Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 14:29 - ପବିତ୍ର ବାଇବଲ

29 ମାତ୍ର ଇସ୍ରାଏଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସେମାନଙ୍କର ବାମ ଓ ଡାହାଣ ପାର୍ଶ୍ୱରେ କାନ୍ଥପରି ଛିଡ଼ା ହୋଇ ରହିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।

Gade chapit la Kopi

ଓଡିଆ ବାଇବେଲ

29 ମାତ୍ର ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ମାତ୍ର ଇସ୍ରାଏଲ-ସନ୍ତାନଗଣ ଶୁଷ୍କ ପଥରେ ସମୁଦ୍ର ମଧ୍ୟଦେଇ ଗମନ କଲେ; ପୁଣି, ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା।

Gade chapit la Kopi




ଯାତ୍ରା ପୁସ୍ତକ 14:29
19 Referans Kwoze  

ଇସ୍ରାଏଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ୟଦେଇ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସେମାନଙ୍କର ବାମପଟେ ଓ ଦକ୍ଷିଣ ପଟେ ରହିଲା।


ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ। ତେଣୁ ତୁମ୍ଭେ ଦିନଯାକ ନିରନ୍ତର ସେମାନଙ୍କୁ ଭୟ କରୁଅଛ ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ୟତ ହୋଇ କୋପ କରିଛନ୍ତି। ମାତ୍ର ସେହି ଉପଦ୍ରବକାରୀ ଏବେ କାହାନ୍ତି ଓ ତାଙ୍କର କୋପ କାହିଁ?


ଯେ ସମୁଦ୍ରକୁ ଓ ଗଭୀରତମ ବାରିଧିର ଜଳରାଶିକୁ ଶୁଷ୍କ କଲେ, ଯେ ମୁକ୍ତିପ୍ରାପ୍ତ ଲୋକମାନଙ୍କର ପାର ହେବା ପାଇଁ ସମୁଦ୍ରର ଗଭୀରତମ ସ୍ଥାନ ପଥ କଲେ, ସେହି ପ୍ରଭୁ ତୁମ୍ଭେ ନୁହଁ କି?


ତୁମ୍ଭେ ଯେତେବେଳେ ଦୁଃଖରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବୁ। ଜଳ ମଧ୍ୟରେ ଗମନ କଲାବେଳେ ତୁମ୍ଭର ସଙ୍ଗୀ ହେବୁ। ଫଳରେ ତୁମ୍ଭେ ଜଳରେ ମଗ୍ନ ହେବ ନାହିଁ। ଅଗ୍ନିରେ ଗମନ କଲାବେଳେ ଦ‌ଗ୍‌ଧିଭୂତ ହେବ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।


ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ।


ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି (ଯେଉଁମାନେ ମୋଶାଙ୍କୁ ଅନୁସରଣ କରିଥିଲେ) କ’ଣ ହେଲା ତାହା ତୁମ୍ଭେମାନେ ଜାଣି ରଖ। ପରମେଶ୍ୱର ସେମାନଙ୍କୁ ମେଘ ସ୍ତମ୍ଭ ଦ୍ୱାରା ସୁଫ ସାଗରକୁ ପାର କରାଇଥିଲେ।


ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ୟ ପରିଣତ କଲା। ଏବଂ ଜଳସ୍ରୋତ ପ୍ରାଚୀରତୁଲ୍ୟ ହୋଇଗଲା। ସମୁଦ୍ର ମଧ୍ୟସ୍ଥଳରେ ଜଳ ଜମାଟ ହୋଇଗଲା।


କାରଣ ଫାରୋଙ୍କର ଘୋଡ଼ା, ରଥ ଏବଂ ସୈନ୍ୟମାନେ ସବୁ ସମୁଦ୍ର ଭିତରକୁ ଗ୍ଭଲି ଯାଇଛନ୍ତି। ସଦାପ୍ରଭୁ ସେମାନଙ୍କ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇସ୍ରାଏଲ ଲୋକମାନେ ସମୁଦ୍ର ମଧ୍ୟରେ ଶୁଷ୍କ ରାସ୍ତାରେ ଗମନ କଲେ।


ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ।


ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।


ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ଭାଗ କଲ। ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗଲେ। ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ।


ପରମେଶ୍ୱର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ ଏବଂ ସେ ଦୁଇପାର୍ଶ୍ୱର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ୟମାନ କରାଇଲେ।


ପରମେଶ୍ୱର ନିର୍ଦ୍ଦେଶ ଦେଲେ ଏବଂ ଲୋହିତ ସାଗର ଶୁଖିଗଲା। ପରମେଶ୍ୱର ଆମ୍ଭ ପୂର୍ବପୁରୁଷମାନଙ୍କୁ ସେହି ଗଭୀର ସମୁଦ୍ର ମଧ୍ୟରେ ଚଲାଇ ନେଲେ, ମରୁଭୂମିରେ ଚଲାଇବା ପରି।


ପରମେଶ୍ୱର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାହାଙ୍କର ବିଶ୍ୱସ୍ତ ପ୍ରେମ ଅନନ୍ତକାଳସ୍ଥାୟୀ।


Swiv nou:

Piblisite


Piblisite