Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 13:2 - ପବିତ୍ର ବାଇବଲ

2 “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହେବ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରଦାନ କର, ତାହା ଆମ୍ଭର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଇସ୍ରାଏଲ-ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେ କେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର।

Gade chapit la Kopi

ଓଡିଆ ବାଇବେଲ

2 “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର ଅଟେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହୁଏ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରତିଷ୍ଠା କର; ତାହା ଆମ୍ଭର ଅଟେ।”

Gade chapit la Kopi




ଯାତ୍ରା ପୁସ୍ତକ 13:2
19 Referans Kwoze  

ପ୍ରଭୁଙ୍କ ‘ନିୟମ’ରେ ଲେଖାଅଛି: “ପରିବାରରେ ପ୍ରଥମ ପୁତ୍ରସନ୍ତାନ ଜନ୍ମ ହେଲେ ସେ ‘ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ’ ହେବ।”


“ଯେତେବେଳେ ତୁମ୍ଭେମାନେ ମିଶରରେ ଥିଲ, ସେତେବେଳେ ମୁଁ ମିଶରୀୟମାନଙ୍କର ପ୍ରଥମଜାତ ସନ୍ତାନଙ୍କୁ ହତ୍ୟା କରିଥିଲି। ଇସ୍ରାଏଲରେ ସମସ୍ତ ମନୁଷ୍ୟ ଓ ପଶୁର ପ୍ରଥମଜାତକୁ ମୋ’ ପାଇଁ ପବିତ୍ର କଲି। ସେମାନେ ସମସ୍ତେ ମୋର ଅଧିକୃତ। ମୁଁ ସଦାପ୍ରଭୁ ଅଟେ।”


“ତୁମ୍ଭେମାନେ ଆପଣା ଗୋରୁ ପଲରୁ ଓ ମେଷ ପଲରୁ ଜନ୍ମ ହୋଇଥିବା ପ୍ରଥମ ଅଣ୍ତିରା ଛୁଆକୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁପଲର ପ୍ରଥମଜାତକ ଦ୍ୱାରା କିଛି କର୍ମ କରିବ ନାହିଁ। ମେଷପଲର ପ୍ରଥମଜାତ ସନ୍ତାନମାନଙ୍କର ଲୋମ ଛେଦନ କରିବ ନାହିଁ।


ସେମାନେ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ। ସେମାନେ ସମସ୍ତ ତୁମ୍ଭର, ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଓ ଅଶୁଚି ପଶୁକୁ ମୁକ୍ତ କରିବା ଉଚିତ୍।


“ପଶୁମାନଙ୍କ ମଧ୍ୟରୁ ଗୋରୁ ହେଉ କି ମେଷ ହେଉ ପ୍ରଥମଜାତ ସର୍ବଦା ସଦାପ୍ରଭୁଙ୍କର। ତାକୁ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପାରିବେ ନାହିଁ। କାରଣ ତାହା ଆଗରୁ ସଦାପ୍ରଭୁଙ୍କର ଅଟେ।


ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।


ତୁମ୍ଭେମାନେ ପରମେଶ୍ୱରଙ୍କ ପ୍ରଥମଜାତ ସନ୍ତାନମାନଙ୍କ ମିଳନ ସ୍ଥଳରେ ଆସି ପହଞ୍ଚିଛି। ସେମାନଙ୍କ ନାମ ସ୍ୱର୍ଗରେ ଲେଖା ରହିଛି। ସବୁଲୋକଙ୍କର ବିଗ୍ଭରପତି ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଆସିଛ। ଯେଉଁ ଲୋକମାନେ ସିଦ୍ଧ ହୋଇ ସାରିଛନ୍ତି, ସେହିଭଳି ଭଲ ଲୋକମାନଙ୍କ ଆତ୍ମାମାନଙ୍କ ପାଖକୁ ତୁମ୍ଭେମାନେ ଆସିଛ।


“ଶସ୍ୟଅମଳ ସମୟରେ ତୁମ୍ଭେ ଯେତେବେଳେ ଶସ୍ୟ ସାଇତିବ ପ୍ରଥମ ଶସ୍ୟ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। “ତୁମ୍ଭେ କୌଣସି ଯୁବା ଛାଗର ମାଂସକୁ ତା'ର ମାତୃ ଦୁ‌ଗ୍‌ଧରେ ପାକ କରିବ ନାହିଁ।”


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,


“ମୁଁ ତୁମ୍ଭକୁ କହିଥିଲି ଇସ୍ରାଏଲର ପ୍ରତ୍ୟେକ ବଂଶର ପ୍ରଥମଜାତ ମୋର ସେବକ ହେବ। ବର୍ତ୍ତମାନ ଲେବୀୟମାନେ ମୋର ଅଧିକୃତ, ତେଣୁ ଇସ୍ରାଏଲୀୟମାନଙ୍କ ପ୍ରଥମଜାତ ପରିବର୍ତ୍ତେ ଲେବୀୟମାନେ ମୋର ହେବେ।


“ବ୍ୟବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ୟ ନିୟମ କରୁଥିଲୁ।


“ମୋ’ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସେହି ପୁତ୍ରକନ୍ୟାଗଣକୁ ବଧ କରି ସେମାନଙ୍କୁ ଭଣ୍ଡ ଦେବତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ଯଥେଷ୍ଟ ବେଶ୍ୟାବୃତ୍ତି କଲ ନାହିଁ କି?


ତୁମ୍ଭେ ମୋର ସନ୍ତାନଗଣଙ୍କୁ ହତ୍ୟା କରି ତୁମ୍ଭର ଭଣ୍ଡ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗ୍ନି ମଧ୍ୟରେ ଉତ୍ସର୍ଗ କରିଅଛ।


“ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।


“ଏବଂ ଆମ୍ଭେମାନେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର କୋଠରୀକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ୟର ଏକ ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗରରେ ଏକ ଦଶମାଂଶ ଆଦାୟ କରନ୍ତି।


Swiv nou:

Piblisite


Piblisite