Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 14:7 - ପବିତ୍ର ବାଇବଲ

7 ଫାରୋ ମିଶରର ଅନ୍ୟାନ୍ୟ ସୈନ୍ୟ ଓ ରଥ ସହିତ 600 ଜଣ ନିପୁଣ ସୈନ୍ୟ ଏବଂ ସେମାନଙ୍କର ରଥଗୁଡ଼ିକ ନେଲେ ଏବଂ ପ୍ରତ୍ୟେକ ରଥରେ ଜଣେ ଅଧିକାରୀ ରହିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ପୁଣି ଛଅଶହ ବଚ୍ଛା ରଥଓ ମିସ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ।

Gade chapit la Kopi

ଓଡିଆ ବାଇବେଲ

7 ପୁଣି, ଛଅଶହ ବଚ୍ଛା ରଥ ଓ ମିସ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ପୁଣି, ଛଅ ଶହ ବଛା ରଥ ଓ ମିସରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ।

Gade chapit la Kopi




ଯାତ୍ରା ପୁସ୍ତକ 14:7
11 Referans Kwoze  

ସେ ଫାରୋଙ୍କର ରଥ ଏବଂ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି।


ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ୱାରା ମୋର ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, “ମୁଁ ଅତି ଶକ୍ତିଶାଳୀ ଓ ମୋର ଅପାର ରଥ ସାହାଯ୍ୟରେ ମୁଁ ଲିବାନୋନକୁ ପରାସ୍ତ କରିଅଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦେବଦାରୁ ବୃକ୍ଷସବୁ କାଟି ପକାଇଅଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ୟରେ ପ୍ରବେଶ କରିଅଛୁ।


ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।


କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି। ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।


ବାରକ୍ ଏବଂ ତାଙ୍କର ସମସ୍ତ ସୈନିକ ସୀଷରାକୁ ଆକ୍ରମଣ କଲେ, ସଦାପ୍ରଭୁ ସୀଷରାକୁ ଓ ତାଙ୍କର ସୈନ୍ୟମାନଙ୍କ ପ୍ରତି ଦ୍ୱନ୍ଦ କଲେ। ସେମାନେ କ’ଣ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବାରକ୍ ଏବଂ ତାଙ୍କର ସୈନ୍ୟମାନେ ସୀଷରାର ସୈନ୍ୟମାନଙ୍କୁ ପରାସ୍ତ କଲେ, କିନ୍ତୁ ସୀଷରା ରଥରୁ ଓହ୍ଲାଇ ପଡ଼ିଲେ ଏବଂ ଦୌଡ଼ି ପଳାୟନ କଲେ।


ସୀଷରାର 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇସ୍ରାଏଲର ଲୋକମାନଙ୍କ ପ୍ରତି କୋଡ଼ିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ୟାଗ୍ଭର କଲେ। ତେଣୁ ଇସ୍ରାଏଲର ଲୋକମାନେ ସାହାଯ୍ୟ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।


ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ।


ତେଣୁ ଫାରୋ ତାଙ୍କର ରଥ ଓ ଲୋକମାନଙ୍କୁ ସାଙ୍ଗରେ ନେଲେ।


ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।


ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ।


Swiv nou:

Piblisite


Piblisite