Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 17:7 - ପବିତ୍ର ବାଇବଲ

7 ମୋଶା ସେହି ସ୍ଥାନର ନାମ ମଃସା ଏବଂ ମିରୀବା ରଖିଲେ (ପରୀକ୍ଷା ଓ ବିବାଦ)। କାରଣ ସେହି ସ୍ଥାନରେ ଲୋକମାନେ ସଦାପ୍ରଭୁଙ୍କର ପରୀକ୍ଷା କରିଥିଲେ ଓ ଯୁକ୍ତି କରିଥିଲେ, ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି କି ନା?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିବାଦ ହେତୁରୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ହେତୁରୁ ସେ ସେହି ସ୍ଥାନର ନାମ ମଃସା ଓ ମିରୀବା (ପରୀକ୍ଷା ଓ ବିବାଦ) ରଖିଲେ। ଅମାଲେକୀୟମାନଙ୍କ ପରାଜୟ

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିବାଦ ସକାଶୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ସକାଶୁ ସେ ସେହି ସ୍ଥାନର ନାମ ମଃସା ଓ ମିରୀବାଃ ରଖିଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିବାଦ ସକାଶୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ସକାଶୁ ସେ ସେହି ସ୍ଥାନର ନାମ “ମଃସା ଓ ମିରୀବାଃ ରଖିଲେ।”

Gade chapit la Kopi




ଯାତ୍ରା ପୁସ୍ତକ 17:7
21 Referans Kwoze  

ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ। ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା


ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜି‌ଦ୍‌ଖୋର ହୁଅ ନାହିଁ।


ଏହି ସ୍ଥାନକୁ ମିରୀବାଃ-ଜଳ ବୋଲି କୁହାଗଲା, କାରଣ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କ ସହ ବିବାଦ କଲେ ଏବଂ ସଦାପ୍ରଭୁ ସେମାନଙ୍କ ମଧ୍ୟରେ ପବିତ୍ରରୂପେ ମାନ୍ୟ ହେଲେ।


“ତୁମ୍ଭେମାନେ ତବିୟେରାରେ ଓ ମଃସାରେ ଓ କିବ୍ରୋ‌‌‌ତ୍‌‌‌ହତ୍ତାବାରେ ସଦାପ୍ରଭୁଙ୍କୁ କ୍ରୋଧ କରାଇଲ।


ତେଣୁ ଲୋକମାନେ ମୋଶାଙ୍କ ନିକଟକୁ ଗଲେ ଓ ଅଭିଯୋଗ କଲେ। “ଆମ୍ଭକୁ ପିଇବାକୁ ପାଣି ଦିଅ।” ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ କାହିଁକି କଳି କରୁଛ? ତୁମ୍ଭେମାନେ ସଦାପ୍ରଭୁଙ୍କୁ କାହିଁକି ପରୀକ୍ଷା କରୁଛ?”


“ହାରୋଣର ଏହା ମୃତ୍ୟୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ଯିବ। ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛ, ସେହି ଦେଶରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମୋ’ ବିରୁଦ୍ଧରେ ବିଦ୍ରୋହ କଲ।


ସେହି ବାକ୍ୟ ମନୁଷ୍ୟ ହେଲେ ଓ ଆମ୍ଭମାନଙ୍କ ସହିତ ବାସ କଲେ ପୁଣି ସେହି ବାକ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କର ମହିମା ଦେଖିଲୁ, ଏହି ମହିମା ପରମପିତାଙ୍କ ଏକମାତ୍ର ପୁତ୍ରଙ୍କର ଥିଲା।


ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଭବିଷ୍ୟ‌ଦ୍‌ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”


ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।


ତେଣୁ ଯାଜକ ପୀନହସ୍ କହିଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି। ଏବଂ ଆମ୍ଭେ ଜାଣିଲୁ ଯେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କରି ନାହିଁ। ଆମ୍ଭେ ଖୁସୀ ଯେ ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ କୌଣସି ଦଣ୍ତ ଦେଇ ନାହାନ୍ତି।”


ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା'ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’


“ହେ ସଦାପ୍ରଭୁ, ଯଦି ତୁମ୍ଭେ ମୋ’ ପ୍ରତି ସଦୟ, ତେବେ ଆମ୍ଭମାନଙ୍କ ସହିତ ଦୟାକରି ଆସ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପ କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।”


ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି,


ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।)


“ତୁମ୍ଭେମାନେ ମଃସାରେ ଯେମନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପରୀକ୍ଷା କଲା ପରି, ପୁଣି ଥରେ ତୁମ୍ଭେମାନେ ତାଙ୍କୁ ପରୀକ୍ଷା କରିବା ଉଚିତ୍ ନୁହଁ।


ମୋଶା ଲେବୀଙ୍କ ବିଷୟରେ ଏହି କଥା କହିଲେ, “ଲେବୀ ତୁମ୍ଭର ଅନୁସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତୁମ୍ମୀମ୍ ଓ ଊରୀମ୍ ତୁମ୍ଭ ଧାର୍ମିକ ପୁରୁଷ ସହିତ ଅଛି। ତୁମ୍ଭେ ମଃସାରେ ତାହାର ପରୀକ୍ଷା କଲ। ମିରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବିରୋଧ କଲ ଏବଂ ତୁମ୍ଭେ ସେଠାରେ ଜାଣିଲ ଯେ, ସେ ତୁମ୍ଭର ଲୋକ।


ଏହା ପରେ ସେହି ଲୋକମାନେ ପରମେଶ୍ୱରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ସେମାନେ ପରମେଶ୍ୱରଙ୍କୁ ଖାଦ୍ୟ ମାଗିଲେ, ଯାହା ସେମାନେ ଇଚ୍ଛା କରିଥିଲେ।


“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ, ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।


ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତେଣୁ ସେମାନଙ୍କ ସକାଶୁ ମୋଶାଙ୍କୁ ବହୁତ ବିପଦ ଘଟିଲା।


Swiv nou:

Piblisite


Piblisite