Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 12:22 - ପବିତ୍ର ବାଇବଲ

22 ବିଡ଼ାଏ ଏସୋବ୍ ନେଇ ପାତ୍ରରେ ଥିବା ରକ୍ତରେ ବୁଡ଼ାଇ ଦ୍ୱାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ଯାଏ ତୁମ୍ଭମାନଙ୍କର କେହିଗୃହ ଦ୍ୱାରର ବାହାରକୁ ନ ଯାଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ପୁଣି ବିଡ଼ାଏ ଏସୋବ୍ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ଵାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି ପ୍ରଭାତ- ଯାଏ ତୁମ୍ଭମାନଙ୍କର କେହି ଗୃହ ଦ୍ଵାରରେ ବାହାରକୁ ନ ଯାଉ।

Gade chapit la Kopi

ଓଡିଆ ବାଇବେଲ

22 ପୁଣି, ବିଡ଼ାଏ ଏସୋବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି, ପ୍ରଭାତ ପର୍ଯ୍ୟନ୍ତ ତୁମ୍ଭମାନଙ୍କର କେହି ଗୃହ ଦ୍ୱାରରେ ବାହାରକୁ ନ ଯାଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ପୁଣି, ବିଡ଼ାଏ ଏସୋବ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ; ପୁଣି, ପ୍ରଭାତ ପର୍ଯ୍ୟନ୍ତ ତୁମ୍ଭମାନଙ୍କର କେହି ଗୃହ ଦ୍ୱାରରେ ବାହାରକୁ ନ ଯାଉ।

Gade chapit la Kopi




ଯାତ୍ରା ପୁସ୍ତକ 12:22
13 Referans Kwoze  

ମୋଶା ନିସ୍ତାର ଭୋଜି (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।


ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।


ତା'ପରେ ଜଣେ ଶୁଚିମନ୍ତ ବ୍ୟକ୍ତି ଏକ ଏସୋବ୍ ଶାଖା ନେଇ ସେହି ଜଳରେ ବୁଡ଼ାଇବା ଉଚିତ୍। ସେ ସେହି ତମ୍ବୁ ଉପରେ, ସମସ୍ତ ପାତ୍ର ଉପରେ, ସେଠାରେ ଥିବା ସମସ୍ତ ଲୋକ ଉପରେ ଓ ଅସ୍ଥି, କି ହାତ କି ମୃତ କବର ଛୁଇଁଥିବା ଲୋକ ଉପରେ ତାହା ଛିଞ୍ଚିବ।


ପ୍ରଥମରେ, ବ୍ୟବସ୍ଥାର ପ୍ରତ୍ୟେକ ଈଶ୍ୱରୀୟ ଆଜ୍ଞା ମୋଶା ଲୋକମାନଙ୍କୁ କହିଥିଲେ। ତା'ପରେ ମୋଶା ବାଛୁରିଗୁଡ଼ିକର ରକ୍ତ ସହିତ ଜଳ ମିଶାଇଲେ। ତା'ପରେ ସେ ଲାଲ ରଙ୍ଗ ଓ ଏସୋବର ଡାଳଟିଏ ନେଇ ଜଳ ମିଶ୍ରିତ ରକ୍ତ ବ୍ୟବସ୍ଥା ପୁସ୍ତକ ତଥା ସବୁଲୋକଙ୍କ ଉପରେ ଛିଞ୍ଚିଲେ।


ପ୍ରଥମ ନିୟମରେ ଉପାସନାର ନିୟମାବଳୀ ଥିଲା। ଏନିମନ୍ତେ ମଣିଷ ନିର୍ମିତ ଗୋଟିଏ ଉପାସନା ଗୃହ ମଧ୍ୟ ଥିଲା।


ତୁମ୍ଭେମାନେ ସେହି ପଶୁର ରକ୍ତ ନେଇ ତୁମ୍ଭେ ଯେଉଁ ଘରେ ମେଷ ଖାଉଥିବ, ସେହି ଗୃହର ଦ୍ୱାରବନ୍ଧ ଉପର ଓ ବାଜୁବନ୍ଧ ପାଖରେ ସେହି ରକ୍ତ ଲଗାଇବ।


ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପାରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁଣ ବଳିସ୍ୱରୂପେ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ଯ୍ୟରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦେବ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ୟ ପବିତ୍ର କରିବ। ଆମ୍ଭେ ପବିତ୍ର ହୋଇ ଜୀବନ୍ତ ପରମେଶ୍ୱରଙ୍କର ସେବା କରି ପାରିବା।


ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।


ତୁମ୍ଭେମାନେ, ପରମେଶ୍ୱରଙ୍କଠାରୁ ନୂତନ ନିୟମ ନିଜ ଲୋକଙ୍କ ପାଖକୁ ଆଣିଥିବା ଯୀଶୁଙ୍କ ପାଖକୁ ଆସିଛ। ତୁମ୍ଭେମାନେ ହେବଲଙ୍କ ରକ୍ତ ଅପେକ୍ଷା ଅଧିକ ଭଲ ବାକ୍ୟ କହି ପାରୁଥିବା ରକ୍ତ ସେଚନ ନିକଟକୁ ଆସିଛ।


ଏହା ପରେ ସେମାନେ ନିସ୍ତାରପର୍ବର ପ୍ରାର୍ଥନା ଗୀତ ବୋଲିଲେ ଓ ଜୀତପର୍ବତକୁ ଗ୍ଭଲିଗଲେ।


ହେ ମୋର ଲୋକମାନେ, ତୁମ୍ଭେମାନେ ଅନ୍ତରାଳୟରେ ପ୍ରବେଶ କରି ଦ୍ୱାର ରୁଦ୍ଧ କର। ପରମେଶ୍ୱରଙ୍କ କ୍ରୋଧ ଶାନ୍ତ ହେବା ପର୍ଯ୍ୟନ୍ତ ଅଳ୍ପସମୟ ନିଜକୁ ଲୁଗ୍ଭଅ।


ଆମ୍ଭେ ସମସ୍ତଙ୍କୁ ସୁରକ୍ଷା ଦେବୁ, ଯେଉଁମାନେ କି ତୁମ୍ଭ ନିକଟରେ ଥିବେ। ଯଦି ତୁମ୍ଭ ସ୍ୱଗୃହରେ କେହି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାୟୀ ରହିବୁ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକୁ ଯାଏ, ତାକୁ ହୁଏତ ହତ୍ୟା କରାଯିବ। ଆମ୍ଭେମାନେ ସେ ଲୋକର ମୃତ୍ୟୁ ପାଇଁ ଦାୟୀ ହେବୁ ନାହିଁ। ଏହା ତା'ର ନିଜର ଭୁଲ ହେବ।


Swiv nou:

Piblisite


Piblisite