ଯାତ୍ରା ପୁସ୍ତକ 16:12 - ପବିତ୍ର ବାଇବଲ12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’” Gade chapit laପବିତ୍ର ବାଇବଲ (Re-edited) - (BSI)12 ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଲୁ; ତୁମ୍ଭେ ସେମାନଙ୍କୁ କୁହ, ତୁମ୍ଭେମାନେ ସନ୍ଧ୍ୟା ବେଳେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ଵର, ତାହା ଜାଣିବ। Gade chapit laଓଡିଆ ବାଇବେଲ12 “ଆମ୍ଭେ ଇସ୍ରାଏଲ ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 “ଆମ୍ଭେ ଇସ୍ରାଏଲ-ସନ୍ତାନଗଣର ବଚସା ଶୁଣିଅଛୁ; ତୁମ୍ଭେ ସେମାନଙ୍କୁ କୁହ, ‘ତୁମ୍ଭେମାନେ ସନ୍ଧ୍ୟା ସମୟରେ ମାଂସ ଭୋଜନ କରିବ ଓ ପ୍ରଭାତରେ ଅନ୍ନରେ ପରିତୃପ୍ତ ହେବ; ତହିଁରେ ଆମ୍ଭେ ଯେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟୁ, ତାହା ତୁମ୍ଭେମାନେ ଜାଣିବ।’” Gade chapit la |
ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”