Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 14:4 - ପବିତ୍ର ବାଇବଲ

4 ମୁଁ ଫାରୋଙ୍କୁ ପୁଣି କଠୋର କରିବି ଯେପରି ସେ ତୁମ୍ଭମାନଙ୍କୁ ଗୋଡ଼ାଇବେ। କିନ୍ତୁ ମୁଁ ଫାରୋ ଏବଂ ତାଙ୍କର ସୈନ୍ୟମାନଙ୍କୁ ପରାସ୍ତ କରିବି। ଏହା ମୋର ସମ୍ମାନ ବଢ଼ାଇବ। ତାହାହେଲେ ମିଶର ଲୋକମାନେ ଜାଣିବେ ଯେ ମୁଁ ହେଉଛି ସଦାପ୍ରଭୁ।” ସେମାନେ ତାଙ୍କ ଆଜ୍ଞା ଅନୁସାରେ କାର୍ଯ୍ୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ଵାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ। ତହୁଁ ସେମାନେ ସେହିପରି କଲେ।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି, ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ୱାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସ୍ରୀୟ ଲୋକମାନେ ଜାଣିବେ।” ତହୁଁ ସେମାନେ ସେହିପରି କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ; ପୁଣି, ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ୱାରା ସମ୍ଭ୍ରମ ପାଇବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ମିସରୀୟ ଲୋକମାନେ ଜାଣିବେ।” ତହୁଁ ସେମାନେ ସେହିପରି କଲେ।

Gade chapit la Kopi




ଯାତ୍ରା ପୁସ୍ତକ 14:4
36 Referans Kwoze  

ଧର୍ମଶାସ୍ତ୍ରରେ ଯେପରି ପରମେଶ୍ୱର ଫାରୋକୁ କହନ୍ତି: “ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦ୍ଧେଶ୍ୟ ପାଇଁ ତୁମ୍ଭକୁ ରାଜା କରିଛୁ, ଯଦ୍ଦ୍ୱାରା ତୁମ୍ଭ ମାଧ୍ୟମରେ ଆମ୍ଭେ ଆପଣା ଶକ୍ତି ଦେଖାଇ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ୱରେ ଘୋଷିତ ହେଉ ବୋଲି ଆମ୍ଭ ଇଚ୍ଛା।”


ତାହାହେଲେ ମିଶରର ଲୋକମାନେ ଜାଣିବାକୁ ପାଇବେ ଯେ, ମୁଁ ହେଉଛି ସଦାପ୍ରଭୁ। ସେମାନଙ୍କ ବିରୁଦ୍ଧରେ ଯେତେବେଳେ ମୁଁ ହସ୍ତ ପ୍ରସାରଣ କରିବି ଏବଂ ସେମାନଙ୍କ ମଧ୍ୟରୁ ଇସ୍ରାଏଲୀୟ ଲୋକମାନଙ୍କୁ ବାହାର କରି ଆଣିବି।”


କିନ୍ତୁ ମୁଁ ଫାରୋଙ୍କ ହୃଦୟ କଠିନ କରିବି। ତା'ପରେ ମିଶର ଦେଶରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କର୍ମ କରିବି। ତଥାପି ଫାରୋ ତୁମ୍ଭମାନଙ୍କ କଥା ଶୁଣିବ ନାହିଁ।


କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମୋର ପରାକ୍ରମ ଜାଣିବ। ସମଗ୍ର ପୃଥିବୀରେ ମୋର ନାମ ବିଖ୍ୟାତ କରିବ।


ତେଣୁ ସଦାପ୍ରଭୁ କହିଲେ, ଯେ ସେ କିଛି କରିବେ ଯେଉଁଥିରେ ତୁମ୍ଭେ ଜାଣିବ ସେ ସଦାପ୍ରଭୁ ବୋଲି। ମୁଁ ନୀଳନଦୀରେ ଜଳକୁ ମୋର ଆଶାବାଡ଼ିରେ ଛୁଇଁବି ତାହା ସଙ୍ଗେ ସଙ୍ଗେ ନଦୀର ଜଳ ପରିବର୍ତ୍ତେ ରକ୍ତ ପ୍ରବାହୀତ ହେବ।


ଶାସ୍ତ୍ରରେ ଯେପରି ଲେଖା ଅଛି: “ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।” “ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ, ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ। ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।”


ଦେଶର ସମସ୍ତ ଜନସାଧାରଣ ସେମାନଙ୍କୁ କବର ଦେବେ। ସଦାପ୍ରଭୁ, ମୋର ପ୍ରଭୁ କହିଲେ, ମୁଁ ଗୌରବାନ୍ୱିତ ହେବି ଏବଂ ସେହି ଦିନଟି ସେମାନଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।”


ଆଉ କୁହ, ‘ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “‘ହେ ସୀଦୋନ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ। ପୁଣି ମୁଁ ତୁମ୍ଭମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବି। ଆଉ ମୁଁ ନଗରକୁ ଦଣ୍ଡିତ ଓ ମୋର ନିଜକୁ ସେଠାରେ ପବିତ୍ର ରୂପେ ଦେଖାଇବି ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।


କିନ୍ତୁ ମୁଁ ସେମାନଙ୍କୁ ଧ୍ୱଂସ କଲି ନାହିଁ। କାରଣ ସେମାନଙ୍କ ସହିତ ଥିବା ଲୋକମାନଙ୍କ ମଧ୍ୟରେ ମୋର ନାମକୁ କଳୁଷିତ କରିବା ପାଇଁ ମୋତେ ଭଲ ଲାଗିଲା ନାହିଁ, କାରଣ ଯେତେବେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସେମାନଙ୍କୁ ମିଶରରୁ ବାହାର କରି ଆଣିବା ଦ୍ୱାରା ମୁଁ ଇସ୍ରାଏଲୀୟମାନଙ୍କଠାରେ ପରିଚିତ ହେଲି।


ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା'ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ। କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ ରୁକ୍ଷ ବ୍ୟବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ।


ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍। ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!”


ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।


ଅତଏବ ଯେଉଁମାନଙ୍କୁ ପରମେଶ୍ୱର ଦୟା ଦେଖାଇବାକୁ ଗ୍ଭହାନ୍ତି ସେମାନଙ୍କୁ ସେ ଦୟା ଦେଖାନ୍ତି ଓ ଯେଉଁମାନଙ୍କୁ ସେ କଠୋର କରିବାକୁ ଗ୍ଭହାନ୍ତି, ସେମାନଙ୍କୁ ସେ କଠୋର କରନ୍ତି।


ସଦାପ୍ରଭୁ ଫାରୋଙ୍କର ହୃଦୟକୁ ପୁଣି କଠୋର କଲେ, ତେଣୁ ଫାରୋ ସେମାନଙ୍କୁ ଆଉ ଯିବାକୁ ଦେଲେ ନାହିଁ।


ତହିଁରେ ଫାରୋ ଭାବିବେ ଯେ, ଇସ୍ରାଏଲର ଲୋକମାନେ ମରୁଭୂମି ମଧ୍ୟରେ ବାଟବଣା ହୋଇଅଛନ୍ତି।


ମିଶରର ରାଜା ଖବର ପାଇଲେ ଯେ ଇସ୍ରାଏଲୀୟ ଲୋକମାନେ ପଳାଇଛନ୍ତି। ସେ ଯେତେବେଳେ ଏହା ଶୁଣିଲେ, ସେ ଏବଂ ତାଙ୍କର ଅଧିକାରୀ ତାଙ୍କର ମତି ପରିବର୍ତ୍ତନ କଲେ। ସେମାନେ କହିଲେ, “କାହିଁକି ଆମ୍ଭେମାନେ ଇସ୍ରାଏଲର ଲୋକମାନଙ୍କୁ ଯିବାକୁ ଦେଲୁ? ଆମ୍ଭେ ଆମ୍ଭର ଦାସମାନଙ୍କୁ ହରାଇଅଛୁ।”


ମିଶରୀୟମାନେ ସେମାନଙ୍କ ପଛରେ ଗୋଡ଼ାଇଲେ। ଏହା ପରେ ଫାରୋଙ୍କର ସମସ୍ତ ଅଶ୍ୱ ଓ ରଥ ସେମାନଙ୍କୁ ସମୁଦ୍ର ପର୍ଯ୍ୟନ୍ତ ଅନୁସରଣ କଲେ।


ରଥର ଚକଗୁଡ଼ିକ ରଥରୁ ବାହାରିଯିବାରୁ, ସେମାନଙ୍କୁ ରଥଗୁଡ଼ିକ ଆଗେଇ ନେବାକୁ ବହୁତ କଷ୍ଟ ହେଲା। ମିଶରୀୟ ଲୋକମାନେ ଚିତ୍କାର କଲେ, “ଗ୍ଭଲ ଏଠାରୁ ପଳାଇ ଯିବା! ସଦାପ୍ରଭୁ ଇସ୍ରାଏଲୀୟ ଲୋକମାନଙ୍କ ପାଇଁ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି।”


ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ କହନ୍ତି, ‘ଯେଉଁମାନେ ମୋ’ ନିକଟକୁ ଆସନ୍ତି, ସେମାନେ ଚିହ୍ନିବା ଉଚିତ୍ ଯେ, ମୁଁ ପବିତ୍ର କାରଣ ସବୁ ଲୋକଙ୍କ ସମ୍ମୁଖରେ ମୁଁ ଗୌରବାନ୍ୱିତ ହେବି।’” ତେଣୁ ହାରୋଣ ନିଜ ପୁତ୍ରମାନଙ୍କ ମୃତ୍ୟୁ କଥା ନ କହି ନୀରବ ରହିଲେ।


“ମୁଁ ମିଶର ଦେଶକୁ ଧ୍ୱଂସ କରି ଶୂନ୍ୟସ୍ଥାନରେ ପରିଣତ କରିବି। ଯେଉଁଥିରେ ସେ ପରିପୂର୍ଣ୍ଣ ଥିଲା। ସେସବୁରୁ ମୁଁ ତାକୁ ରହିତ କରିବି। ଏବଂ ତାହାର ସମସ୍ତ ନିବାସୀଙ୍କୁ ଆଘାତ କରିବି। ତାହାହେଲେ ମୁଁ ଯେ ସ୍ୱୟଂ ସଦାପ୍ରଭୁ, ତାହା ସେମାନେ ଜାଣିବେ।


ତୁମ୍ଭେମାନେ ଆମ୍ଭର ଲୋକ ହେବ। ଏବଂ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଏବଂ ତୁମ୍ଭେ ଜାଣିବ ଯେ, ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କ ଦାଉରୁ ରକ୍ଷା କରିବା।


ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହେବ, ମୁଁ କିପରି ମିଶରୀୟମାନଙ୍କୁ ତାଚ୍ଛଲ୍ୟ କଲି ଏବଂ ଅ‌ଦ୍‌ଭୂତ କର୍ମ ବିଷୟରେ କହିପାରିବ ଯାହା ମୁଁ ମିଶରରେ କରିଅଛି। ଏହା ପରେ ତୁମ୍ଭେମାନେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।”


ଏହି ଆଜ୍ଞା ସଦାପ୍ରଭୁ, ମୋଶା ଏବଂ ହାରୋଣଙ୍କୁ ଦେଇଥିଲେ। ତେଣୁ ଇସ୍ରାଏଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।


ସଦାପ୍ରଭୁ ସେମାନଙ୍କର ହୃଦୟ କଠିନ କଲେ। ଯେପରି ସେମାନେ ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବା ପାଇଁ ଆସିବେ ଓ ସମ୍ପୂର୍ଣ୍ଣ ରୂପେ ବିନା କରୁଣାରେ ଧ୍ୱଂସ ହେବେ। ଏହା ମୋଶାଙ୍କୁ ସଦାପ୍ରଭୁଙ୍କର ଆଜ୍ଞାନୁସାରେ ହେଲା।


ମୁଁ ଯାବୀ‌ନ୍‌ର ସେନାପତି ସୀଷରାକୁ ଆଗେଇ ନେବି, ତା'ର ରଥକୁ ଓ ତାଙ୍କ ଲୋକମାନଙ୍କୁ କୀଶୋନ୍ ନଦୀ ପାଖରେ ତୁମ୍ଭକୁ ଓ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି।’”


ତୁମ୍ଭେ ଇସ୍ରାଏଲ ବିରୁଦ୍ଧରେ ମୋର ଲୋକ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ଏବଂ ଦେଶକୁ ମେଘତୁଲ୍ୟ ଆଚ୍ଛାଦନ କରିବ। ସେହି ଭବିଷ୍ୟତ ଦିନଗୁଡ଼ିକରେ, ମୁଁ ତୁମ୍ଭକୁ ମୋ’ ଦେଶ ବିରୁଦ୍ଧରେ ଆଣିବି, ଯାହା ଫଳରେ ଦେଶଗୁଡ଼ିକ ମୋତେ ଜାଣି ପାରିବେ। ଯେତେବେଳେ ମୋର ପବିତ୍ରତା ତୁମ୍ଭ ମାଧ୍ୟମରେ ସେମାନଙ୍କୁ ଉପସ୍ଥିତିରେ ଦେଖାଇବି।’”


ଏବଂ ଏହି ପ୍ରକାରେ ମୁଁ ନିଜକୁ ବହୁ ଦେଶକୁ ଜ୍ଞାତ କରାଇବି, ମୁଁ ଦେଖାଇ ଦେବି ଯେ, ମୁଁ ମହାନ ଓ ପବିତ୍ର ଅଟେ। ତାହାହେଲେ ସେମାନେ ଜାଣିବେ, ଆମ୍ଭେ ସଦାପ୍ରଭୁ ଅଟୁ।


Swiv nou:

Piblisite


Piblisite