Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 2:21 - ପବିତ୍ର ବାଇବଲ

21 ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସି‌ପ୍‌ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଅନନ୍ତର ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା।

Gade chapit la Kopi

ଓଡିଆ ବାଇବେଲ

21 ଏଥିଉତ୍ତାରେ ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି, ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍‍ପୋରାର ବିବାହ ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଏଥିଉତ୍ତାରେ ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି, ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା।

Gade chapit la Kopi




ଯାତ୍ରା ପୁସ୍ତକ 2:21
15 Referans Kwoze  

ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୋଷ ଲାଭ କର। ପରମେଶ୍ୱର କହିଛନ୍ତି: “ମୁଁ ତୁମ୍ଭକୁ କେବେ ହେଲେ ଛାଡ଼ିବି ନାହିଁ; ମୁଁ ତୁମ୍ଭଠାରୁ କେବେ ହେଲେ ଦୂରେଇ ଯିବି ନାହିଁ।”


ସେହିପରି ଜଣେ ଧନୀ ବିଶ୍ୱାସୀ ଯେ ଆତ୍ମିକ ଭାବରେ ଗରିବ, ତାହା ପରମେଶ୍ୱର ତାହାକୁ ଦେଖାଇ ଦେଇଥିବାରୁ, ସେ ଗର୍ବ କରିବା ଉଚିତ୍। ଧନୀଲୋକ ଜଣକ ଘାସର ଫୁଲ ଭଳି ଝଡ଼ିପଡ଼ି ମରିଯିବ।


ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ।


ଯଦି ଜଣେ ଲୋକ ତା’ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହେ, ତା'ହେଲେ ପ୍ରକୃତରେ ପରମେଶ୍ୱରଙ୍କ ସେବା ଦ୍ୱାରା ସେହି ଲୋକ ବହୁତ ଧନୀ ହୋଇଯାଏ।


ସେହି ଶିଶୁଟି ବଢ଼ିବାକୁ ଲାଗିଲା ଏବଂ କିଛି ଦିନ ପରେ ସେହି ସ୍ତ୍ରୀ ଲୋକଟି ରାଜକନ୍ୟାକୁ ସେହି ଶିଶୁଟିକୁ ଫେରାଇ ଦେଲା। ରାଜକନ୍ୟା ସେହି ଶିଶୁଟିକୁ ନିଜର ସନ୍ତାନ ଭାବରେ ଗ୍ରହଣ କଲେ। ସେ ତା'ର ନାମ ମୋଶା ଦେଲେ, କାରଣ ସେ ଜଳରୁ ତାଙ୍କୁ ଉଦ୍ଧାର କରି ଆଣିଥିଲେ।


ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।


ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।


ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।”


ଏହା ପରେ ମୋଶା ତାଙ୍କର ଶ୍ୱଶୁର ଯିଥ୍ରୋଙ୍କ ନିକଟକୁ ଫେରିଗଲେ। ମୋଶା ଯିଥ୍ରୋଙ୍କୁ କହିଲେ, “ଦୟାକରି ମୋତେ ମିଶରକୁ ଯିବାକୁ ଦିଅ। ମୁଁ ମୋର ଲୋକମାନଙ୍କୁ ଦେଖିବା ପାଇଁ ଗ୍ଭହୁଁଛି ଏବଂ ଜାଣିବା ପାଇଁ ଗ୍ଭହୁଁଛି, ସେମାନେ ବର୍ତ୍ତମାନ କିପରି ଅଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି ନାହିଁ?” ଯିଥ୍ରୋ କହିଲେ, “ଅବଶ୍ୟ! ତୁମ୍ଭେ ଶାନ୍ତିରେ ଯାଅ।”


ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା।


ତା'ପରେ ମୋଶା ଆପଣା ଶ୍ୱଶୁର ମିଦିୟନୀୟ ରୂୟେଲର ପୁତ୍ର ହୋବବକୁ କହିଲେ, “ଆମ୍ଭେମାନେ ସେହି ସ୍ଥାନକୁ ଯାଉଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦେବେ, ଆମ୍ଭମାନଙ୍କ ସାଙ୍ଗରେ ଆସ। ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା। କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।”


Swiv nou:

Piblisite


Piblisite