Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 13:17 - ପବିତ୍ର ବାଇବଲ

17 ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଅନନ୍ତର ଫାରୋ ଲୋକମାନଙ୍କୁ ଛାଡ଼ି ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ଵର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ଵର କହିଲେ, ଯୁଦ୍ଧ ଦେଖିଲେ ପଛେ ଲୋକମାନେ ଅନୁତାପ କରି ମିସରକୁ ଫେରିଯାଆନ୍ତି।

Gade chapit la Kopi

ଓଡିଆ ବାଇବେଲ

17 ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।”

Gade chapit la Kopi




ଯାତ୍ରା ପୁସ୍ତକ 13:17
14 Referans Kwoze  

ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ। ସେମାନେ ଜି‌‌‌‌‌ଦ୍‌‌‌‌‌ଖୋର ଥିଲେ। ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ। “ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ, କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।


ସେହି ଦୂର ଦେଶରେ ବନ୍ଦୀରୂପେ ଥିବା ବେଳେ, ଯଦି ସେମାନେ ସେମାନଙ୍କର କୁକର୍ମ ପାଇଁ ସେଠାରେ ଅନୁତାପ କରନ୍ତି ଏବଂ ସ୍ୱୀକାର କରନ୍ତି, ‘ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।’


“କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ।


“ଅଧିକାରୀଗଣ ଲୋକମାନଙ୍କୁ କହିବେ, ‘ଭୟାଳୁ ଓ ଦୁର୍ବଳ ହୃଦୟ ଲୋକ କିଏ ଅଛି କି? ସେ ଫେରି ଆପଣା ଗୃହକୁ ଯାଉ, ଯେମିତି ସେ ତା'ର ଭାଇର ହୃଦୟକୁ ଭୟରେ ତରଳାଇ ନ ଦେଉ।’


କିନ୍ତୁ ପାଉଲ ତାହାଙ୍କୁ ସାଙ୍ଗରେ ନ ନେବା ପାଇଁ ଜୋ‌ର୍‌‌ଦେଲେ, କାରଣ ସେ ପୂର୍ବରୁ ପଂଫୂଲିଆରେ ସେମାନଙ୍କ ସହିତ ଏହି କାର୍ଯ୍ୟରେ ସାଙ୍ଗରେ ନ ରହି ସେମାନଙ୍କୁ ତ୍ୟାଗ କରି ଗ୍ଭଲି ଆସିଥିଲେ।


କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’


ତେଣୁ ସେମାନଙ୍କ ପାଇଁ ଏକ ଘୋଷଣା କର, ସେମାନଙ୍କୁ କୁହ, ‘ଯେଉଁ ଲୋକମାନେ ଯୁଦ୍ଧକୁ ଭୟ କରୁଛନ୍ତି, ସେମାନେ ଗିଲିୟଦ ପାହାଡ଼ ଛାଡ଼ି ସ୍ୱଗୃହକୁ ଫେରିଯିବା ଉଚିତ୍।’” ପାଖାପାଖି 22,000 ଲୋକ ଗିଲିୟଦ ଛାଡ଼ି ଗ୍ଭଲିଗଲେ। କିନ୍ତୁ ସେଠାରେ 10,000 ସୈନ୍ୟ ରହିଥିଲେ।


ନିଜ ବିଶ୍ୱାସ କାରଣରୁ ମୋଶା ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କ୍ରୋଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ୟ ପରମେଶ୍ୱରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ୱାସରେ ଦୃଢ଼ ଥିଲେ।


ଇସ୍ରାଏଲୀୟମାନେ ଦେଖିଲେ, ଫାରୋ ଏବଂ ତାଙ୍କର ସୈନ୍ୟମାନେ ସେମାନଙ୍କ ଆଡ଼କୁ ଆସୁଛନ୍ତି। ସେମାନେ ତାଙ୍କୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇଗଲେ। ସେମାନେ ସଦାପ୍ରଭୁଙ୍କୁ ଡାକିଲେ।


ସଦାପ୍ରଭୁ ତୁମ୍ଭମାନଙ୍କୁ ଜାହଜରେ ମିଶରକୁ ପଠାଇ ଦେବେ। ମୁଁ କହୁଅଛି, ତୁମ୍ଭେମାନେ କଦାପି ସେହି ଦେଶକୁ ଯିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭକୁ ସେହିଠାକୁ ପଠାଇବେ। ମିଶରରେ ତୁମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ କ୍ରିତଦାସ ଭାବେ ବିକ୍ରି ହେବାକୁ ଚେଷ୍ଟା କରିବ। କିନ୍ତୁ ତୁମ୍ଭମାନଙ୍କୁ କେହି କ୍ରୟ କରିବେ ନାହିଁ।”


Swiv nou:

Piblisite


Piblisite