ଯାତ୍ରା ପୁସ୍ତକ 16:6 - ପବିତ୍ର ବାଇବଲ6 ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)6 ଅନନ୍ତର ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣକୁ କହିଲେ, ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିସରଠାରୁ ବାହାର କରି ଆଣିଲେ, ଏହା ତୁମ୍ଭେମାନେ ସନ୍ଧ୍ୟା କାଳରେ ଜାଣିବ। Gade chapit laଓଡିଆ ବାଇବେଲ6 ଏଥିଉତ୍ତାରେ ମୋଶା ଓ ହାରୋଣ ଇସ୍ରାଏଲ ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିସରଠାରୁ ବାହାର କରି ଆଣିଅଛନ୍ତି, ଏହା ତୁମ୍ଭେମାନେ ସନ୍ଧ୍ୟା କାଳରେ ଜାଣିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଏଥିଉତ୍ତାରେ ମୋଶା ଓ ହାରୋଣ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ସଦାପ୍ରଭୁ ଯେ ତୁମ୍ଭମାନଙ୍କୁ ମିସରଠାରୁ ବାହାର କରି ଆଣିଅଛନ୍ତି, ଏହା ତୁମ୍ଭେମାନେ ସନ୍ଧ୍ୟାକାଳରେ ଜାଣିବ। Gade chapit la |
ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”