Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 14:26 - ପବିତ୍ର ବାଇବଲ

26 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସମୁଦ୍ର ଉପରେ ତୁମ୍ଭର ହସ୍ତ ବିସ୍ତାର କର। ଏଥିରେ ସମୁଦ୍ର ଜଳ ମାଡ଼ିଯାଇ ମିଶରର ରଥାରୋହୀ ଓ ଅଶ୍ୱାରୋହୀମାନଙ୍କୁ ବୁଡ଼ାଇ ଦେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସ୍ରୀୟମାନଙ୍କ ଓ ସେମାନଙ୍କ ରଥ ଓ ଅଶ୍ଵାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।

Gade chapit la Kopi

ଓଡିଆ ବାଇବେଲ

26 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସ୍ରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କର; ତହିଁରେ ମିସରୀୟମାନଙ୍କ, ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ।”

Gade chapit la Kopi




ଯାତ୍ରା ପୁସ୍ତକ 14:26
12 Referans Kwoze  

ତୁମ୍ଭର ଆଶାବାଡ଼ିକୁ ସୂଫସାଗର ଉପରେ ବୁଲାଅ, ତାହା ବିଭକ୍ତ ହେବ, ଯାହା ଫଳରେ ଇସ୍ରାଏଲର ଲୋକମାନେ ସମୁଦ୍ର ମଧ୍ୟରେ ଶୁଖିଲା ପଥରେ ଯାଇ ପାରିବେ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ଧରି ନଦୀ, ହ୍ରଦ, କେନାଲ୍, ସବୁଆଡ଼େ ବୁଲାଉ। ଏହା ପରେ ବେଙ୍ଗମାନେ ମିଶରର ସ୍ଥଳଭାଗକୁ ଉଠି ଆସିବେ।”


ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା'ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।


ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କହିଲେ, “ଏ କି ପ୍ରକାର ବ୍ୟକ୍ତି? ଏପରିକି ପବନ ଓ ହ୍ରଦ ମଧ୍ୟ ତାହାଙ୍କ କଥା ମାନୁଛନ୍ତି!”


ତୁମ୍ଭେ ଅନ୍ୟର ବିଗ୍ଭର କଲେ ଠିକ୍ ସେହିଭଳି ତୁମ୍ଭର ବି ବିଗ୍ଭର କରାଯିବ। ତୁମ୍ଭେ ଅନ୍ୟକୁ ଯେଉଁଥିରେ ତଉଲିବ, ପରମେଶ୍ୱର ତୁମ୍ଭକୁ ସେହିଥିରେ ତଉଲିବେ। ତୁମ୍ଭେ ଅନ୍ୟକୁ କ୍ଷମା ଦେଲେ ତୁମ୍ଭକୁ ବି କ୍ଷମା ଦିଆଯିବ।


ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା'ର ଆଶାବାଡ଼ିକୁ ହାତରେ ଧରି ଏବଂ ଜଳଧାରଗୁଡ଼ିକୁ ଯଥା ନଦୀ, ହ୍ରଦ ଓ କେନାଲ ଯେଉଁଠାରେ ପାଣି ଗଚ୍ଛିତ ଅଛି ସବୁକୁ ସ୍ପର୍ଶ କରୁ। ଯେତେବେଳେ ସେ ଏପରି କଲା, ସମସ୍ତ ଜଳ ରକ୍ତରେ ପରିଣତ ହେଲା। ଏହିପରିକି କାଠ ପାତ୍ର ଓ ପ୍ରସ୍ତର ପାତ୍ରରେ ଥିବା ଜଳସବୁ ରକ୍ତରେ ପରିଣତ ହେଲା।”


ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, “ଇସ୍ରାଏଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ୟା ସନ୍ତାନଗଣଙ୍କୁ ଜୀବିତ ରଖିପାର।”


ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ପରମେଶ୍ୱରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ୱରଙ୍କ ପରି ହେବ।


ଏହା ପରେ ମୋଶା ଓ ଇସ୍ରାଏଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ସଙ୍ଗୀତ ଗାନ କଲେ, “ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ଯ୍ୟ କରିଛନ୍ତି। ସେ ଅଶ୍ୱ ଏବଂ ଅଶ୍ୱାରୋହୀଙ୍କୁ ସମୁଦ୍ରରେ ନିକ୍ଷେପ କଲେ।


ସେ ଫାରୋଙ୍କର ରଥ ଏବଂ ସୈନ୍ୟମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇ ଅଛନ୍ତି।


Swiv nou:

Piblisite


Piblisite