ଯାତ୍ରା ପୁସ୍ତକ 10:9 - ପବିତ୍ର ବାଇବଲ9 ମୋଶା ଉତ୍ତର ଦେଲେ, “ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ୟ ଯିବେ। ଆମ୍ଭେମାନେ ସମସ୍ତେ ଯିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ଉତ୍ସବ ହେବ।” Gade chapit laପବିତ୍ର ବାଇବଲ (Re-edited) - (BSI)9 ତହିଁରେ ମୋଶା କହିଲେ, ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ। Gade chapit laଓଡିଆ ବାଇବେଲ9 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣା ଆପଣା ବାଳକ ଓ ବୃଦ୍ଧ ସମସ୍ତଙ୍କୁ ସଙ୍ଗେ ଘେନି ଯିବୁ ଓ ଆପଣା ଆପଣା ପୁତ୍ରକନ୍ୟାମାନଙ୍କୁ, ପୁଣି, ଗୋମେଷାଦି ପଲ ମଧ୍ୟ ସଙ୍ଗରେ ଘେନି ଯିବୁ, ଯେହେତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମ୍ଭମାନଙ୍କର ଉତ୍ସବ କରିବାକୁ ହେବ।” Gade chapit la |
“ଇସ୍ରାଏଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରାଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ଯାଅ। ତୁମ୍ଭେମାନେ ତାଙ୍କୁ କହିବ, ‘ସଦାପ୍ରଭୁ ଏବ୍ରୀୟମାନଙ୍କର ପରମେଶ୍ୱର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନୟ କରୁଅଛୁ, ତିନି ଦିନ ମରୁଭୂମି ମଧ୍ୟକୁ ଯାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।’
“ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”
ଏହା ପରେ ହାରୋଣ ଏବଂ ମୋଶା କହିଲେ, “ଏବ୍ରୀୟମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡ଼ୁଅଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ଯିବାକୁ ଦିଅ। ଆମ୍ଭେମାନେ ସେଠାରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ଯଦି ଆମ୍ଭେ ତାହା ନ କରୁ ସେ ହୁଏତ କ୍ରୋଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ୱଂସ କରି ପାରନ୍ତି। ସେ ଆମ୍ଭମାନଙ୍କୁ ଯୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ୟମରେ ମୃତ୍ୟୁ ଦେଇ ପାରନ୍ତି।”
ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନେବୁ। ଏଠାରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। କ’ଣ ଦେଇ ସଦାପ୍ରଭୁଙ୍କର ଉପାସନା କରିବାକୁ ହେବ, ତାହା ଆମ୍ଭେମାନେ ସେଠାରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ୟ ସଙ୍ଗରେ ନେଇ ଯିବାକୁ ହେବ।”