Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 18:12 - ପବିତ୍ର ବାଇବଲ

12 ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଅନନ୍ତର ମୋଶାଙ୍କ ଶ୍ଵଶୁର ଯିଥ୍ରୋ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ; ପୁଣି ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ଵରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ଵଶୁର ସଙ୍ଗରେ ଭୋଜନ କଲେ।

Gade chapit la Kopi

ଓଡିଆ ବାଇବେଲ

12 ଏଥିଉତ୍ତାରେ ମୋଶାଙ୍କ ଶ୍ୱଶୁର ଯିଥ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ; ପୁଣି, ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିଉତ୍ତାରେ ମୋଶାଙ୍କ ଶ୍ୱଶୁର ଯିଥ୍ରୋ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମ ଓ ନୈବେଦ୍ୟ ଉତ୍ସର୍ଗ କଲେ; ପୁଣି, ହାରୋଣ ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗରେ ଭୋଜନ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 18:12
31 Referans Kwoze  

ସେହି ସ୍ଥାନରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିବାର ସଦସ୍ୟଗଣ ସଦାପ୍ରଭୁଙ୍କ ଉପସ୍ଥିତିରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାପ୍ତି ହୋଇଛି ସେଥିରେ ଆନନ୍ଦିତ ହୁଅ, ଯେହେତୁ ସଦାପ୍ରଭୁ ତୁମ୍ଭଙ୍କୁ ଆଶୀର୍ବାଦ କରିଛନ୍ତି।


ଏହା ପରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡାକିଲେ। ତହିଁରେ ସେମାନେ ଭୋଜନ କରି ପର୍ବତରେ ରାତ୍ରିସାରା ରହିଲେ।


ପରମେଶ୍ୱର ଇସ୍ରାଏଲର ନେତାଗଣଙ୍କ ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ। ସେମାନେ ସମସ୍ତେ ପରମେଶ୍ୱରଙ୍କୁ ଦର୍ଶନ କଲେ। ଏବଂ ସେମାନେ ଭୋଜନ ଓ ପାନ କଲେ।


ଏହା ପରେ ମୋଶା ଇସ୍ରାଏଲର ଯୁବକମାନଙ୍କୁ ବଳିଦାନ ଉତ୍ସର୍ଗ କରିବା ପାଇଁ ପଠାଇଲେ। ସେହି ଯୁବକଗଣ ପରମେଶ୍ୱରଙ୍କ ନିକଟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ସ୍ୱରୂପେ ବୃଷମାନଙ୍କୁ ବଳିଦାନ ଦେଲେ।


ଅତଏବ, ଯେତେବେଳେ ତୁମ୍ଭେମାନେ ଖାଅ, ପିଅ ବା ଅନ୍ୟ ଯାହାକିଛି କର, ପରମେଶ୍ୱରଙ୍କ ମହିମା ପାଇଁ କରିବା ଉଚିତ୍।


ତୁମ୍ଭେମାନେ ପ୍ରଭୁଙ୍କ ପିଆଲାରୁ ଓ ଶୟତାନର ପିଆଲାରୁ ମଧ୍ୟ ପିଇ ପାରିବ ନାହିଁ। ସେହିପରି ପ୍ରଭୁଙ୍କ ମେଜ ଓ ଶୟତାନର ମେଜ ଉଭୟର ଅଂଶୀଦାର ହୋଇ ବସି ପାରିବ ନାହିଁ।


ଇସ୍ରାଏଲ ଲୋକମାନଙ୍କ କଥା ଭାବ। ସେମାନେ ବଳି ପ୍ରାପ୍ତ ପଶୁ ମାଂସ ଭୋଜନ କରି କ’ଣ ବେଦୀର ଅଂଶୀଦାର ନୁହନ୍ତି?


ଯୀଶୁଙ୍କ ସହିତ ଖାଇବାକୁ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଲୋକ ଏ ସବୁ କଥା ଶୁଣି ଯୀଶୁଙ୍କୁ କହିଲା, “ପରମେଶ୍ୱରଙ୍କ ରାଜ୍ୟରେ ଭୋଜନ କରୁଥିବା ଲୋକ ବହୁତ ଖୁସୀ ହେବ।”


ଗୋଟିଏ ବିଶ୍ରାମବାରରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସେଠାରେ ଥିବା ପ୍ରତ୍ୟେକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ।


ଏହି ତିନି ସପ୍ତାହ ଧରି ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ କି କୌଣସି ମାଂସ ଭକ୍ଷ୍ୟଣ କଲି ନାହିଁ କି ଦ୍ରାକ୍ଷାରସ ପାନ କଲି ନାହିଁ। ଆଉ ମୁଁ ମୋ’ ମୁଣ୍ତରେ ତୈଳ ଲଗାଇଲି ନାହିଁ।


ତା'ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।


ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।”


ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା'ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା।


ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।


ଦାଉଦ ମଫୀବୋଶ‌‌ତ୍‌‌କୁ କହିଲେ, “ଭୟ କର ନାହିଁ, ମୁଁ ତୁମ୍ଭ ପ୍ରତି ଦୟା କରୁଛି। ତୁମ୍ଭର ବାପା ଯୋନାଥନଙ୍କ ପାଇଁ ମୁଁ ତୁମ୍ଭକୁ ଦୟା ଦେଖାଉଛି। ମୁଁ ତୁମ୍ଭକୁ ତୁମ୍ଭ ଜେଜେ ବାପା ଶାଉଲଙ୍କର ସମସ୍ତ ସମ୍ପତ୍ତି ତୁମ୍ଭକୁ ଫେରାଇ ଦେବି। ତୁମ୍ଭେ ମଧ୍ୟ ମୋ’ ପାଖରେ ସବୁଦିନ ଭୋଜନ କରିବ।”


ତୁମ୍ଭେ ମଙ୍ଗଳାର୍ଥକ ବଳିଦାନ ଉତ୍ସର୍ଗ କରି ସେଠାରେ ଭୋଜନ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।


ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।”


ଭାଇମାନେ ଶୁଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସେମାନେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।


ତେଣୁ ଇ‌ସ୍‌ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇ‌ସ୍‌ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ।


ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।


ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।


ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ।


ଯିଥ୍ରୋ ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ମିଦିୟନୀୟମାନଙ୍କ ଯାଜକ ଥିଲେ। ମୋଶା ତାଙ୍କ ଶ୍ୱଶୁରଙ୍କର ମେଷପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମୋଶା ତାଙ୍କ ମେଷପଲକୁ ମରୁଭୂମିର ପଶ୍ଚିମପଟକୁ ଆଗେଇ ନେଲେ। ମୋଶା ହୋରେବ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ୱରଙ୍କର ପର୍ବତ ଥିଲା।


ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ।


“ତୁମ୍ଭେମାନେ ମାଟିରେ ଏକ ସ୍ୱତନ୍ତ୍ର ଯଜ୍ଞବେଦି ମୋ’ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମେଷ ଓ ଗୋରୁଗାଈରୁ ସେଠାରେ ହୋମବଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ମୁଁ ତୁମ୍ଭମାନଙ୍କୁ ସବୁଠାରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠାରେ ତୁମ୍ଭେମାନେ ମୋତେ ସ୍ମରଣ କରିବ।


ମୋଶା ତମ୍ବୁ ନେଇ ଛାଉଣିଠାରୁ କିଛି ଦୂରରେ ଅଲଗା ଛାଉଣି ସ୍ଥାପନ କଲେ। ସେ ସେହି ତମ୍ବୁର ନାମ “ସମାଗମ-ତମ୍ବୁ ଦେଲେ।” ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷୟରେ ଜାଣିବାକୁ ଗ୍ଭହିଁଲେ ତାଙ୍କୁ ସେହି ସମାଗମ-ତମ୍ବୁକୁ ଯିବାକୁ ପଡ଼ିଲା।


ତା'ପରେ ମୋଶା ଆପଣା ଶ୍ୱଶୁର ମିଦିୟନୀୟ ରୂୟେଲର ପୁତ୍ର ହୋବବକୁ କହିଲେ, “ଆମ୍ଭେମାନେ ସେହି ସ୍ଥାନକୁ ଯାଉଅଛୁ, ଯାହା ସଦାପ୍ରଭୁ କହିଥିଲେ, ସେ ଆମ୍ଭମାନଙ୍କୁ ଦେବେ, ଆମ୍ଭମାନଙ୍କ ସାଙ୍ଗରେ ଆସ। ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା। କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ ପ୍ରତିଜ୍ଞା କରିଛନ୍ତି।”


ତେଣୁ ଇ‌ସ୍‌ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ।


Swiv nou:

Piblisite


Piblisite