Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 14:2 - ପବିତ୍ର ବାଇବଲ

2 “ଇସ୍ରାଏଲର ଲୋକମାନଙ୍କୁ କୁହ, ସେମାନେ ପୀହହୀରୋତକୁ ଫେରି ଯାଆନ୍ତୁ ଏବଂ ସାମନାରେ ଛାଉଣି ପକାନ୍ତୁ। ସେମାନଙ୍କୁ କୁହ, ସେମାନେ ମି‌ଗ୍‌ଦୋଲ ଓ ସମୁଦ୍ର ମଧ୍ୟରେ ଏବଂ ବା‌ଲ୍‌ସଫୋନ୍ ଆଗରେ ଛାଉଣି ସ୍ଥାପନ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲସଫୋନ ଆଗରେ, ଅର୍ଥାତ୍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର।

Gade chapit la Kopi

ଓଡିଆ ବାଇବେଲ

2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍‍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲ-ସଫୋନ ଆଗରେ, ଅର୍ଥାତ୍‍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଫେରି ପୀହହୀରୋତର ପୂର୍ବ ଦିଗରେ ମିଗ୍‍ଦୋଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର; ତୁମ୍ଭେମାନେ ବାଲ-ସଫୋନ ଆଗରେ, ଅର୍ଥାତ୍‍, ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର।

Gade chapit la Kopi




ଯାତ୍ରା ପୁସ୍ତକ 14:2
9 Referans Kwoze  

ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମି‌ଗ୍‌ଦୋଲରେ, ତଫ‌‌‌ନ୍‌‌‌ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


“ତୁମ୍ଭେମାନେ ମିଶରରେ ପ୍ରଗ୍ଭର କର, ମି‌ଗ୍‌ଦୋଲରେ ଘୋଷଣା କର, ଆଉ ନୋଫ ଓ ତଫ‌‌‌ନ୍‌‌‌ହେଷରେ କୁହ, ‘ତୁମ୍ଭେମାନେ ଯୁଦ୍ଧ ପାଇଁ ଠିଆ ହୁଅ ଓ ଆପଣାକୁ ପ୍ରସ୍ତୁତ କର। କାରଣ ‌‌ଖ‌ଡ଼୍‌ଗ ତୁମ୍ଭ ଗ୍ଭରିଆଡ଼େ ଲୋକମାନଙ୍କୁ ବିନାଶ କରିଗ୍ଭଲିଛି।’


ମିଶରୀୟମାନେ ଇସ୍ରାଏଲୀୟମାନଙ୍କ ପଛରେ ଗୋଡ଼ାଇଲେ। ଫାରୋଙ୍କର ସମସ୍ତ ଅଶ୍ୱ, ରଥ, ତାଙ୍କର ରଥାରୋହୀ ଏବଂ ତାଙ୍କର ସୈନ୍ୟ ସେମାନଙ୍କୁ ଗୋଡ଼ାଇଲେ ଏବଂ ସମୁଦ୍ର ପାଖରେ ବାଲ-ସଫୋନ ଆଡ଼କୁ ମୁଖ କରିଥିବା ପୀହହୀରୋତ ଛାଉଣି ନିକଟରେ ଭେଟିଲେ।


ତେଣୁ ମୁଁ (ପରମେଶ୍ୱର) ତୁମ୍ଭର ଓ ତୁମ୍ଭ ନଦୀ ସମୂହର ପ୍ରତିକୂଳ ଅଟେ। ମୁଁ ସିବେନୀ ଦୁର୍ଗଠାରୁ କୂଶ ଦେଶର ସୀମା ପର୍ଯ୍ୟନ୍ତ ସମଗ୍ର ମିଶର ଦେଶକୁ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବି।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,


ତହିଁରେ ଫାରୋ ଭାବିବେ ଯେ, ଇସ୍ରାଏଲର ଲୋକମାନେ ମରୁଭୂମି ମଧ୍ୟରେ ବାଟବଣା ହୋଇଅଛନ୍ତି।


ଏହିପରି ଭାବରେ ମୁଁ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ମିଶରରୁ ନେଇ ଆସିଲି। ମିଶରୀୟମାନେ ରଥ ଓ ରଥାରୋହୀ ସହିତ ସୂଫସାଗର ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ପଛେ ପଛେ ଗୋଡ଼ାଇ ଆସିଥିଲେ। ମିଶରୀୟ ରଥାରୋହୀ ଓ ଅଶ୍ୱାରୋହୀ ମଧ୍ୟ ଥିଲେ।


Swiv nou:

Piblisite


Piblisite