Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 18:21 - ପବିତ୍ର ବାଇବଲ

21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍ “ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍, ପରମେଶ୍ଵରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ, ଓ ଅନ୍ୟାୟ-ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶତ୍ପତି ଓ ଦଶପତି ରୂପେ ନିଯୁକ୍ତ କର।

Gade chapit la Kopi

ଓଡିଆ ବାଇବେଲ

21 ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍‍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶତ୍‍ପତି ଓ ଦଶପତି ରୂପେ ନିଯୁକ୍ତ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଆହୁରି, ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍‍, ପରମେଶ୍ୱରଙ୍କ ପ୍ରତି ଭୟକାରୀ, ସତ୍ୟବାଦୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର; ପୁଣି, ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ରପତି, ଶତପତି, ପଚାଶପତି ଓ ଦଶପତି ରୂପେ ନିଯୁକ୍ତ କର।

Gade chapit la Kopi




ଯାତ୍ରା ପୁସ୍ତକ 18:21
49 Referans Kwoze  

ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ।


ସେ ଋଣ ଦେଇ ସୁଧ ନେଇ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂରରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରେ।


ଇସ୍ରାଏଲର ପରମେଶ୍ୱର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ, ‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ, ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।


ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର।


ତୁମ୍ଭେମାନେ ଏହିସବୁ ନିଶ୍ଚୟ କରିବ, “ତୁମ୍ଭର ପଡ଼ୋଶୀମାନଙ୍କୁ ସତ୍ୟ କୁହ। ତୁମ୍ଭେମାନେ ତୁମ୍ଭମାନଙ୍କର ନଗରମାନଙ୍କରେ ସତ୍ୟତା ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କର।


“ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ‘ଯଥାର୍ଥ ନ୍ୟାୟ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର।


“‘ତୁମ୍ଭମାନଙ୍କ ମଧ୍ୟରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନେଇଛନ୍ତି। ତୁମ୍ଭେ ସୁଧ ନେଇ ଋଣ ଦେଇଅଛ ଏବଂ ତୁମ୍ଭେ ଲୋଭରେ ଉପଦ୍ରବ କରି ଆପଣା ପ୍ରତିବାସୀଠାରୁ ଲାଭ ନେଇଅଛ। ତୁମ୍ଭେ ମୋତେ ପାଶୋରି ଯାଇଅଛ।’ ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।


ସାରକଥା ଏହି, ଆମ୍ଭେମାନେ ସବୁ ଶୁଣିଛୁ। ପରମେଶ୍ୱରଙ୍କୁ ଭୟ କର ଓ ତାଙ୍କର ଆଜ୍ଞାସବୁ ପାଳନ କର। କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ ଅଟେ।


ଯଦି ଏକ ଦେଶର ଲୋକମାନେ କାହାକୁ ମାନିବେ ନାହିଁ, ତେବେ ସେ ଦେଶର ଅଧିକ ଅଧିପତିମାନେ ସୃଷ୍ଟି ହୁଅନ୍ତି। ମାତ୍ର ସେମାନେ ଖୁବ୍ କମ୍ ସମୟ ପାଇଁ ଶାସନ କରନ୍ତି। କିନ୍ତୁ ଦେଶର ଧାର୍ମିକ ଶାସନକର୍ତ୍ତା ଥିଲେ, ସେ ଅଧିକ ଦିନ ଶାସନ କରିବେ।


ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ ଆଘାତ କରି ମୁଦ୍ରା ନିଏ ନାହିଁ। ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।


“ମୁଁ ଯଦି ମୋର କ୍ରୀତଦାସଙ୍କ ପ୍ରତି ନ୍ୟାୟ କରିବାକୁ ମନା କରିଥାଏ। ସେତେବେଳେ ମୋ’ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଥାଏ।


ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ୟ ସାହାଯ୍ୟ କରୁଥିଲି। ସେମାନଙ୍କୁ ଅଦାଲତରେ ତର୍କରେ ଜିତାଇ ଦେଉଥିଲି।


ଏହା ପରେ ମୁଁ ମୋର ଭାଇ ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଯିରୁଶାଲମ ଉପରେ ନିଯୁକ୍ତ କଲି କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।


ମୁଁ ତାଙ୍କୁ ଆହୁରି ମଧ୍ୟ କହିଲି, “ତୁମ୍ଭେମାନେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭେମାନେ ଆମ୍ଭମାନଙ୍କର ଶତ୍ରୁଗଣଙ୍କୁ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦେବା ଉଚିତ୍ ନୁହେଁ।


ଶାମୁୟେଲଙ୍କ ପୁଅମାନେ ତାଙ୍କପରି ଜୀବନଯାପନ କଲେ ନାହିଁ। ସେମାନେ ଉତ୍କୋଚ ନେଉଥିଲେ। ସେମାନେ ଉତ୍କୋଚ ନେଇ ଦରବାରରେ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।


ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ।


ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।”


ମୁଁ ଯେତେବେଳେ ତୁମ୍ଭମାନଙ୍କ ସହିତ ଥିଲି, ସେତେବେଳେ ମୁଁ କେବେ କାହାର ଟଙ୍କା ଓ ସୁନ୍ଦର ବସ୍ତ୍ର ପ୍ରତି ଲୋଭ ଦେଖାଇ ନାହିଁ।


କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ। ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କୁହନ୍ତି। ସେମାନେ ଅନିଷ୍ଟକୁ ଗର୍ଭରେ ଧାରର କରନ୍ତି ଓ ଅପରାଧ ପ୍ରସବ କରନ୍ତି।


ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।


ତିନି ଦିନ ପରେ, ଯୋଷେଫ ସେମାନଙ୍କୁ କହିଲେ, “ମୁଁ ପରମେଶ୍ୱରଙ୍କୁ ଭୟ କରେ। ଏଣୁ ଏହି କର୍ମ କର ତହିଁରେ ତୁମ୍ଭେ ବଞ୍ଚିପାରିବ।


କିନ୍ତୁ ବିଗ୍ଭରପତି ସ୍ତ୍ରୀଲୋକଟିକୁ ସାହାଯ୍ୟ କରିବାକୁ ଇଚ୍ଛା କରି ନ ଥିଲେ। କେତେ ସମୟ ପରେ ବିଗ୍ଭରପତି ଜଣକ ମନେ ମନେ ଭାବିଲେ, ‘ମୁଁ ପରମେଶ୍ୱରଙ୍କୁ ଡରୁ ନାହିଁ କି ଲୋକମାନେ ମୋ’ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି ବି କରୁ ନାହିଁ।


“ଥରେ ଗୋଟିଏ ନଗରରେ ଜଣେ ବିଗ୍ଭରପତି ଥିଲା। ପରମେଶ୍ୱରଙ୍କୁ ତାହାଙ୍କର ଡର ନ ଥିଲା କି ଲୋକମାନେ ତାହାଙ୍କ ବିଷୟରେ କ’ଣ ଭାବୁଛନ୍ତି, ସେଥିପ୍ରତି ଖାତିରି କରୁ ନ ଥିଲେ।


ତା'ପରେ ଜଣେ ନୂତନ ରାଜା ଆସିବେ। ସେ ରାଜା ଦାଉଦ ପରିବାରରୁ ହେବେ। ସେ ବିଶ୍ୱସ୍ତ, ଦୟାଳୁ ଓ ସ୍ନେହୀ ହେବେ। ସେ ନ୍ୟାୟ ବିଗ୍ଭର କରିବେ ଓ ଧର୍ମରେ ସମସ୍ତ କାର୍ଯ୍ୟ ସାଧନ କରିବେ।


ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି।


ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ।


“ଜଣେ ରାଜା ସୈନିକ ହେବା ପାଇଁ ତୁମ୍ଭ ପୁଅମାନଙ୍କୁ ଆଦେଶ ଦେବ। ସେ କେତେକଙ୍କୁ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ୍ ଜଣ ଲୋକ ମଧ୍ୟରେ ଅଧିକାରୀ ରୂପେ ନିଯୁକ୍ତ କରିବ। “ସେ ତୁମ୍ଭ ପୁଅମାନଙ୍କୁ ହଳ କରିବାକୁ, ଯୁଦ୍ଧାସ୍ତ୍ର ତିଆରି କରିବାକୁ ଏବଂ ଆପଣା ରଥ ସାଜସଜ୍ଜା ତିଆରି କରିବା ପାଇଁ ବାଧ୍ୟ କରିବ।


ସେମାନେ ଦଶ ଜଣ ପ୍ରତିନିଧିକୁ ପଠାଇଲେ, ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଶିୟୋଲ ଗିଲିୟଦଠାରେ ଉପସ୍ଥିତ ହେଲେ। ସେମାନେ ନିଜ ନିଜ ପରିବାରବର୍ଗର ମୂଖ୍ୟ ଥିଲେ।


ଯଦି ସେମାନେ ଏକ ତୂରୀ ବଜାଇବେ ତେବେ ପରିବାରବର୍ଗର ଅଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବା ଉଚିତ୍।


ତୁମ୍ଭେ ସେମାନଙ୍କୁ ମିଶରର ଯେକୌଣସି ସ୍ଥାନରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦେଇ ପାର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସେମାନେ ଗୋଶନ ଦେଶରେ ରୁହନ୍ତୁ। ରହିବା ପାଇଁ ସେମାନଙ୍କୁ ଗୋଶନ ପ୍ରଦେଶ ଦିଅ। ଏବଂ ସେମାନେ ଯଦି ପାରଙ୍ଗମ ତେବେ ସେମାନଙ୍କୁ ମୋର ପଶୁପଲଗୁଡ଼ିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କର।”


ପ୍ରତ୍ୟେକ ପରିବାରବର୍ଗରୁ ଜଣେ ଅର୍ଥାତ୍ ପରିବାରବର୍ଗର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହାୟକ ହେବ।


ଏମାନେ ହେଉଛନ୍ତି ସେହି ଲୋକ ସମାଜ ମଧ୍ୟରୁ ବଛା ଯାଇଛନ୍ତି। ସେମାନେ ସେମାନଙ୍କର ପିତାଙ୍କର ପରିବାରବର୍ଗର ନେତା ଆଉ ଇସ୍ରାଏଲର ବିଭାଗର ନେତା ଥିଲେ।


ଏହା ପରେ ନଗରର ପ୍ରାଚୀନମାନେ ସେହି ପୁରୁଷକୁ ଧରି ଶାସ୍ତି ଦେବେ।


ହେ ଏଜ୍ରା, ତୁମ୍ଭ ପରମେଶ୍ୱରଙ୍କ ବିଷୟକ ଯେଉଁଜ୍ଞାନ ତୁମ୍ଭ ହସ୍ତରେ ଅଛି, ତଦନୁସାରେ ନଦୀ ସେପାରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିଯୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ।


ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା।


ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ? କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?


ତେଣୁ ମୋଶା ଯିହୋଶୂୟଙ୍କୁ କହିଲେ, “ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ କେତେକ ଲୋକଙ୍କୁ ବାଛ। ଆସନ୍ତାକାଲି ପର୍ବତ ଉପରେ ଠିଆ ହୋଇ ତାହା ଦେଖିବି। ପରମେଶ୍ୱରଙ୍କ ଆଶାବାଡ଼ିଟିକୁ ମୋ’ ସହିତ ନେଇଯିବି।”


ଦାଉଦ ଲୋକମାନଙ୍କୁ ଗଣି 1,000 ଜଣରେ ଜଣେ ଓ ପ୍ରତି 100 ଜଣରେ ଜଣେ ଲେଖାଏ ମୁଖିଆଙ୍କୁ ନିଯୁକ୍ତ କଲେ।


Swiv nou:

Piblisite


Piblisite