Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 16:2 - ପବିତ୍ର ବାଇବଲ

2 ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେତେବେଳେ ଇସ୍ରାଏଲ-ସନ୍ତାନମାନଙ୍କ ସମସ୍ତ ମଣ୍ତଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।

Gade chapit la Kopi

ଓଡିଆ ବାଇବେଲ

2 ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ମଣ୍ଡଳୀ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ପ୍ରାନ୍ତରରେ ବଚସା କଲେ।

Gade chapit la Kopi




ଯାତ୍ରା ପୁସ୍ତକ 16:2
10 Referans Kwoze  

ସେମାନଙ୍କ ଭିତରୁ କେତେକଙ୍କ ଭଳି ଆପତ୍ତି ଅଭିଯୋଗ କରିବା ଉଚିତ୍ ନୁହେଁ। ଏହି ଅଭିଯୋଗକାରୀମାନେ ବିନାଶକାରୀ (ସ୍ୱର୍ଗଦୂତ) ଙ୍କ ହାତରେ ମଲେ।


ଲୋକମାନେ ମୋଶାଙ୍କ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, “ଆମ୍ଭେ କ’ଣ ପିଇବୁ?”


ଆମ୍ଭର ପୂର୍ବପୁରୁଷଗଣ ପରମେଶ୍ୱରଙ୍କୁ ମାନିବାକୁ ମନା କଲେ ଏବଂ ସେମାନଙ୍କ ଗୃହରେ ସେମାନେ ଅଭିଯୋଗ କଲେ।


ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ଯ୍ୟ କ୍ରିୟାମାନ ଦେଖାଇଥିଲ ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାନ୍ତି। ତୁମ୍ଭର ବହୁତ ଦୟାର କାମକୁ ସେମାନେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।


କିନ୍ତୁ ପରମେଶ୍ୱର କରିଥିବା କାର୍ଯ୍ୟଗୁଡ଼ିକୁ ଆମ୍ଭର ପୂର୍ବପୁରୁଷମାନେ ଅତି ଶୀଘ୍ର ଭୁଲିଗଲେ। ସେମାନେ ପରମେଶ୍ୱରଙ୍କ ଉପଦେଶ ଶୁଣିଲେ ନାହିଁ।


ସେମାନେ ମୋଶାଙ୍କୁ କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲ? ଆମ୍ଭକୁ ଏହି ମରୁଭୂମିକୁ କ’ଣ ମରିବାକୁ ଆଣିଲ? ଆମ୍ଭେମାନେ ମିଶରରେ ଶାନ୍ତିରେ ମରି ପାରିଥା’ନ୍ତୁ। ଯେହେତୁ ମିଶରରେ ବହୁ ପରିମାଣର କବର ଅଛି।


ସେହି ଦୁଇଜଣ ଅତିଥି ବିଛଣାକୁ ଯିବା ପୂର୍ବରୁ, ସଦୋମର ସମସ୍ତ ଯୁବା ଏବଂ ବୃଦ୍ଧ ଲୋକ, କୌଣସି ବ୍ୟତିକ୍ରମ ନ ଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘେରିଗଲେ। ତା'ପରେ ସେମାନେ ଲୋଟଙ୍କୁ ଚିତ୍କାର କରି କହିଲେ,


ତେଣୁ ସେମାନେ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରରେ ସଜ୍ଜିତ କରିଛ।”


କିନ୍ତୁ ଲୋକମାନେ ପାଣି ପାଇଁ ଅତି ତୃଷାର୍ତ୍ତ ଥିଲେ। ତେଣୁ ସେମାନେ ମୋଶାଙ୍କୁ ପାଣି ପାଇଁ ଅଭିଯୋଗ କରିବାରୁ ନିବୃତ୍ତ ହେଲେ ନାହିଁ। ଲୋକମାନେ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶରରୁ ଆଣିଲ? ତୁମ୍ଭେ କ’ଣ ଏଇଥିପାଇଁ ଆଣିଲ ଯେ, ଆମ୍ଭେ ଆମ୍ଭର ପିଲାମାନେ ଓ ଆମ୍ଭର ପଶୁମାନେ ପାଣିବିନା ଏହିଠାରେ ମରିବା ପାଇଁ?”


ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି,


Swiv nou:

Piblisite


Piblisite