Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 11:6 - ପବିତ୍ର ବାଇବଲ

6 ମିଶରରେ ଏକ ମହାରୋଦନ ହେବ। ଯାହା ପୂର୍ବେ ହୋଇ ନାହିଁ କି କେବେ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।

Gade chapit la Kopi

ଓଡିଆ ବାଇବେଲ

6 ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଣୁ ସମୁଦାୟ ମିସର ଦେଶରେ, ଯେପରି କେବେ ହୋଇ ନାହିଁ ଓ ହେବ ନାହିଁ, ଏପରି ମହାରୋଦନ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 11:6
15 Referans Kwoze  

ସେହି ରାତ୍ରରେ ମିଶରର ପ୍ରତ୍ୟେକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଗ୍ଭରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।


ସଦାପ୍ରଭୁ ଏହା ମଧ୍ୟ କହନ୍ତି: “ଲୋକମାନେ ଦ୍ରାକ୍ଷାକ୍ଷେତ୍ରରେ କ୍ରନ୍ଦନ କରିବେ। ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଅତିକ୍ରମ କରିବା ଏବଂ ତୁମ୍ଭଙ୍କୁ ଦଣ୍ତ ଦେବା।”


“ତୁମ୍ଭେମାନେ ଅବ୍ରହାମ, ଇ‌‌ସ୍‌‌ହାକ ଓ ଯାକୁବ ତଥା ଅନ୍ୟ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ଦେଖି ପାରିବ। କିନ୍ତୁ ତୁମ୍ଭେମାନେ ବାହାରେ ରହିଯିବ। ସେତିକିବେଳେ ତୁମ୍ଭେମାନେ କ୍ରୋଧ ଓ ଭୟରେ କାନ୍ଦିବ।


ସଦାପ୍ରଭୁ ମଧ୍ୟ କହିଲେ, “ସେହି ସମୟରେ ଯିରୁଶାଲମର ମତ୍ସ୍ୟ ଦ୍ୱାରଠାରେ ସାହାଯ୍ୟ ପାଇଁ ଡାକୁଥିବେ। ଲୋକମାନେ ସହରର ଅନ୍ୟ ପାର୍ଶ୍ୱରେ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରୁଥିବେ। ସେମାନେ ମଧ୍ୟ ପାହାଡ଼ମାନଙ୍କରୁ ଖୁବ୍ ଜୋ‌ର୍‌ରେ ଶବ୍ଦ ଶୁଣିବେ।


ଏପରି କି ମୁଁ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କଲେ ବି ସଦାପ୍ରଭୁ ମୋ’ ପ୍ରାର୍ଥନା ଶୁଣି ନାହାନ୍ତି।


ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ରାମାରେ କୋଳାହଳ ଓ ଅତି କରୁଣ ଚିତ୍କାର ଶୁଣାଯିବ। ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ। ସେ ତା'ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ, କାରଣ ସେମାନେ ମୃତ।”


ମୋୟାବର ସବୁ ସ୍ଥାନରେ କ୍ରନ୍ଦନର ରୋଳ ଶୁଣାଯିବ। ସେହି ହାହାକାର କ୍ରନ୍ଦନ ଦୂରସ୍ଥ ଇଗ୍ଲୟିମ୍ ଓ ବେରେଲୀମ୍ ପର୍ଯ୍ୟନ୍ତ ଶୁଣାଯିବ।


ଯେଉଁ ଲୋକ ଦୁଃଖୀ ଦରିଦ୍ରର ଡାକ ଶୁଣେ ନାହିଁ, ସେ ମଧ୍ୟ ଆପେ ଡାକିବ, କିନ୍ତୁ ଉତ୍ତର ପାଇବ ନାହିଁ।


ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ।


କିନ୍ତୁ ଏପରି କୌଣସି ଇସ୍ରାଏଲୀୟମାନଙ୍କର ହେବ ନାହିଁ। ଏପରିକି ଇସ୍ରାଏଲର ଏକ କୁକୁର କୌଣସି ବ୍ୟକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କେହି ଇସ୍ରାଏଲୀୟ ମରିବେ ନାହିଁ।’ ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇସ୍ରାଏଲୀୟମାନଙ୍କୁ ଓ ମିଶରୀୟମାନଙ୍କୁ ଭିନ୍ନ ଭାବରେ ବ୍ୟବହାର କରୁଛନ୍ତି।


ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳାବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶରରେ କେବେବି ହୋଇ ନ ଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହୋଇ ନ ଥିବ।


ସେଦିନ ମିଶରୀୟଗଣ ସ୍ତ୍ରୀ ସଦୃଶ ହେବେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଭୟ କରିବେ। ଯେତେବେଳେ ସଦାପ୍ରଭୁ ଦଣ୍ଡ ଦେବା ପାଇଁ ହସ୍ତ ଉତ୍ତୋଳନ କରିବେ, ସେତେବେଳେ ସେମାନେ ଭୟଭୀତ ହେବେ।


Swiv nou:

Piblisite


Piblisite