Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 15:26 - ପବିତ୍ର ବାଇବଲ

26 ତା'ପରେ ସେ କହିଲେ, “ତୁମ୍ଭେ ଯେବେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର ଏବଂ ତାଙ୍କ ଦୃଷ୍ଟିରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ୟବସ୍ଥାସବୁ ପାଳନ କର, ତେବେ ମିଶରୀୟମାନେ ଯେଉଁସବୁ ରୋଗରେ ପୀଡ଼ିତ ହେଲେ, ତୁମ୍ଭେମାନେ ସେହି ରୋଗରେ ପୀଡ଼ିତ ହେବ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ତୁମ୍ଭେ ଯେବେ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ବାକ୍ୟରେ ମନୋଯୋଗ କର ଓ ତାହାଙ୍କ ଦୃଷ୍ଟିରେ ଯାହା ଉଚିତ, ତାହା କର ଓ ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସ୍ରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।

Gade chapit la Kopi

ଓଡିଆ ବାଇବେଲ

26 “ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସ୍ରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 “ତୁମ୍ଭେ ଯଦି ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟରେ ମନୋଯୋଗ କର, ତାହାଙ୍କ ଦୃଷ୍ଟିରେ ଯାହା ଉଚିତ ତାହା କର, ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।”

Gade chapit la Kopi




ଯାତ୍ରା ପୁସ୍ତକ 15:26
42 Referans Kwoze  

ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି। ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।


ପୁଣି ସଦାପ୍ରଭୁ ତୁମ୍ଭଠାରୁ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀୟ ଯେଉଁସବୁ ମନ୍ଦ ବ୍ୟାଧି ଜ୍ଞାତ ଅଟ, ତାହା ସେ ତୁମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନଙ୍କ ଉପରେ ତାହା କରିବେ।


ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କର ସେବା କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ରୋଗ ଦୂର କରିବା।


ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।


“‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ।


“ଆସ, ସଦାପ୍ରଭୁଙ୍କ ପାଖକୁ ଫେରିଯିବା। ସେ ଆମ୍ଭକୁ ଆଘାତ କଲେ ଓ ସେ ମଧ୍ୟ ଆମ୍ଭକୁ ସୁସ୍ଥ କରିବେ। ସେ ଆମ୍ଭକୁ କ୍ଷତ ବିକ୍ଷତ କରିଛନ୍ତି ଏବଂ ସେ ଆମ୍ଭର କ୍ଷତରେ ପଟି ବାନ୍ଧି ଦେବେ।


ଆମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ। ଆମ୍ଭେ ତୁମ୍ଭମାନଙ୍କୁ ଦାସ ହେବାରୁ ରକ୍ଷା କଲୁ। ଆମ୍ଭେ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲୁ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ଆମ୍ଭେ ତୁମ୍ଭମାନଙ୍କର ଯୁଆଳିର ଯୋତ ଭାଙ୍ଗି ଅଛୁ ଓ ତୁମ୍ଭେମାନେ ମୁଣ୍ତ ଉପରକୁ ଉଠାଇ ସିଧା ଗ୍ଭଲିବ।


ପରମେଶ୍ୱରଙ୍କ ଦଣ୍ଡରେ ଯେଉଁ କ୍ଷତ ହୁଏ ପୁଣି ସେ ନିଜେ ସେମାନଙ୍କର କ୍ଷତରେ ପଟି ବାନ୍ଧନ୍ତି। ପରମେଶ୍ୱର ହୁଏତ ଜଣକୁ ଆଘାତ କରନ୍ତି, କିନ୍ତୁ ତାଙ୍କ ହାତ ସୁସ୍ଥତା ମଧ୍ୟ ଆଣେ।


ତୁମ୍ଭେମାନେ ଦେଖିଛ ମିଶର ବାସୀମାନଙ୍କୁ କିପରି ଭାବରେ ରୋଗବ୍ୟାଧି ବ୍ୟାପି ଥିଲା। ତାହା ତୁମ୍ଭମାନଙ୍କୁ ଭୟଭୀତ କରାଇ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସେହିସବୁ ମନ୍ଦକର୍ମମାନ ଭିଆଇବେ।


ସାବଧାନତା ସହକାରେ ମୁଁ ଯେଉଁ ଆଜ୍ଞାମାନ ଦେଲି ତାହା ତୁମ୍ଭେମାନେ ପାଳନ କରିବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଦୃଷ୍ଟିରେ ଯାହା ଉତ୍ତମ ଓ ଯଥାର୍ଥ ତାହା କଲେ ତୁମ୍ଭର ଓ ତୁମ୍ଭମାନଙ୍କ ପରେ ତୁମ୍ଭ ବଂଶଧରଗଣର ଯୁଗାନୁସାରେ ମଙ୍ଗଳ ହେବ।


ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚା‌ଦ୍‌ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମି‌ଲ୍‌‌‌କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା'ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ।


ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ୟର ପଥ ଦେଖାଇବି ଏବଂ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବି।


ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଆଜ୍ଞା ମାନ ଯାହା ମୁଁ (ମୋଶା) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା କର। ତାହାହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।


“ତୁମ୍ଭେ ଫେରିଯାଅ ଓ ଆମ୍ଭଲୋକମାନଙ୍କର ଅଧିପତି ହିଜକିୟକୁ କୁହ, ‘ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କୁହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ମନ୍ଦିରକୁ ଯିବ।


“ସଦାପ୍ରଭୁ ତୁମ୍ଭମାନଙ୍କୁ ମିସ୍ରୀୟ ବଥ, ଅର୍ଶ, ଜାଦୁ ଓ କୁଣ୍ଡିଆଣି ଦ୍ୱାରା ଆଘାତ କରିବେ, ଯେପରି ମିଶରୀୟମାନଙ୍କୁ କରିଥିଲେ। ଏଥିରୁ ତୁମ୍ଭେମାନେ ଆରୋଗ୍ୟ ହୋଇ ପାରିବ ନାହିଁ।


“ଯଦି ଜଣେ ମନୁଷ୍ୟ ଧାର୍ମିକ ହୁଏ, ତେବେ ନ୍ୟାୟ ଓ ଯଥାର୍ଥ କରେ।


ଗିଲିୟଦରେ ଔଷଧ ଅଛି ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି। ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?


ଯୋଶିୟ ସଦାପ୍ରଭୁଙ୍କ ଦୃଷ୍ଟିରେ ସୁକର୍ମ କଲେ ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କ ଶିକ୍ଷା ମାନ୍ୟ କଲେ। ପରମେଶ୍ୱର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହା ସବୁ କଲେ।


“ତୁମ୍ଭେ ଯଦି ତାହା କର, ତେବେ ଆମ୍ଭର କରୁଣା ଦୃଷ୍ଟି ପାଇବ। ଦରକାର ଅନୁସାରେ ତୁମ୍ଭେ ବୃଷ୍ଟି ପାଇବ। ଆମ୍ଭର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର ଓ ମାନି ଚଳ।


ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି।


“ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବ।


ମଧ୍ୟରାତ୍ରରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କଲେ।


ତେଣୁ ସେମାନଙ୍କୁ ମୋର ଆଜ୍ଞା ମାନିବା ପାଇଁ କୁହ। ସେମାନଙ୍କୁ ମୋର ନିୟମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ମୋର ଆପଣାର ରତ୍ନଭଣ୍ଡାର ହୋଇ ରହିବ ଯେହେତୁ ସମଗ୍ର ପୃଥିବୀ ମୋର।


ମୋ’ ପାଇଁ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ଏବଂ ପବିତ୍ର ରାଷ୍ଟ୍ର ହେବ।’ ମୋଶା, ଏହି ସମସ୍ତ କଥା ତୁମ୍ଭେ ଇସ୍ରାଏଲୀୟମାନଙ୍କୁ କୁହ।”


“ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ୱର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହାର କରି ଆଣିଲି, ଯେଉଁଠାରେ ତୁମ୍ଭେମାନେ ଦାସ ଥିଲ।


ତୁମ୍ଭେମାନେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ କର୍ମ କଲେ ତୁମ୍ଭମାନଙ୍କର ଓ ଆପଣା ବଂଶଧରମାନଙ୍କର ମଙ୍ଗଳ ହେବ।


“‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ। ଆଉ କୌଣସି ଅନ୍ୟ ଦେବତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବନ ଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ। କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ


ତତ୍ପରେ ଇଲୀଶାୟ ଜଳ ନିର୍ଝରର ଉତ୍ପତ୍ତି ସ୍ଥଳକୁ ଯାଇ ଲବଣକୁ ଜଳରେ ପକାଇଲେ ଓ କହିଲେ, “ସଦାପ୍ରଭୁ ଏହି କଥା କୁହନ୍ତି, ‘ମୁଁ ଏହି ଜଳକୁ ଶୁଦ୍ଧ କଲି। ଏଣିକି ଆଉ ତାହା ମୃତ୍ୟୁର କାରଣ ହେବ ନାହିଁ କିଅବା ଜମିରେ ଅଙ୍ଗୁର ବଢ଼ାଇବାରେ ବାଧକ ହେବ ନାହିଁ।’”


କେବଳ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, ‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭେମାନେ ସେହି ପଥରେ ଗ୍ଭଲିଲେ ତୁମ୍ଭମାନଙ୍କର ମଙ୍ଗଳ ହେବ।’


ମୁଁ ଯେଉଁ ଦିନଠାରୁ ତୁମ୍ଭ ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଲି, ସେବେଠାରୁ ମୁଁ ବାରମ୍ବାର ସେମାନଙ୍କୁ ସାବଧାନ କରାଇଥିଲି ଏବଂ ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଛି ଶୁଣ।


ମାତ୍ର ସଦାପ୍ରଭୁ କହନ୍ତି, “‘ଯଦି ତୁମ୍ଭେମାନେ ଯତ୍ନ ସହକାରେ ମୋ’ କଥାକୁ ଧ୍ୟାନ ଦିଅ, ଯଦି ତୁମ୍ଭେମାନେ ବିଶ୍ରାମ ଦିନରେ ଯିରୁଶାଲମର ଫାଟକ ଦେଇ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭେମାନେ ସେଇ ଦିନରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗରେ ପାଳନ କର।


କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା’ସବୁ ସୁସ୍ଥ କରିବା। କାରଣ ସେମାନେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। ‘ଆଉ ସିୟୋନକୁ କେହି ଗ୍ଭହାନ୍ତି ନାହିଁ।’”


ତେଣୁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ହେ ପରମେଶ୍ୱର, ବିନୟ କରୁଅଛି, ତାହାକୁ ସୁସ୍ଥ କର।”


ମୋଶା ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ଡାକି ଏକତ୍ରିତ କଲେ ଏବଂ ସେମାନଙ୍କୁ କହିଲେ, “ହେ ଇସ୍ରାଏଲୀୟ ଲୋକମାନେ ଶୁଣ, ମୁଁ ତୁମ୍ଭକୁ ସଦାପ୍ରଭୁଙ୍କର ବ୍ୟବସ୍ଥା ଓ ବିଧି ସବୁ କହୁଅଛି। ଏହି ବିଧିସବୁ ଗ୍ରହଣ କର ଓ ପାଳନ କର।


ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ। ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।


କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।


“ଆମ୍ଭେ ଇଫ୍ରୟିମକୁ ଗ୍ଭଲିବା ଶିଖାଇଲୁ। ଆମ୍ଭେ ଇସ୍ରାଏଲୀୟଙ୍କୁ ଆମ୍ଭର ବାହୁରେ ନେଇଥିଲୁ। ଆମ୍ଭେ ସେମାନଙ୍କୁ ସୁସ୍ଥ କଲୁ। କିନ୍ତୁ ସେମାନେ ତାହା ଅନୁଭବ କଲେ ନାହିଁ।


Swiv nou:

Piblisite


Piblisite