Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 18:3 - ପବିତ୍ର ବାଇବଲ

3 ଯିଥ୍ରୋ ମଧ୍ୟ ମୋଶାଙ୍କର ଦୁଇପୁତ୍ରଙ୍କୁ ସାଙ୍ଗରେ ନେଇଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାଯାଇଥିଲା କାରଣ ମୋଶା କହିଲେ, “ମୁଁ ବିଦେଶରେ ପ୍ରବାସୀ ହେଲି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସେହି ଦୁଇ ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶୋମ୍(ଏହି ସ୍ଥାନରେ ପ୍ରବାସୀ), କାରଣ ସେ କହିଥିଲେ, ମୁଁ ପରଦେଶରେ ପ୍ରବାସୀ ହେଲି।

Gade chapit la Kopi

ଓଡିଆ ବାଇବେଲ

3 ସେହି ଦୁଇ ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶୋମ, କାରଣ ସେ କହିଥିଲେ, “ମୁଁ ପରଦେଶରେ ପ୍ରବାସୀ ହେଲି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସେହି ଦୁଇ ପୁତ୍ର ମଧ୍ୟରେ ଜଣକର ନାମ ଗେର୍ଶୋମ, କାରଣ ସେ କହିଥିଲେ, “ମୁଁ ପରଦେଶରେ ପ୍ରବାସୀ ହେଲି।”

Gade chapit la Kopi




ଯାତ୍ରା ପୁସ୍ତକ 18:3
8 Referans Kwoze  

ସି‌ପ୍‌ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ମୋଶା ତାଙ୍କର ନାମ ଗେର୍ଶୋମ୍ ଦେଲେ, କାରଣ ସେ କହିଲେ, “ମୁଁ ବିଦେଶରେ ବାସ କରି ଆସୁଅଛି।”


ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।


ସେହି ସମସ୍ତ ମହାନ ଲୋକ ମୃତ୍ୟୁ ପର୍ଯ୍ୟନ୍ତ ନିଜର ବିଶ୍ୱାସ ସହିତ ଜୀବିତ ରହିଲେ। ପରମେଶ୍ୱର ନିଜ ଲୋକଙ୍କୁ ପ୍ରତିଜ୍ଞା କରିଥିବା ବସ୍ତୁମାନ ସେହି ଲୋକମାନେ ପାଇଲେ ନାହିଁ। ସେମାନେ ଖାଲି ଦେଖିଲେ ଯେ, ସେହି ବିଷୟ ଗୁଡ଼ିକ ସୁଦୂର ଭବିଷ୍ୟତରେ ଆସିବ, ଓ ସେମାନେ (ସେତିକିରେ) ଖୁସୀ ହେଲେ। ସେମାନେ ଗ୍ରହଣ କରି ନେଲେ ଯେ ସେମାନେ ଏହି ପୃଥିବୀରେ ଯାତ୍ରୀ ଓ ଅପରିଚିତ ବ୍ୟକ୍ତି ଅଟନ୍ତି।


ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।


ତେଣୁ ମୋଶା ତାଙ୍କର ପୁତ୍ରକନ୍ୟାମାନଙ୍କୁ ଗଧରେ ବସାଇ ମିଶର ଅଭିମୁଖେ ବାହାରିଲେ। ମୋଶା ତାଙ୍କର ଆଶାବାଡ଼ି ସଙ୍ଗରେ ନେଲେ ଏବଂ ପରମେଶ୍ୱରଙ୍କ ଶକ୍ତି ତାଙ୍କ ସହିତ ଥିଲା।


ପ୍ରିୟ ମିତ୍ରଗଣ, ତୁମ୍ଭେମାନେ ଏହି ଜଗତରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂରରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧରେ ସଂଘର୍ଷ କରନ୍ତି।


ଏଣୁ ଦାନ୍ ପରିବାରବର୍ଗ ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ। ସେମାନଙ୍କର ଯାଜକରୂପେ ସେମାନେ ମୋଶାଙ୍କର ପୁତ୍ର ଗେର୍ଶୋନ ବଂଶଧର ଯୋନାଥନକୁ ନିଯୁକ୍ତ କଲେ। ଇସ୍ରାଏଲୀୟମାନେ ନିର୍ବାସିତ ହେବା ପର୍ଯ୍ୟନ୍ତ ଯୋନାଥନ ଓ ତାଙ୍କର ପୁତ୍ରମାନେ ଦାନ୍ ପରିବାରବର୍ଗର ଯାଜକ ହୋଇ ରହିଲେ।


ମୋଶାଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ ଓ ଇଲୀୟେଷର।


Swiv nou:

Piblisite


Piblisite