Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 12:19 - ପବିତ୍ର ବାଇବଲ

19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ଵଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ିମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ତଳୀରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଓଡିଆ ବାଇବେଲ

19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ଡଳୀରୁ ଉଚ୍ଛିନ୍ନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସପ୍ତାହ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ-ମଣ୍ଡଳୀରୁ ଉଚ୍ଛିନ୍ନ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 12:19
13 Referans Kwoze  

ଏହି ଉତ୍ସବରେ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ସାତ ଦିନ ପର୍ଯ୍ୟନ୍ତ ଖାଇବ। ବିଶେଷତଃ ପ୍ରଥମ ଦିନରେ ତୁମ୍ଭ ଗୃହରୁ ତାଡ଼ି ଦୂରରେ ରଖିବ। ଏହି ସାତ ଦିନ ମଧ୍ୟରେ ତୁମ୍ଭେମାନେ କେହି ତାଡ଼ି ଖାଇବ ନାହିଁ। ଯଦି କେହି ତାଡ଼ି ଭୋଜନ କରେ ତେବେ ସେ ତା'ର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।


ତୁମ୍ଭେମାନେ ଏହି ପର୍ବରେ ଖମୀର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ।


ପ୍ରଥମ ଉତ୍ସବଟି ତାଡ଼ିଶୂନ୍ୟ ରୋଟୀର ଉତ୍ସବ। ଏହା ମୋର ଆଜ୍ଞାନୁସାରେ ପାଳନ କରିବ। ଏହିପରି ତୁମ୍ଭେମାନେ ସାତ ଦିନ ଯାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭେମାନେ ଆବୀବ୍ ମାସରେ ପାଳନ କରିବ। କାରଣ ଏହି ମାସରେ ତୁମ୍ଭେମାନେ ମିଶରରୁ ମୁକ୍ତ ହୋଇଥିଲ। ପ୍ରତ୍ୟେକ ଲୋକ ମୋତେ ନୈବେଦ୍ୟ ଉତ୍ସର୍ଗ କରିବ।


ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।


“ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦେଇଅଛୁ। ସେହିରୂପେ ତୁମ୍ଭେମାନେ ସାତ ଦିନ ତାଡ଼ିଶୂନ୍ୟ ରୋଟୀ ଖାଇବ। କାରଣ ସେହି ଆବୀବ୍ ମାସରେ ତୁମ୍ଭେ ମିଶର ଦେଶରୁ ବାହାର ହୋଇ ଆସିଥିଲ।


ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଗ୍ଭହିଁବ ନିସ୍ତାରପର୍ବରେ ଭାଗନେବା ପାଇଁ ତେବେ ତାକୁ ସୁନ୍ନତ ହେବାକୁ ପଡ଼ିବ। ତା'ପରେ ସେ ଇସ୍ରାଏଲୀୟମାନଙ୍କ ସହିତ ସମାନ ହେବ। ଏହା ପରେ ସେ ତୁମ୍ଭ ସହିତ ଭୋଜନ କରି ପାରିବ। ଯଦି ଜଣେ ସୁନ୍ନତ ହୋଇ ନ ଥିବ ତେବେ ସେ ନିସ୍ତାରପର୍ବ ପାଳନ କରି ପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇ ପାରିବ ନାହିଁ।


ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ।


ଏହି ପର୍ବରେ, ତୁମ୍ଭେମାନେ ତାଡ଼ିମିଶ୍ରିତ ରୋଟୀ ଖାଇବ ନାହିଁ। ତୁମ୍ଭେମାନେ ଯେଉଁ ସ୍ଥାନରେ ବାସ କରନା କାହିଁକି ତାଡ଼ିଶୂନ୍ୟ ରୋଟୀ ଖାଇବ।”


ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ।


ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି।


ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ।


ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅଯୋଗ୍ୟ ବ୍ୟକ୍ତିକୁ ଦିଆଯାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାଯିବ।”


Swiv nou:

Piblisite


Piblisite