Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 10:17 - ପବିତ୍ର ବାଇବଲ

17 ଏଇ ଥରକ ପାଇଁ ମୋତେ କ୍ଷମା କର। ଏହି ‘ମାରାତ୍ମକ’ ପଙ୍ଗପାଳଗୁଡ଼ିକୁ ଦୂରେଇ ନେଇଯିବା ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ଵରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କର।

Gade chapit la Kopi

ଓଡିଆ ବାଇବେଲ

17 ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ବିନୟ କରୁଅଛୁ, କେବଳ ଏହି ଥରକ ଆମ୍ଭର ପାପ କ୍ଷମା କରି ଆମ୍ଭ ନିକଟରୁ ଏହି କାଳ ସ୍ୱରୂପକୁ ଦୂର କରିବା ପାଇଁ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।”

Gade chapit la Kopi




ଯାତ୍ରା ପୁସ୍ତକ 10:17
13 Referans Kwoze  

ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।”


ଏହି ଶିଳାବୃଷ୍ଟି ଯଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡ଼ି ଦେବି। ତୁମ୍ଭମାନଙ୍କର ଆଉ ଏଠାରେ ରହିବା ଦରକାର ନାହିଁ।”


ତା'ପରେ ରାଜା ଯାରବିୟାମ ପରମେଶ୍ୱରଙ୍କ ଲୋକକୁ ନିବେଦନ କରି କହିଲେ, “ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ମୋରବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।” ତେଣୁ ପରମେଶ୍ୱରଙ୍କ ଲୋକ ପ୍ରାର୍ଥନା କଲେ, ରାଜାଙ୍କର ପକ୍ଷାଘାତ ବାହୁ ଭଲ ହୋଇଗଲା।


ପରମେଶ୍ୱର ଆମ୍ଭମାନଙ୍କୁ ମୃତ୍ୟୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ୱର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।


ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁରୋଧ କରେ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ମୋ’ ପାଇଁ ପ୍ରାର୍ଥନା କରିବା ଦ୍ୱାରା ମୋତେ ସାହାଯ୍ୟ କର। ତୁମ୍ଭେମାନେ ପ୍ରଭୁ ଯୀଶୁ ଓ ଆତ୍ମାର ପ୍ରେମ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।


ଶିମୋନ ଉତ୍ତର ଦେଲା, “ତୁମ୍ଭେ କହିଥିବା କୌଣସି କଥା ଯେପରି ମୋ’ ପ୍ରତି ଘଟିବ ନାହିଁ, ସେଥିପାଇଁ ତୁମ୍ଭେ ଦୁହେଁ ମୋ’ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।”


ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।


ତହୁଁ ସେମାନେ ପାକ ପରେ ଲୋକମାନଙ୍କ ଭୋଜନ ନିମନ୍ତେ ତାହା ଢାଳିଲେ। ଯେତେବେଳେ ସେମାନେ ଭୋଜନ କରିବାକୁ ଆରମ୍ଭ କଲେ, ସେମାନେ ଇଲୀଶାୟଙ୍କୁ ଚିତ୍କାର କରି ଡାକିଲେ, “ହେ ପରମେଶ୍ୱରଙ୍କ ଲୋକ, ହଣ୍ଡାରେ ବିଷ ଅଛି।” ତେଣୁ ସେମାନେ ସେ ଖାଦ୍ୟ ଖାଇ ପାରିଲେ ନାହିଁ।


ବର୍ତ୍ତମାନ ମୁଁ ମୋ’ ପାପ କ୍ଷମା କରିବାକୁ ଅନୁରୋଧ କରୁଛି, ଓ ମୁଁ ଯେମନ୍ତ ସଦାପ୍ରଭୁଙ୍କୁ ଉପାସନା କରିପାରେ ଏଥିପାଇଁ ମୋ’ ସାଙ୍ଗରେ ଫେରି ଆସ।”


ତେଣୁ ଫାରୋ କହିଲେ, “ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ମରୁଭୂମିକୁ ଯିବାକୁ ଅନୁମତି ଦେବି। କିନ୍ତୁ ତୁମ୍ଭେମାନେ ବେଶୀଦୂର ଯିବା ଉଚିତ୍ ନୁହେଁ। ବର୍ତ୍ତମାନ ଯାଅ ଏବଂ ମୋ’ ପାଇଁ ପ୍ରାର୍ଥନା କର।”


ଫାରୋ ମୋଶା ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସେମାନଙ୍କୁ କହିଲେ, “ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ୟ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମୋର ଲୋକମାନେ ପାପ କରିଅଛୁ।


ବେଙ୍ଗମାନେ ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।’”


ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।


Swiv nou:

Piblisite


Piblisite