Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 12:1 - ପବିତ୍ର ବାଇବଲ

1 ଯେଉଁ ସମୟରେ ମୋଶା ଏବଂ ହାରୋଣ ମିଶରରେ ଥିଲେ, ସଦାପ୍ରଭୁ ସେମାନଙ୍କୁ କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ମିସର ଦେଶରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,

Gade chapit la Kopi




ଯାତ୍ରା ପୁସ୍ତକ 12:1
17 Referans Kwoze  

ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳରେ ବନ୍ଦୀ କରି ତା'ପରେ ମାରି ଦେବା ପାଇଁ ଉପାୟ ଖୋଜୁ ଥିଲେ।


ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା।


ତା'ପରେ ହେରୋଦ ପିତରଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ। ତାହାଙ୍କୁ ଜଗିବା ପାଇଁ ଷୋହଳ ଜଣ ପ୍ରହରୀ ରହିଲେ। ହେରୋଦଙ୍କ ଉଦ୍ଦେଶ୍ୟ ଥିଲା ନିସ୍ତାରପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।


ମୋଶା ଏବଂ ହାରୋଣ, ଫାରୋଙ୍କ ଆଗରେ ଏହିସବୁ ଅ‌ଦ୍‌ଭୂତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ତେଣୁ ସେ ଇସ୍ରାଏଲୀୟମାନଙ୍କୁ ତାଙ୍କର ଦେଶ ଛାଡ଼ି ଯିବା ପାଇଁ ଅନୁମତି ଦେଲେ ନାହିଁ।


“ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ।


ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସୀନୟ ମରୁଭୂମିରେ ନିସ୍ତାରପର୍ବ ପାଳନ କଲେ, ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲର ଲୋକମାନେ ସବୁ କାର୍ଯ୍ୟ କଲେ।


“ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ସଦାପ୍ରଭୁଙ୍କର ନିସ୍ତାରପର୍ବ ହେବ।


ଏହା ପରେ ପରମେଶ୍ୱରଙ୍କଠାରୁ ଏକ ଲୋକ ଏଲିଙ୍କ ନିକଟକୁ ଆସି କହିଲା, “ସଦାପ୍ରଭୁ ଏହା କହନ୍ତି, ‘ଯେତେବେଳେ ତୁମ୍ଭର ପୂର୍ବପୁରୁଷଗଣ ମିଶରରେ ଫାରୋର ଦାସତ୍ୱରେ ଥିଲେ। ସେ ସମୟରେ ମୁଁ ସେମାନଙ୍କ ଆଗରେ ଆବିର୍ଭାବ ହେଲି।


ଇସ୍ରାଏଲର ଯେଉଁ ଲୋକମାନେ ସେଠାରେ ଥିଲେ, ସେମାନେ ସାତ ଦିନ ପର୍ଯ୍ୟନ୍ତ ନିସ୍ତାରପର୍ବ ଓ ଖମୀରବିହୀନ ପାଉଁରୋଟୀର ପର୍ବ ପାଳନ କଲେ।


“ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ତୁମ୍ଭମାନଙ୍କର ନିସ୍ତାରପର୍ବ ହେବ। ସେହି ପର୍ବ ସାତ ଦିନ ଧରି ପାଳିତ ହେବ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ୟ ରୋଟୀ ଭୋଜନ କରିବ।


ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”


ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।


ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ,


“ପ୍ରଥମ ମାସର ପ୍ରଥମ ଦିନରେ ସମାଗମ-ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।


“ଇସ୍ରାଏଲ ଲୋକମାନଙ୍କୁ କୁହ, ସେମାନେ ନିରୂପିତ ସମୟରେ ନିସ୍ତାରପର୍ବ ପାଳନ କରନ୍ତୁ।


ଏହିମାସ ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ। ତହିଁର ସମସ୍ତ ବିଧି ଓ ଶାସନ ଅନୁସାରେ ତାହା ପାଳନ କରିବ।”


Swiv nou:

Piblisite


Piblisite