Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 12:36 - ପବିତ୍ର ବାଇବଲ

36 ସଦାପ୍ରଭୁ ମିଶରବାସୀମାନଙ୍କ ହୃଦୟରେ ଇସ୍ରାଏଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇସ୍ରାଏଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକାରେ ଇସ୍ରାଏଲୀୟମାନେ ମିଶରୀୟମାନଙ୍କୁ ଲୁଣ୍ଠନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ତହିଁରେ ସଦାପ୍ରଭୁ ମିସ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ, ସେମାନେ ତାହା ଦେଲେ। ଏହି ପ୍ରକାରେ ସେମାନେ ମିସ୍ରୀୟମାନଙ୍କ ଧନ ହରଣ କଲେ।

Gade chapit la Kopi

ଓଡିଆ ବାଇବେଲ

36 ତହିଁରେ ସଦାପ୍ରଭୁ ମିସ୍ରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ, ସେମାନେ ତାହା ଦେଲେ। ଏହି ପ୍ରକାରେ, ସେମାନେ ମିସ୍ରୀୟମାନଙ୍କ ଧନ ହରଣ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ତହିଁରେ ସଦାପ୍ରଭୁ ମିସରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହପାତ୍ର କରିବାରୁ ସେମାନେ ସେମାନଙ୍କୁ ଯାହା ମାଗିଲେ, ସେମାନେ ତାହା ଦେଲେ। ଏହି ପ୍ରକାରେ, ସେମାନେ ମିସରୀୟମାନଙ୍କ ଧନ ହରଣ କଲେ।

Gade chapit la Kopi




ଯାତ୍ରା ପୁସ୍ତକ 12:36
11 Referans Kwoze  

ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରିଦେଲେ।


କିନ୍ତୁ ଯେଉଁ ଜାତିମାନେ ସେମାନଙ୍କୁ କ୍ରୀତଦାସ କରିବେ ସେମାନଙ୍କର ମୁଁ ବିଗ୍ଭର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସେମାନେ ସ୍ୱାଧୀନ ହେବେ।


ସେତେବେଳେ ପରମେଶ୍ୱର ସେହି ନପୁଂସକାଧିପତିର ଦୃଷ୍ଟିରେ ଦାନିୟେଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ।


ପରମେଶ୍ୱର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସେମାନଙ୍କ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।


ସଦାପ୍ରଭୁ ମିଶରୀୟମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହ ପାତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗରେ ଓ ମିଶରର ଲୋକମାନଙ୍କ ଆଗରେ ମୋଶା ଅତି ମହାନ୍ ଲୋକ ହେଲେ।’”


କିନ୍ତୁ ସଦାପ୍ରଭୁ ଯୋଷେଫଙ୍କର ସହାୟ ଥିଲେ। ସଦାପ୍ରଭୁ ତାହା ପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।


ବିଶ୍ୱାସୀମାନେ ଈଶ୍ୱରଙ୍କର ପ୍ରଶଂସା କଲେ। ସବୁ ଲୋକମାନେ ସେମାନଙ୍କୁ ଭଲ ପାଉଥିଲେ। ପ୍ରତିଦିନ ଅଧିକରୁ ଅଧିକ ଲୋକ ପରିତ୍ରାଣ ପାଉଥିଲେ। ପରିତ୍ରାଣ ପାଉଥିବା ଲୋକମାନଙ୍କୁ ପ୍ରଭୁ ବିଶ୍ୱାସୀମାନଙ୍କ ଦଳରେ ସଂଯୁକ୍ତ କରୁଥିଲେ।


ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।


ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।


ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ।


Swiv nou:

Piblisite


Piblisite