Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 17:15 - ପବିତ୍ର ବାଇବଲ

15 ଏହା ପରେ ମୋଶା ଏକ ଯଜ୍ଞବେଦି ସ୍ଥାପନ କଲେ। ମୋଶା ଏହାର ନାମ ଦେଲେ, ଯିହୋବାଃ-ନିଃଷି “ସଦାପ୍ରଭୁ ମୋର ଧ୍ୱଜା ରଖିଲେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ତହିଁରେ ମୋଶା ଗୋଟିଏ ବେଦି ନିର୍ମାଣ କରି ତହିଁର ନାମ ଯିହୋବା-ନିଃଷି (ସଦାପ୍ରଭୁ ମୋହର ଧ୍ଵଜା) ରଖିଲେ।

Gade chapit la Kopi

ଓଡିଆ ବାଇବେଲ

15 ତହିଁରେ ମୋଶା ଗୋଟିଏ ବେଦି ନିର୍ମାଣ କରି ତହିଁର ନାମ ଯିହୋବାଃ-ନିଃଷି ରଖିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ତହିଁରେ ମୋଶା ଗୋଟିଏ ବେଦି ନିର୍ମାଣ କରି ତହିଁର ନାମ “ଯିହୋବାଃ-ନିଃଷି” ରଖିଲେ।

Gade chapit la Kopi




ଯାତ୍ରା ପୁସ୍ତକ 17:15
9 Referans Kwoze  

ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି” ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।”


ତେଣୁ ଗିଦିୟୋନ ସଦାପ୍ରଭୁଙ୍କର ଉପାସନା ସ୍ଥାନ ନିକଟରେ ଏକ ଯଜ୍ଞବେଦି ନିର୍ମାଣ କଲେ। ସେ ସେହି ସ୍ଥାନର ନାମ ଦେଲେ, “ସଦାପ୍ରଭୁ ମଙ୍ଗଳ ସ୍ୱରୂପ।” ସେହି ଯଜ୍ଞବେଦି ଏବେ ବି ଅଫ୍ରାରେ ଅଛି। ଯେଉଁଠାରେ ଅବୀୟେଷ୍ରୀୟମାନେ ବାସ କରୁଥିଲେ, ଆଫ୍ରା ହେଉଛି ସେହି ସ୍ଥାନ।


ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ। ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ। ସେଲା


ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”


ତେଣୁ ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପ୍ରଭାତରେ ଉଠି ପର୍ବତ ତଳେ ଏକ ଯଜ୍ଞବେଦି ଓ ଇସ୍ରାଏଲର ଦ୍ୱାଦଶ ବଂଶ ନିମନ୍ତେ ଦ୍ୱାଦଶ ସ୍ତମ୍ଭ ନିର୍ମାଣ କଲେ।


ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।” ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ।


ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେ‌ଲ୍‌ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏକ ଯଜ୍ଞବେଦି ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ୟବହାର କର। ଏହା ଏକ ବର୍ଗ କ୍ଷେତ୍ର ହେବା ଉଚିତ୍। ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ପାଞ୍ଚ ହାତ ଲେଖାଏଁ ହେବା ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହେବା ଉଚିତ୍।


ହାରୋଣ ଏହି ସମସ୍ତ ଦେଖିଲେ, ତେଣୁ ହାରୋଣ ଏହାର ସମ୍ମୁଖରେ ଏକ ବେଦି ତିଆରି କଲେ। ଏହା ପରେ ହାରୋଣ ସେଠାରେ ଏକ ଘୋଷଣା କଲେ। ସେ କହିଲେ “ଆସନ୍ତା କାଲି ସଦାପ୍ରଭୁଙ୍କ ସମ୍ମାନାର୍ଥେ ଏକ ଭୋଜି ହେବ।”


Swiv nou:

Piblisite


Piblisite