ପାରିଲ।


ଏହି ମୋଶା ମରୁଭୂମିରେ ଯିହୂଦୀମାନଙ୍କ ମଣ୍ଡଳୀରେ ଥିଲେ। ଯେଉଁ ସ୍ୱର୍ଗଦୂତ ସୀନୟ ପର୍ବତରେ ରହି ତାହାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ, ସେହି ସ୍ୱର୍ଗଦୂତ ଆମ୍ଭ ପିତୃପୁରୁଷ ମୋଶାଙ୍କ ସହିତ ଥିଲେ, ମୋଶା ପରମେଶ୍ୱରଙ୍କଠାରୁ ଜୀବନ ଦାନକାରୀ ଆଜ୍ଞା ପାଇଥିଲେ। ଏହି ଆଜ୍ଞାସବୁ ମୋଶା ଆମ୍ଭମାନଙ୍କୁ ଦେଲେ।


ତୁମ୍ଭେ ଯେପରି ଶୁଣିଅଛ, ସେପରି ଅନ୍ୟ କୌଣସି ଦେଶୀୟ ଲୋକ ପରମେଶ୍ୱରଙ୍କର କଥା ଅଗ୍ନି ମଧ୍ୟରୁ କହିବାର ଶୁଣି ବଞ୍ଚିଲେ?


ତୁମ୍ଭେମାନେ ପରମେଶ୍ୱରଙ୍କ ଦୂତ ଦ୍ୱାରା ମୋଶାଙ୍କୁ ଦିଆଯାଇଥିବା ବ୍ୟବସ୍ଥାକୁ ଗ୍ରହଣ କରିଛ, କିନ୍ତୁ ତାହାର ବାଧ୍ୟ ହୋଇ ନାହଁ।”


ତେଣୁ ମୋଶା ଓହ୍ଲାଇ ଗଲେ ଓ ଲୋକମାନଙ୍କୁ କହିଲେ।


“ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।


ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ୱହସ୍ତରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ୟରୁ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହା ପରେ ସଦାପ୍ରଭୁ ସେହି ପ୍ରସ୍ତର ଫଳକଦ୍ୱୟ ମୋତେ ଦେଲେ।


ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସିଲ। ସ୍ୱର୍ଗରୁ ସେମାନଙ୍କ ସହିତ କଥାବାର୍ତ୍ତା କଲ। ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।


ଯେ ଦାସ୍ୟଗୃହ ସ୍ୱରୂପ ମିଶର ଦେଶରୁ ତୁମ୍ଭକୁ ଦାସରୁ ମୁକ୍ତ କଲେ। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ।


Swiv nou:

Piblisite


Piblisite