Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 19:9 - ପବିତ୍ର ବାଇବଲ

9 ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।” ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ। ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ।

Gade chapit la Kopi

ଓଡିଆ ବାଇବେଲ

9 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିବା ସମୟରେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ବିଶ୍ୱାସ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ।” ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିବା ସମୟରେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ବିଶ୍ୱାସ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ।” ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ।

Gade chapit la Kopi




ଯାତ୍ରା ପୁସ୍ତକ 19:9
25 Referans Kwoze  

ସଦାପ୍ରଭୁ ଉପଦେଶ ଦେବା ନିମନ୍ତେ ସ୍ୱର୍ଗରୁ ତୁମ୍ଭକୁ ଆପଣା କଥା ଶୁଣାଇଲେ ଓ ପୃଥିବୀରେ ତୁମ୍ଭକୁ ଆପଣା ମହାଅଗ୍ନି ଦେଖାଇଲେ। ତୁମ୍ଭେମାନେ ଅଗ୍ନି ମଧ୍ୟରୁ ତାଙ୍କ ବାକ୍ୟ ଶୁଣି ପାରିଲ।


ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ।


ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”


ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।


ଲୋକମାନେ ସେତେବେଳେ ସେହି ପବିତ୍ର ପର୍ବତଠାରୁ ଦୂରରେ ରହିଲେ, ଯେତେବେଳେ ମୋଶା ସେହି ପର୍ବତ ଉପରକୁ, ଘନ ମେଘ ମଧ୍ୟକୁ ପରମେଶ୍ୱରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।


ସେହି ଦିନ ଇସ୍ରାଏଲୀୟମାନେ ଦେଖିଛନ୍ତି ସଦାପ୍ରଭୁଙ୍କର ସେହି ମହାନ୍ ଶକ୍ତି ଯେତେବେଳେ ସେ ମିଶରୀୟମାନଙ୍କୁ ପରାସ୍ତ କଲେ। ତେଣୁ ଲୋକମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ସମ୍ମାନ ଦେଲେ। ସେମାନେ ସଦାପ୍ରଭୁ ଓ ତାଙ୍କର ଦାସ ମୋଶାଙ୍କଠାରେ ବିଶ୍ୱାସ ରଖିଲେ।


ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।


“ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”


ତା'ପରେ ଖଣ୍ଡେ ମେଘ ଭାସି ଆସିଲା ଓ ସମସ୍ତଙ୍କୁ ଘୋଡ଼ାଇ ପକାଇଲା। ମେଘ ଭିତରୁ ଏହିଭଳି ବାଣୀ ଶୁଣା ଗଲା, “ଏ ମୋର ପୁତ୍ର, ମୁଁ ତାହାଙ୍କୁ ପ୍ରେମ କରେ। ତୁମ୍ଭେମାନେ ତାହାଙ୍କ କଥା ମାନ!”


ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।


ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”


ଯିହୋଶାଫ‌ଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।”


ଏହା ପରେ ଶଲୋମନ କହିଲେ, “ସଦାପ୍ରଭୁ ସେ ଗାଢ଼ ମେଘ ମଧ୍ୟରେ ବାସ କରିବେ।


ତା'ପରେ ଶଲୋମନ କହିଲେ, “ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ଯ୍ୟକୁ ସୃଷ୍ଟି କରିଅଛନ୍ତି। ମାତ୍ର ସେ ଘୋର ଅନ୍ଧକାର ମେଘରେ ବାସ କରିବାକୁ ପସନ୍ଦ କରନ୍ତି।


ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ୟବହାର କର ଏଥିରେ ସେମାନେ ବିଶ୍ୱାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ଯିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ୱର, ଅବ୍ରହାମର ପରମେଶ୍ୱର, ଇ‌ସ୍‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର ଅଟନ୍ତି।”


ଲୋକମାନେ ମଧ୍ୟ ବିଶ୍ୱାସ କଲେ ଯେ ପରମେଶ୍ୱର ମୋଶାଙ୍କୁ ପଠାଇଛନ୍ତି। ଯେତେବେଳେ ଇସ୍ରାଏଲୀୟମାନେ ଶୁଣିଲେ ଯେ, ପରମେଶ୍ୱର ସେମାନଙ୍କର ଅସୁବିଧା ଦେଖିଛନ୍ତି ଏବଂ ସେମାନଙ୍କ ପାଇଁ ଦୁଃଖ କଲେ। ସେମାନେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।


ସଦାପ୍ରଭୁ ମେଘରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସେଠାରେ ତାଙ୍କ ସହିତ ଠିଆ ହୋଇ ସଦାପ୍ରଭୁ ତାଙ୍କର ନାମ ଯିହୋବାଃ ବୋଲି ଘୋଷଣା କଲେ।


ସେତେବେଳେ ସଦାପ୍ରଭୁ ମେଘ ସ୍ତମ୍ଭରୁ ଓହ୍ଲାଇ ସମାଗମ-ତମ୍ବୁ ନିକଟରେ ଛିଡ଼ା ହେଲେ। ସେ ଡାକିଲେ, “ହାରୋଣ ଓ ମରିୟମ!” ତହୁଁ ସେମାନେ ବାହାର ହୋଇ ଆସିଲେ।


ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ, ସେମାନେ ତାଙ୍କର ଆଦେଶ ମାନିଲେ ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।


ଯେଉଁ ଦିନ ତୁମ୍ଭେ ହୋରେବରେ ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ‘ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ରିତ କର। ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା ତହିଁରେ ସେମାନେ ପୃଥିବୀରେ ଯାବଜ୍ଜୀବନ ଆମ୍ଭକୁ ଭୟ କରିବା ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ।’


Swiv nou:

Piblisite


Piblisite