Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 12:31 - ପବିତ୍ର ବାଇବଲ

31 ସେହି ରାତ୍ରିରେ ରାଜା ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର। ତୁମ୍ଭମାନଙ୍କର ବାକ୍ୟ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ଯାତ୍ରା କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ତହୁଁ ରାତ୍ରି କାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେର ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର।

Gade chapit la Kopi

ଓଡିଆ ବାଇବେଲ

31 ତହୁଁ ରାତ୍ରି କାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ତହୁଁ ରାତ୍ରିକାଳରେ ଫାରୋ, ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, “ତୁମ୍ଭେମାନେ ଓ ଇସ୍ରାଏଲ ବଂଶ ଉଠି ଆମ୍ଭ ଲୋକମାନଙ୍କ ମଧ୍ୟରୁ ବାହାର ହୁଅ, ତୁମ୍ଭମାନଙ୍କ ବାକ୍ୟାନୁସାରେ ସଦାପ୍ରଭୁଙ୍କର ସେବା କରିବା ପାଇଁ ଯାତ୍ରା କର।

Gade chapit la Kopi




ଯାତ୍ରା ପୁସ୍ତକ 12:31
12 Referans Kwoze  

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ’ଣ କରିବି। ମୋର ମହାନ ଶକ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ଏବଂ ସେ ମୋର ଲୋକମାନଙ୍କୁ ଯିବାକୁ ଦେବ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ୟ କରିବ ତାଙ୍କର ଦେଶ ଛାଡ଼ି ଯିବା ପାଇଁ?”


ଇସ୍ରାଏଲ ଲୋକମାନେ ଗ୍ଭଲିଯିବାର ଦେଖି ମିଶରୀୟମାନେ ଖୁସୀ ହେଲେ। କାରଣ ସେମାନେ ପରମେଶ୍ୱରଙ୍କର ଲୋକମାନଙ୍କୁ ଭୟ କରୁଥିଲେ।


ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।”


ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।”


ଏହା ପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମୋ’ ନିକଟକୁ ଆସିବେ ଏବଂ ମୋ’ ଆଗରେ ମଥାନତ କରିବେ। ସେମାନେ କହିବେ, ‘ସମସ୍ତ ଲୋକମାନଙ୍କ ସହିତ ବାହାରି ଯାଅ।’ ଏହା ପରେ ମୁଁ ଯିବି।” ତା'ପରେ କ୍ରୋଧରେ ମୋଶା ଫାରୋଙ୍କୁ ପରିତ୍ୟାଗ କଲେ।


ଏହା ପରେ ମୋଶା ଫାରୋଙ୍କୁ କହିଲେ, “ତୁମ୍ଭେ ଗୋଟିଏ ଠିକ୍ କଥା କହିଛ, ମୁଁ ତୁମ୍ଭକୁ ଆଉ ଦେଖା କରିବାକୁ ଆସିବି ନାହିଁ।”


ତେଣୁ ଫାରୋ ମୋଶା ଓ ହାରୋଣଙ୍କୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କର।”


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧରେ ଆଣିବା। ଏହା ପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦେବ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡ଼ି ଦେବ।


ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ।


ମିସ୍ରୀୟମାନେ ଓ ଫାରୋ କଲାପରି ତୁମ୍ଭମାନଙ୍କର ହୃଦୟକୁ କଠିନ କର ନାହିଁ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନିର୍ମମ ଭାବରେ ଦଣ୍ତ ଦେଲେ। ସେମାନେ ଇସ୍ରାଏଲୀୟମାନଙ୍କୁ ମିଶର ଛାଡ଼ିବା ପାଇଁ ଦେଲେ।


Swiv nou:

Piblisite


Piblisite