Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 10:25 - ପବିତ୍ର ବାଇବଲ

25 ମୋଶା କହିଲେ, “ତୁମ୍ଭେ ନିଜେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରମେଶ୍ୱରଙ୍କର ଉପାସନା ପାଇଁ ହୋମବଳି ଓ ନୈବେଦ୍ୟ ଉତ୍ସର୍ଗ କରିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ତହିଁରେ ମୋଶା କହିଲେ, ଆମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ।

Gade chapit la Kopi

ଓଡିଆ ବାଇବେଲ

25 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ତହିଁରେ ମୋଶା କହିଲେ, “ଆମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳି ଓ ହୋମଦ୍ରବ୍ୟ ଉତ୍ସର୍ଗ କରିବା, ତାହା ମଧ୍ୟ ଆମ୍ଭମାନଙ୍କ ହସ୍ତରେ ଆପଣଙ୍କୁ ଦେବାକୁ ହେବ।

Gade chapit la Kopi




ଯାତ୍ରା ପୁସ୍ତକ 10:25
8 Referans Kwoze  

“ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୋଣ ତାକୁ ନେଇ ପାପାର୍ଥେ ବଳିଦାନ କରିବ।


ତା'ପରେ ହାରୋଣ ଆପଣା ହସ୍ତ ଉତ୍ତୋଳନ କରି ଲୋକମାନଙ୍କୁ ଆଶୀର୍ବାଦ କଲେ। ସେ ପାପାର୍ଥକ ବଳି, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲାପରେ ସେ ଯଜ୍ଞବେଦି ତଳକୁ ଓହ୍ଲାଇ ଆସିଲେ।


ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।


ପୁନରାୟ ଫାରୋ ମୋଶାଙ୍କୁ ଡାକିଲେ ଏବଂ କହିଲେ, “ଯାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ୟାମାନଙ୍କୁ ସାଙ୍ଗରେ ନେଇଯାଅ। କିନ୍ତୁ ତୁମ୍ଭର ମେଷଗୁଡ଼ିକୁ ଓ ଗୋରୁଗାଈଗୁଡ଼ିକ ନିଅ ନାହିଁ।”


ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନେବୁ। ଏଠାରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସେମାନଙ୍କ ମଧ୍ୟରୁ ବଳି ନେବାକୁ ହେବ। କ’ଣ ଦେଇ ସଦାପ୍ରଭୁଙ୍କର ଉପାସନା କରିବାକୁ ହେବ, ତାହା ଆମ୍ଭେମାନେ ସେଠାରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ୟ ସଙ୍ଗରେ ନେଇ ଯିବାକୁ ହେବ।”


“ତୁମ୍ଭେମାନେ ମାଟିରେ ଏକ ସ୍ୱତନ୍ତ୍ର ଯଜ୍ଞବେଦି ମୋ’ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମେଷ ଓ ଗୋରୁଗାଈରୁ ସେଠାରେ ହୋମବଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ମୁଁ ତୁମ୍ଭମାନଙ୍କୁ ସବୁଠାରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠାରେ ତୁମ୍ଭେମାନେ ମୋତେ ସ୍ମରଣ କରିବ।


Swiv nou:

Piblisite


Piblisite